ରାଜନୈତିକ ଦଳକୁ ୨୦୦ କୋଟି ଟଙ୍କା ଚାନ୍ଦା ଦେବ ବେଦାନ୍ତ, ଇଲେକ୍ଟୋରାଲ ବଣ୍ଡ ଆସିବା ଆଗରୁ ନିଷ୍ପତ୍ତି

ନୂଆଦିଲ୍ଲୀ,୨୫।୧୨: ଗୋଟିଏ ପଟେ କମ୍ପାନୀ ଋଣ ସୁଝିବାକୁ ନାଗଡ଼ ଯୋଗାଡ଼ କରୁଥିଲା ବେଳେ ରାଜନୈତିକ ଦଳ ମାନଙ୍କୁ ଚାନ୍ଦା ଦେବାକୁ କରିଛି ବେଦାନ୍ତ। ଚଳିତ ବର୍ଷ ନଭେମ୍ବର ମାସରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ବେଦାନ୍ତ ଲିମିଟେଡ଼ ବୋର୍ଡ ଅଫ ଡିରେକ୍ଟର ଏକ ପ୍ରସ୍ତାବ ପାର କରି ୨୦୦ କୋଟି ଟଙ୍କାର ଚାନ୍ଦା ଉପରେ ମୋହର ଲଗାଇଛନ୍ତି। ଏହା ସହିତ ଅତିରିକ୍ତ ୫୭ କୋଟି ଦେବାକୁ ମଧ୍ୟ ବୋର୍ଡ ଅନୁମତି ଦେଇଛି। ଯାହା ୨୦୨୨ ଜୁନ ମାସରେ ରାଜନୈତିକ ଦଳକୁ ଦେବାକୁ ଅନୁମତି ଥିଲା କିନ୍ତୁ ଦିଆଯାଇ ପାରି ନ ଥିଲା।

ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁଯାୟୀ, ବେଦାନ୍ତର ବୋର୍ଡ ନଭେମ୍ବର ୫, ୨୦୨୩ ରେ ଏକ ପ୍ରସ୍ତାବ ପାରିତ କରି ରାଜନୈତିକ ଦଳମାନଙ୍କୁ ଦେବାକୁ ଥିବା ଚାନ୍ଦାକୁ ଅନୁମୋଦନ ଦେଇଥିଲା। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଦ୍ୱାରା ୨୯ ତମ ପର୍ୟ୍ୟାୟ ନିର୍ବାଚନ ବଣ୍ଡ ପ୍ରଦାନର ଦୁଇ ଦିନ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଚାନ୍ଦା ସିଧାସଳଖ କିମ୍ବା ଇଲେକ୍ଟୋରାଲ ଟ୍ରଷ୍ଟ ଏବଂ ଇଲେକ୍ଟୋରାଲ ବଣ୍ଡରେ ସଦସ୍ୟତା ଆକାରରେ କରାଯାଇପାରିବ।

କେଉଁ ରାଜନୈତିକ ଦଳକୁ କେତେ ଦାନ ଦିଆଯାଇପାରିବ ସେନେଇ ଅଧ୍ୟକ୍ଷ ତଥା ଉପାଧ୍ୟକ୍ଷଙ୍କୁ ଅନୁମତି ଦେଇଛନ୍ତି। ବର୍ତ୍ତମାନ ଅନିଲ ଅଗ୍ରୱାଲ କମ୍ପାନୀର ଚେୟାରମ୍ୟାନ୍ ଏବଂ ନବୀନ ଅଗ୍ରୱାଲ ଉପାଧ୍ୟକ୍ଷ ଭାବରେ କାର୍ୟ୍ୟ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ବେଦାନ୍ତ ରାଜନୈତିକ ଦଳମାନଙ୍କୁ ୪୫୭ କୋଟି ଟଙ୍କା ଦାନ କରିଛନ୍ତି, ଯେଉଁଥିରୁ ଚଳିତ ବର୍ଷ ୧୫୫ କୋଟି ଟଙ୍କା ରିଲିଜ କରାଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କଲା ଡିଜିଟାଲ୍ ବିପ୍ଳବ: ୬୧% ବ୍ୟବହାରକାରୀ ଦେଖୁଛନ୍ତି ସର୍ଟ-ଭିଡିଓ

ନୂଆଦିଲ୍ଲୀ,୨୯।୧: ଭାରତରେ ଡିଜିଟାଲ୍ ବିପ୍ଳବ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ‘ଇଣ୍ଟରନେଟ୍ ଆଣ୍ଡ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ’ (IAMAI) ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା…

Economic Survey 2026: ବଜେଟ୍ ପୂର୍ବରୁ ଖୁସିଖବର, ଜିଡିପି ଅଭିବୃଦ୍ଧି…

ନୂଆଦିଲ୍ଲୀ,୨୯।୧: କେନ୍ଦ୍ରୀୟ ବଜେଟ ପୂର୍ବରୁ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଦଲିଲ୍…

ସୁନା ଦରରେ ରେକର୍ଡ ସ୍ତରରେ ବୃଦ୍ଧି: ଏକାଥରକେ ବଢିଲା ୧୧ ହଜାର ଟଙ୍କା

ଭୁବନେଶ୍ୱର,୨୯।୧: ସୁନା ଦରରେ ରେକର୍ଡ ସ୍ତରରେ ବୃଦ୍ଧି । ଆଉ ଛୁଇଁହେବନି। ଏକାଥରକେ ୨୪ କ୍ୟାରେଟ ସୁନା ୧୧ ହଜାର ୭୭୦ ଟଙ୍କା ବୃଦ୍ଧି ପାଇଛି। ୧୦…

୨୦୨୭ରେ ୩ଲକ୍ଷ ଛୁଇଁବ ସୁନା, ବଡ଼ ଭବିଷ୍ୟବାଣୀ କରିଦେଲେ…

ନୂଆଦିଲ୍ଲୀ,୨୯।୧: ଯଦି ଆପଣ ଭାବୁଛନ୍ତି ଯେ ସୁନା ଏବଂ ରୂପା ମୂଲ୍ୟ ବର୍ତ୍ତମାନ ଆକାଶଛୁଆଁ ହେଉଛି, ତେବେ ଏକ କାନାଡିୟ ବ୍ୟାଙ୍କର ଏହି ନୂତନ ରିପୋର୍ଟ ଆପଣଙ୍କୁ…

୮ମ ବେତନ କମିଶନ: ନୂଆ ଦରମା କେତେ ହେବ, ପରେ କେତେ ବଢିବ; ଜାଣନ୍ତୁ ସବୁକିଛି

ଭୁବନେଶ୍ୱର,୨୮ା୧: ୮ମ କେନ୍ଦ୍ରୀୟ ବେତନ କମିଶନ ଗଠନ ଓ ଏହାର କାର୍ଯ୍ୟକାରିତାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ସାଧାରଣତଃ ଦରମା କେତେ ପ୍ରତିଶତ ବଢ଼ିବ,…

ଏଥର ବଜେଟରେ କ’ଣ ଶସ୍ତା, କ’ଣ ମହଙ୍ଗା ହୋଇପାରେ, ଦେଖନ୍ତୁ ପୂରା ଲିଷ୍ଟ…

ନୂଆଦିଲ୍ଲୀ,୨୮।୧: କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, କରଦାତାଙ୍କଠାରୁ ଆରମ୍ଭ କରି ଭାରତର ଅର୍ଥନୀତିର ବିଭିନ୍ନ କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଶା ଅଧିକ ରହିଛି। କରଦାତା, ବିଶେଷକରି…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

ଭାରତ-ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତି: ହେବ ନିବେଶର ବନ୍ୟା, ବଢିବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସ୍ଵାକ୍ଷରିତ ହୋଇଛି ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି। ଏହାଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri