ବେଦାନ୍ତରେ ୧୦ ଟନ୍‌ ଇଲେକ୍ଟ୍ରିକ୍‌ ଫର୍କଲିଫ୍ଟର ଶୁଭାରମ୍ଭ

ଭୁବନେଶ୍ୱର,୭।୭(ଅଭୟ ଦାଶ):ଦେଶର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏକ ୧୦ ଟନ୍‌ ଇଲେକ୍ଟ୍ରିକ୍‌ ଲିଥିୟମ୍‌-ଆୟନ ଫର୍କଲିଫ୍ଟର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ (ଝାରସୁଗୁଡ଼ା) ମେଗା ଆଲୁମିନିୟମ୍‌ ସ୍ମେଲଟର ପ୍ଲାଣ୍ଟ ଝାରସୁଗୁଡାରେ ନିୟୋଜିତ ହୋଇଛି। ସେହିଭଳି କମ୍ପାନୀର ବିଭିନ୍ନ ୟୁନିଟରେ ବର୍ତ୍ତମାନ ଭାରତର ସର୍ବବୃହତ ବୈଦ୍ୟୁତିକ ଲିଥିୟମ-ଆୟନ ଫର୍କଲିଫ୍ଟର ବ୍ୟବହାର ସହ ମୋଟ ୪୪ଟି ୟୁନିଟ୍‌ ଓଡ଼ିଶା ଏବଂ ଛତିଶଗଡ କାର୍ଯ୍ୟ ପରିସରରେ ନିୟୋଜିତ ହୋଇଛି। ବିଶେଷ କରି କମ୍ପାନୀ ନିକଟରେ ଭାରତର ପ୍ରଥମ ୧୦ ଟନ୍‌ ଇଲେକ୍ଟ୍ରିକ୍‌ ଲିଥିୟମ୍‌-ଆୟନ ଫର୍କଲିଫ୍ଟକୁ ଝାରସୁଗୁଡା ମେଗା ଆଲୁମିନିୟମ୍‌ ସ୍ମେଲଟରରେ ମଧ୍ୟ ନିୟୋଜିତ କରିଛି। ଏଥିସହିତ ଏହା ପ୍ରଥମ ଥର ପାଇଁ ଓଡ଼ିଶାର ଲାଞ୍ଜିଗଡଠାରେ ଥିବା ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀରେ ଏବଂ ଛତିଶଗଡର କୋରବାଠାରେ ଅବସ୍ଥିତ ଭାରତର ପ୍ରତିଷ୍ଠିତ ଆଲୁମିନିୟମ୍‌ ଉତ୍ପାଦକ ୩-ଟନ୍‌ ଏବଂ ୫ ଟନ୍‌ ଇଲେକ୍ଟ୍ରିକ୍‌ ଫର୍କଲିଫ୍ଟର ମଧ୍ୟ ବ୍ୟବହାର କରାଯାଇଛି। ଅପରପକ୍ଷରେ ଗିୟର (ଜେମିନି ଇକ୍ୟୁପମେଣ୍ଟ ଆଣ୍ଡ ରେଣ୍ଟାଲସ ପ୍ରା.ଲିଃ) ଇଣ୍ଡିଆ ଏବଂ ଟାରନ୍‌ ଲିଫ୍ଟ ଆଣ୍ଡ ମୁଭ୍‌ ସହଯୋଗରେ ଉପରୋକ୍ତ କାର୍ଯ୍ୟ ସମ୍ପ୍ରସାରଣ କରାଯାଇଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡର ସିଇଓ (ଆଲୁମିନିୟମ ବ୍ୟବସାୟ) ସୁନୀଲ ଗୁପ୍ତା କହିଛନ୍ତି, ଆମେ ଆମର ସ୍ଥିରତା ପ୍ରଦର୍ଶନକୁ ବଢାଇବା ପାଇଁ ଏଭଳି ଏକ ଅଭିନବ ଅଭ୍ୟାସ ଓ ଅନୁସନ୍ଧାନର ପ୍ରୟୋଗ ଜାରି ରଖିଛୁ। ବିଶେଷ କରି ଆଲୁମିନିୟମର ସର୍ବୋତ୍ତମ ଗୁଣ ମଧ୍ୟ ଆମେ ଉତ୍ପାଦନ କରୁଛୁ। ଏପରିକି ଇଏସଜି ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀ ଉତ୍ସର୍ଗୀକୃତ ରହିଛି, ଯାହା ଆମର ସମସ୍ତ ବ୍ୟବସାୟ ପ୍ରୟାସର ମୂଳଦୁଆ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ଅଗ୍ରଣୀ ବୈଷୟିକ ପ୍ରଦାନକାରୀଙ୍କ ସହିତ ଆମର ସହଭାଗିତା କମ୍ପାନୀକୁ ଶିଳ୍ପରେ ସ୍ଥାୟୀ ସାମଗ୍ରୀ ପରିଚାଳନା ଅଭ୍ୟାସକୁ ଅଗ୍ରଗତି କରିବାକୁ ସକ୍ଷମ କରିଛି। ଭାରତର ପ୍ରଥମ ୧୦ଟନ୍‌ ଇଲେକ୍ଟ୍ରିକ୍‌ ଲିଥିୟମ୍‌-ଆୟନ ଫର୍କଲିଫ୍ଟର ଶୁଭାରମ୍ଭ ସହ ଏକ ନେଟ୍‌ ଜିରୋ ଭବିଷ୍ୟତର ପରିବର୍ତ୍ତନକୁ ତ୍ୱରାନ୍ବିତ କରିବା ପାଇଁ ଆମର ପ୍ରତିବଦ୍ଧତାର ଏହା ଏକ ବଳିଷ୍ଠ ପ୍ରମାଣ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେହିପରି ଗିଅର ଇଣ୍ଡିଆର କାର୍ଯ୍ୟନିର୍ବାହୀ ସଭାପତି ବରୁଣ ଚୋପ୍ରା କହିଛନ୍ତି, ଆମର ସ୍ଥିରତା ଯାତ୍ରାରେ ବେଦାନ୍ତ ଆଲୁମିନିୟମ ସହ ଭାଗୀଦାରି ହୋଇ ଆମେ ବେଶ ଆନନ୍ଦିତ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri