କୃଷକଙ୍କ ଜୀବନକୁ ପରିବର୍ତ୍ତନ କରାଇଛି ବେଦାନ୍ତ

ଭୁବନେଶ୍ୱର,୨୦।୧୦: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ କୃଷି ଓ କୃଷକର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି କମ୍ପାନୀର ‘ଜୀବିକା ସମୃଦ୍ଧି ପ୍ରକଳ୍ପ’ ମାଧ୍ୟମରେ ଓଡ଼ିଶାର ଝାରସୁଗୁଡ଼ା ଜିଲାର କୃଷକମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ସହ ଅଭିବୃଦ୍ଧି ମଧ୍ୟ ଘଟିଛି। ବିଶେଷକରି କମ୍ପାନୀର ଉକ୍ତ ପ୍ରକଳ୍ପ ଜରିଆରେ ସ୍ଥାନୀୟ ଚାଷୀ ବେଶ୍‌ ଉପକୃତ ମଧ୍ୟ ହୋଇଛନ୍ତି। ସେହିଭଳି କମ୍ପାନୀର ଏଭଳି ପଦକ୍ଷେପ ଯୋଗୁ କୃଷିକ୍ଷେତ୍ରରେ ସ୍ଥାୟୀ ଜୀବିକା ପ୍ରକଳ୍ପ ଜାରି ରହିଛି, ଯାହାର ଲକ୍ଷ୍ୟ କ୍ଷୁଦ୍ର ଓ ମାର୍ଜିନାଲ ଚାଷୀମାନଙ୍କ ଜୀବନରେ ଉନ୍ନତି ଆଣିବା। ଏହାଦ୍ୱାରା ସେମାନେ ଜମିରୁ ଅଧିକ ଅମଳ କରିପାରିବେ। ସେହିପରି କୃଷି ନିବେଶରୁ ମଧ୍ୟ ଉପଯୁକ୍ତ ଫେରସ୍ତ ପାଇପାରିବେ। ବର୍ତ୍ତମାନ ଏହି ପ୍ରକଳ୍ପର ୨ୟ ପର୍ଯ୍ୟାୟ ଝାରସୁଗୁଡ଼ାର ୫ଟି ଗ୍ରାମରେ ଜାରି ରହିଛି। ସିରିଆପାଲି, କେଲଦାମାଳ, ଗୁଡ଼ିଗାଁ, କଟିକେଲା ଓ କୁରେବଗାର ୩୦୦ରୁ ଅଧିକ କୃଷକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହୋଇଛି।

ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ସୁନୀଲ ଗୁପ୍ତା କହିଛନ୍ତି, ସ୍ଥାୟୀ ଜୀବିକା ସୃଷ୍ଟି କରିବା ଆମ ଗୋଷ୍ଠୀ ବିକାଶ ପ୍ରୟାସର ଏକ ପ୍ରମୁଖ ଦିଗ। ସେହି ଉଦ୍ଦେଶ୍ୟରେ ଆମେ ଝାରସୁଗୁଡ଼ାରେ ଦକ୍ଷତା ବିକାଶ, ମହିଳାଙ୍କ ସଶକ୍ତୀକରଣ, କୃଷି, ଉଦ୍ୟୋଗ ଇତ୍ୟାଦି ଉପରେ ଅନେକ କାର୍ଯ୍ୟକ୍ରମ ପରିଚାଳନା କରିଥାଉ। ଏହି ଅଞ୍ଚଳରେ କୃଷିକୁ ମୂଳ ଉତ୍ସ କରୁଥିବା ଚାଷୀଙ୍କ ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆମେ କୃଷକଙ୍କ ଉନ୍ନତି ପାଇଁ ଉନ୍ନତ ଚାଷ ପ୍ରଣାଳୀ, ନୂଆ କୌଶଳ ଉପରେ ଗୁରୁତ୍ୱ ଦେଉଛୁ। ଜମି ଓ ଜଳ ପରିଚାଳନା କୌଶଳ ଇତ୍ୟାଦି ଆମ ଜୀବିକା ସମୃଦ୍ଧି ପ୍ରକଳ୍ପ ଅନ୍ତର୍ଗତ। ଏହାଦ୍ୱାରା ଝାରସୁଗୁଡ଼ାର କୃଷକମାନଙ୍କ ପାଇଁ ଉନ୍ନତ ଅମଳ ଓ ଘରୋଇ ଆୟ ବୃଦ୍ଧି ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri