ବେଦାନ୍ତ ଆଲୁମିନିୟମର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୬।୧୧ (ଅଭୟ ଦାଶ): ଭାରତର ବୃହତ୍‌ ଆଲୁମିନିୟମ ଉପତ୍ାଦକ ବେଦାନ୍ତ ଆଲୁମିନିୟମ ଲିମିଟେଡ ନିକଟରେ ଆଉ ଏକ ସଫଳତା ହାସଲ କରିଛି। ଏପରିକି କମ୍ପାନୀ ଦେଶର ପ୍ରଥମ ନିମ୍ନ କାର୍ବନଯୁକ୍ତ ସବୁଜ ଆଲୁମିନିୟମ ରେଷ୍ଟୋରାକୁ ତେଲଙ୍ଗାନାଠାରେ ଅବସ୍ଥିତ ଏକ ଅଗ୍ରଣୀ ଆଲୁମିନିୟମ ଏକ୍ସଟ୍ରୁଜନ କମ୍ପାନି ଗ୍ଲୋବାଲ ଆଲୁମିନିୟମ ପିଭି ଲିମିଟେଡକୁ ପଠାଇଛି। ବିଶେଷକରି ଅର୍ଡ଼ରର କିଛି ଅଂଶ (ଏକ ଅଂଶ ଭାବେ)କୁ କମ୍ପାନି ଗ୍ଲୋବାଲ ଆଲୁମିନିୟମକୁ ପଠାଇଥିବାବେଳେ ସମ୍ପୃକ୍ତ କମ୍ପାନୀକୁ ବେଦାନ୍ତ ପ୍ରାୟ ୩୦୦ ମେଟ୍ରିକ ଟନ୍‌ ରେଷ୍ଟୋରା ବିଲେଟ ଯୋଗାଇବ। ସେହିଭଳି ଏହି ଘରୋଇ ଉପତ୍ାଦନ ପାଇଁ ଚୁକ୍ତି ଏକ ନୂତନ ମାଇଲଖୁଣ୍ଟ ହୋଇଥିବାବେଳେ ଏହାର ମୂଲ୍ୟ ଶୃଙ୍ଖଳାକୁ ଡିକାର୍ବନାଇଜେଶନ କରିବା ଦିଗରେ ବେଦାନ୍ତ ଆଲୁମିନିୟମର ଓଡ଼ିଶା (ଝାରସୁଗୁଡ଼ା) ୟୁନିଟ ମେଗା ସ୍ମେଲଟର ପ୍ଲାଣ୍ଟ ପ୍ରମୁଖ ଭୂମିକା ବହନ କରୁଛି। ଏପରିକି କମ୍ପାନୀ ଭାରତରେ ପ୍ରଥମ ଅଟେ, ଯିଏକି ବିଶ୍ୱରେ ଗ୍ରାହକ ଆଧାରିତ କମ କାର୍ବନଯୁକ୍ତ ଆଲୁମିନିୟମ, ବ୍ରାଣ୍ଡେଡ ରେଷ୍ଟୋରା(ଅଲଟ୍ରା ଲୋ କାର୍ବନ ଆଲୁମିନିୟମ) ପ୍ରଦାନ କରିଥାଏ। ବିଶେଷ କରି ଅକ୍ଷୟ ଶକ୍ତି ବ୍ୟବହାର କରି ଏହି ଉପତ୍ାଦ ଏକ ଟନ୍‌ ଆଲୁମିନିୟମ ପ୍ରତି ୪ଟନ୍‌ ସିଓ୨ ସମାନତା ମଧ୍ୟରେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ତୀବ୍ରତା ସହିତ ଉପତ୍ାଦିତ କରିଥାଏ। ଯାହା ଆଲୁମିନିୟମ ପାଇଁ ଏକ କମ୍‌ କାର୍ବନଯୁକ୍ତ ଉପତ୍ାଦ ରୂପେ ପ୍ରମାଣିତ ହୋଇଥାଏ। ରେଷ୍ଟୋରା ଅଲଟ୍ରା ଉପତ୍ାଦରେ କମ କାର୍ବନ ରହିଛି, ଯାହା ବିଶ୍ୱରେ ସବୁଠାରୁ କମ୍‌ ବୋଲି କୁହାଯାଉଛି। ସେହିପରି ଯୋଗାଣ ଚୁକ୍ତିରେ ଗ୍ଲୋବାଲ ଆଲୁମିନିୟମ ନିୟୋଜିତ ରେଷ୍ଟୋରା ବିଲେଟ ବେଦାନ୍ତ ଆଲୁମିନିୟମ ଦ୍ୱାରା ବିଭିନ୍ନ ଏକ୍ସଟ୍ରୁଜନ ପ୍ରୋଫାଇଲରେ ଯୋଗାଇ ଦିଆଯିବ।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ୍‌ର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି, ସ୍ଥାୟୀ ଉପତ୍ାଦ ଉପରେ ପ୍ରତିଯୋଗିତାମୂଳକ ପଦକ୍ଷେପକୁ ନେଇ ବିଶ୍ୱସ୍ତର ତଥା ଭାରତରେ ମଧ୍ୟ ଆମର ଗ୍ରାହକଙ୍କ ଉତ୍ସାହର ପ୍ରତିକ୍ରିୟା ଆମେ ଦେଖିବାକୁ ପାଇଛୁ। ଏପରିକି ଆମର ଏହି ବିଶ୍ୱସ୍ତରୀୟ ରେଷ୍ଟୋରା ପରିସରକୁ ଘରୋଇ ବଜାରରେ ପରିଚିତ କରାଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷ କରି ଏକ ସବୁଜ ଭବିଷ୍ୟତ ହାସଲ ଦିଗରେ ଆମର ଏହି ପଦକ୍ଷେପକୁ ସଫଳ କରିବା ଲାଗି ଆମେ ପ୍ରତଶ୍ରୁତିବଦ୍ଧ ରହିଛୁ। ଅପରପକ୍ଷରେ ଗ୍ଲୋବାଲ ଆଲୁମିନିୟମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅନୀଲ ଅଗ୍ରୱାଲ କହିଛନ୍ତି, ବେଦାନ୍ତ ଆଲୁମିନିୟମ ହେଉଛି ଉଚ୍ଚ ଗୁଣାତ୍ମକ ସମାଧାନର ଏକ ବିଶ୍ୱସ୍ତ ପ୍ରଦାନକାରୀ, ଯିଏକି ଗୁଣମାନର ତଥା ମୂଲ୍ୟ ଯୁକ୍ତ ଆଲୁମିନିୟମର ଆବଶ୍ୟକତାକୁ ପୂରଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri