ଆଇଏଆଇରେ ବେଦାନ୍ତ ଆଲୁମିନିୟମ ସାମିଲ

ଭୁବନେଶ୍ୱର, ୮।୧ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ) ରେ ସାମିଲ ହୋଇଛି। ଏପରିକି ବିଶ୍ୱର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀଙ୍କ ମଧ୍ୟରେ ବେଦାନ୍ତ ଆଲୁମିନିୟମ ଆଇଏଆଇର ନୂତନ ସଦସ୍ୟତା ଲାଭ କରିଛି।

ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ୍‌ର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି, ଆଲୁମିନିୟମ୍‌ ଶିଳ୍ପ ମଧ୍ୟରେ ସ୍ଥିରତାକୁ ଆଗେଇ ନେବା ପାଇଁ ଆମେ ଅନ୍ତର୍ଜାତୀୟ ଆଇଏଆଇରେ ଯୋଗଦାନ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହି ଅନ୍ବେଷଣ କ୍ଷେତ୍ରରେ ଆମର କାର୍ଯ୍ୟକଳାପକୁ ବଢ଼ାଇବା ପାଇଁ ଅତ୍ୟାଧୁନିକ ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଆମେ ବିଶ୍ୱାସ କରୁ ଏବଂ ଜଣେ ସଦସ୍ୟ ଭାବେ ଆମେ ଆଇଏଆଇ ଓ ଅନ୍ୟାନ୍ୟ ଶିଳ୍ପପତିମାନଙ୍କ ସହ ସହଯୋଗ କରିବା ସହିତ ସମଗ୍ର ଆଲୁମିନିୟମ୍‌ ମୂଲ୍ୟ ଶୃଙ୍ଖଳା ପାଇଁ ଏକ ଅଧିକ ସ୍ଥାୟୀ ଭବିଷ୍ୟତରେ ଯୋଗଦାନ ଏବଂ ସହଯୋଗ କରିବୁ। ଏହି ସହଭାଗିତା ପାଇଁ ଆମେ ବେଶ୍‌ ଉତ୍ସାହିତ ଏବଂ ଏକତ୍ର ଏକ ଅର୍ଥପୂର୍ଣ୍ଣ ପ୍ରଭାବ ପକାଇବାକୁ ଅପେକ୍ଷା କରିଛୁ।

ସେହିଭଳି ଆଇଏଆଇର ସାଧାରଣ ସମ୍ପାଦକ (ସେକ୍ରେଟାରି ଜେନେରାଲ୍‌) ମାଇଲ୍ସ ପ୍ରୋସେର କହିଛନ୍ତି, ବେଦାନ୍ତ ଆଇଏଆଇର ମୂଲ୍ୟ ଏବଂ ଲକ୍ଷ୍ୟ ସହିତ ଏକ ନିରାପଦ, ନିରପେକ୍ଷ ଓ ନିରନ୍ତର ବିଶ୍ୱ ଆଲୁମିନିୟମ୍‌ ଶିଳ୍ପ ପାଇଁ ସମାନ ହୋଇଥିବାବେଳେ ଆମେ ସେମାନଙ୍କୁ ଆମର ସଦସ୍ୟତାରେ ସ୍ବାଗତ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବିଶ୍ୱର ସର୍ବୋଚ୍ଚ ଆଲୁମିନିୟମ୍‌ ଉତ୍ପାଦକ ଭାବେ ବେଦାନ୍ତ ଆଲୁମିନିୟମର ସଦସ୍ୟତା ଆଇଏଆଇ ଏବଂ ଏକ ସ୍ଥାୟୀ ଆଲୁମିନିୟମ୍‌ ଶିଳ୍ପର ବିଶ୍ୱ ସ୍ବରକୁ ସୁଦୃଢ଼ କରିବ। ବିଶେଷକରି ଏହା ଆଲୁମିନିୟମ୍‌ ଶିଳ୍ପର କାର୍ଯ୍ୟକଳାପ ଆଦି ବିଷୟରେ ଏକ ବ୍ୟାପକ ବୁଝାମଣାକୁ ପ୍ରୋତ୍ସାହିତ କରିବା ସହିତ ଏକ ଦାୟିତ୍ୱପୂର୍ଣ୍ଣ ଉତ୍ପାଦନକୁ ମଧ୍ୟ ଉତ୍ସାହିତ ତଥା ସ୍ଥାୟୀ ପ୍ରୟୋଗରେ ଆଲୁମିନିୟମ୍‌ ବ୍ୟବହାର ଦ୍ୱାରା ହାସଲ ହେବାକୁ ଥିବା ସମ୍ଭାବ୍ୟ ଲାଭକୁ ମଧ୍ୟ ଆଲୋକିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?