ଡାଲମିଆ ସିମେଣ୍ଟ ସହ ବେଦାନ୍ତ ଆଲୁମିନିୟମର ବୁଝାମଣା

ଭୁବନେଶ୍ୱର,୧୫ା୩: ଭାରତର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏବଂ ଡାଲମିଆ ସିମେଣ୍ଟ ମଧ୍ୟରେ ଏକ ବ୍ୟବସାୟିକ ବୁଝାମଣା ହୋଇଥିବା ଜଣାପଡ଼ିଛି। ବିଶେଷକରି ଫ୍ଲାଏ ଆଶ୍‌ ପାଉଁଶ ଭଳି ଶିଳ୍ପ ବଜ୍ୟବସ୍ତୁ ଯୋଗାଣ ପାଇଁ ଉଭୟ ସଂସ୍ଥା ଦୀର୍ଘଦିନ ହେଲା ସହଯୋଗିତା କରିଆସୁଛି। ଏପରିକି ସ୍ବଳ୍ପ ଅଙ୍ଗାରକାମ୍ଳ ସିମେଣ୍ଟ ଉତ୍ପାଦନ ପାଇଁ ପଟ୍‌ ଲାଇନିଂ ଖର୍ଚ୍ଚ କରୁଛି। ଏହି ସହଭାଗିତା ଅନୁଯାୟୀ ଝାରସୁଗୁଡ଼ା ଭାଲିରେ ବେଦାନ୍ତର ବୃହତ୍‌ ଆଲୁମିନିୟମ ସ୍ମେଲଟର ୫ବର୍ଷ ପାଇଁ ମାସିକ ପ୍ରାୟ ୨୦ଟି ଫ୍ଲାଏ ଆଶ୍‌କୁ ଓଡ଼ିଶା, ଛତିଶଗଡ଼, ମେଘାଳୟ ଓ ଆସାମର ସିମେଣ୍ଟ ଉତ୍ପାଦନ ପାଇଁ ପରିବହନ କରିଥାଏ ଓ ରାଜଗାଙ୍ଗପୁରର କମ୍ପାନୀରୁ ପ୍ଲାଣ୍ଟକୁ ୩ ବର୍ଷ ପାଇଁ ଏସ୍‌ପିଏଲ୍‌ ଯୋଗାଇଥାଏ। ସିମେଣ୍ଟ ଶିଳ୍ପଗୁଡ଼ିକୁ ଉଚ୍ଚସ୍ତରୀୟ ଫ୍ଲାଏ ଆଶ୍‌ର ଏକ ପସନ୍ଦଯୋଗ୍ୟ ଯୋଗାଣକାରୀ ଭାବେ ବେଦାନ୍ତ ଲିମିଟେଡ୍‌ ଅତୁଳନୀୟ ଭୂମିକା ନିର୍ବାହ କରିଥାଏ।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ ସୁନୀଲ ଗୁପ୍ତା କହିଛନ୍ତି, ଶିଳ୍ପର ପ୍ରକୃତିକୁ ଦୃଷ୍ଟିରେ ରଖି ବେଦାନ୍ତ ରଣନୀତିକ ସହଯୋଗ ଜାରି ରଖିଛି। ଯେପରିକି ସିମେଣ୍ଟ ତିଆରିରେ ଉନ୍ନତ ଗୁଣବତ୍ତା, ସ୍ଥାୟିତ୍ୱ ଓ ମୂଲ୍ୟ ଦୃଷ୍ଟିରୁ ଏକାଧିକ ଲାଭ ପ୍ରଦାନ କରିବ ଓ ଏଥିପାଇଁ ଆମେ ବର୍ଜ୍ୟବସ୍ତୁର ଠିକ୍‌ ସଦୁପଯୋଗ କରିବାକୁ ଚାହୁଁଛୁ। ସମ୍ପୃକ୍ତ ଶିଳ୍ପର ଉତ୍ପାଦନ ଓ ସ୍ଥାୟୀ ବିକାଶ ଲାଗି ଆମର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ସେହିଭଳି ଡାଲମିଆ ସିମେଣ୍ଟର ମୁଖପାତ୍ର କହିଛନ୍ତି, ଭାରତରେ ଡାଲମିଆ ସିମେଣ୍ଟର ସମସ୍ତ ହିତାଧିକାରୀଙ୍କ ପାଇଁ ସ୍ଥାୟୀ ଉପାୟରେ ମୂଲ୍ୟ ବୃଦ୍ଧି କରିବାକୁ ଆଗ୍ରହ ପ୍ରକାଶ କରିଆସୁଛି। ବେଦାନ୍ତ ଆଲୁମିନିୟମ ସହିତ ଆମର ସହଭାଗିତା ଉଭୟ ସିମେଣ୍ଟ ଓ ଆଲୁମିନିୟମର ସ୍ଥିରତା ଏଜେଣ୍ଡାକୁ ସମର୍ଥନ କରିବା ଦିଗରେ ଉଭୟ କମ୍ପାନୀକୁ ପ୍ରତିବଦ୍ଧତାକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ-ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ଏଡିବି ମୁଖ୍ୟ, ୨୫ ଶହ କୋଟି ଡଲାର ସହାୟତା ପ୍ରସ୍ତାବ…

ନୂଆଦିଲ୍ଲୀ,୨୧।୨ : ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ମୁଖ୍ୟ ମାସାତସୁଗୁ ଆସାକାଓ୍ବା ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ଭାରତର...

୩ ରାଷ୍ଟ୍ରାୟତ୍ତ କମ୍ପାନୀରେ ପୁଞ୍ଜି ଉପଲବ୍ଧ କରାଇବାକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧୩-୨: ରାଷ୍ଟ୍ରାୟତ୍ତ କ୍ଷେତ୍ରର ୩ ସାଧାରଣ ବୀମା କମ୍ପାନୀରେ ପୁଞ୍ଜି ଉପଲବ୍ଧ କରାଇବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ...

କରୋନା ଯୋଗୁ ପୁଣି ବଢ଼ିଲା ସୁନା ଦାମ: ଟପିଲା ୪୩ ହଜାର

ନୂଆଦିଲ୍ଲୀ,୨୫।୨: ଚାଇନାରେ ଦେଖାଦେଇଥିବା କରୋନା ଆତଙ୍କ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଏବେ ସୁନା ଦାମ ୧୦ ଗ୍ରାମ୍‌ ପିଛା ୪୩...

ଭାରତ ମସଲା ପକ୍ଷରୁ ରିଲିଫ ବଣ୍ଟନ

କଟକ,୨୭।୪: କୋଭିଡ୍‌ ଲକ୍‌ଡାଉନ ସମୟରେ ଭାରତ ମସଲା ପକ୍ଷରୁ କଟକଠାରେ ରିଲିଫ ବଣ୍ଟନ କରାଯାଇଛି। କମ୍ପାନୀ ପକ୍ଷରୁ ଧବେଳଶ୍ୱରଗଡାଠାରେ ଥିବା ବସ୍ତିରେ ପ୍ରାୟ ୧୦୦ ପରିବାରକୁ...

ରେପୋସ ପେ’ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୪।୮: ଦେଶର ପ୍ରମୁଖ ଡୋର୍‌ଷ୍ଟେପ୍‌ ଇନ୍ଧନ ବିତରଣ ଉଦ୍ୟୋଗ ରେପୋସର ଫିନ୍‌ଟେକ ଆର୍ମ ରେପୋସ ପେ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ...

ୟୁନିଟ ଆଗୁଆ ବନ୍ଦ କଲା ମାରୁତି

ବାଙ୍ଗାଲୋର,୨୯।୪: କୋଭିଡ୍‌ ସ୍ଥିତିକୁ ନଜରରେ ରଖି ମାରୁତି ସୁଜୁକି ପକ୍ଷରୁ ଏହାର ଗୋଟିଏ ୟୁନିଟକୁ ଆଗୁଆ ବନ୍ଦ କରାଯାଇଛି। କମ୍ପାନୀ ଏହାର ଫ୍ୟାକ୍ଟ୍ରି ମେଣ୍ଟେନାନ୍ସ ଲାଗି...

ଓପୋ ଫୋନରେ ଜିଓର ଟ୍ରୁ-୫ଜି ନେଟ୍‌ୱର୍କ

ମୁମ୍ବାଇ,୧୮।୧୧:ସ୍ମାର୍ଟଫୋନ୍‌ ନିର୍ମାତା ଓପୋ ଇଣ୍ଡିଆର ଅଧିକାଂଶ ୫ଜି ଡିଭାଇସ୍‌ ଜିଓର ଷ୍ଟାଣ୍ଡ୍‌ ଏଲୋନ୍‌ ଟ୍ରୁ-୫ଜି ନେଟ୍‌ୱର୍କକୁ ସପୋର୍ଟ କରୁଥିବା ଜିଓ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି...

ସଫଳତା ଦିଏ ଆହ୍ବାନ

ବିଶ୍ୱାସ କରାଯାଏ ଯେ ସର୍ବୋତ୍ତମ ଉଦ୍ୟୋଗୀମାନେ ଜନ୍ମ ହୋଇଥାନ୍ତି, ସେମାନଙ୍କୁ ତିଆରି କରାଯାଇ ପାରେନାହିଁ। ସେମାନେ ସବୁବେଳେ ଆବେଗପ୍ରବଣ ଏବଂ ଉଦ୍ଭାବନପ୍ରିୟ ହୋଇଥାଆନ୍ତି। ଫଳରେ ବ୍ୟବସାୟରେ...

Advertisement
Archives

Model This Week