Categories: ଖେଳ

ଭାରତର ଏହି ଖେଳାଳି ପର୍‌ଫେକ୍ଟ ଟି-୨୦ କ୍ରିକେଟର: ମାଇକେଲ ଭନ

ନୂଆଦିଲ୍ଲୀ,୫।୧୦: ଭାରତୀୟ ଅଲରାଉଣ୍ଡରଙ୍କ ପ୍ରଶଂସାରେ ଶତମୁଖ ହେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ। ନିଜ ଟୁଇଟ୍‌ରେ ଭାରତୀୟ ଦଳକୁ କଟାକ୍ଷ କରିଆସୁଥିବା ଭନ ଏବେ ନିଜର ସ୍ବର ବଦଳାଇଛନ୍ତି। ଆଇପିଏଲ୍‌ ୨୦୨୧ରେ ଚମତ୍କାର ପ୍ରଦର୍ଶନକୁ ନେଇ ସେ ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପ୍ରଶଂସା କରିଛନ୍ତି।

କ୍ରିକ୍‌ବଜ୍‌ ସହ ଏକ ବାର୍ତ୍ତାଳାପରେ ଭନ କହିଛନ୍ତି, ଜାଡେଜା ଜଣେ ମହାନ ଖେଳାଳି। ସେ ବୋଲିଂ ହେଉ ଅଥବା ବ୍ୟାଟିଂ ନଚେତ ଫିଲ୍ଡିଂ, ତାଙ୍କ ପାଖରେ ସବୁକିଛି ଅଛି। ଯଦି ଟି-୨୦ କ୍ରିକେଟର ନଚେତ ଜଣେ ବ୍ୟାଟ୍ସମ୍ୟାନଙ୍କୁ ପ୍ରସ୍ତୁତ କରୁଛନ୍ତି, ତେବେ କ୍ରିସ୍‌ ଗେଲଙ୍କ ଶକ୍ତି ଏବଂ ବିରାଟ କୋହଲିଙ୍କ ଚତୁର ବ୍ୟାଟିଂକୁ ଦେଖିଥାନ୍ତି। ହେଲେ ଯଦି ଆପଣ ଜଣେ କ୍ରିକେଟରଙ୍କୁ ପ୍ରଥମରୁ ପ୍ରସ୍ତୁତ କରିବାକୁ ଚାହାନ୍ତି, ଜାଡେଜାଙ୍କ ବିଷୟରେ ଚିନ୍ତା କରିପାରିବେ। କାରଣ ସେ କ୍ରିକେଟର ଭାବେ ସବୁକିଛି ଦିଅନ୍ତି।

ଜାଡେଜା ଜଣେ ଚମତ୍କାର ଫିଲ୍ଡର। ସେ ଉତ୍କୃଷ୍ଟ ବାମହାତୀ ସ୍ପିନ ବୋଲିଂ କରିପାରିବେ। ପିଚ୍‌ରେ ଟର୍ନ ରହିଲେ ଅନ୍ୟ ବୋଲରଙ୍କ ପରି ସେ ବିପଜ୍ଜନକ ସାବ୍ୟସ୍ତ ହୋଇପାରିବେ। ଏହାଛଡ଼ା କଠିନ ସମୟରେ ସେ ଭଲ ବ୍ୟାଟିଂ ବି କରିପାରନ୍ତି। ଜାଡେଜା ଜଣେ ଉପଯୁକ୍ତ ଟି-୨୦ କ୍ରିକେଟର ବୋଲି ଭନ ମଧ୍ୟ କହିଛନ୍ତି।

Share