୫୨ ହଜାର ଭୋଟରେ ଜିତିଲେ ବସୁନ୍ଧରା

ଜୟପୁର,୩।୧୨: ୫ ବର୍ଷର ବ୍ୟବଧାନ ପରେ ଭାଜପା ପୁଣି ରାଜସ୍ଥାନରେ କ୍ଷମତାକୁ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଭାଜପା ୧୧୫ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୦ ଆସନରେ ଆଗୁଆ ରହିଛି। ଏହି ପରିପ୍ରେକ୍ଷୀରେ ରାଜସ୍ଥାନର ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଜଲପାଟାନ ବିଧାନସଭା ଆସନରୁ ୫୨ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଛନ୍ତି। ବସୁନ୍ଧରା ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦୀ ତଥା କଂଗ୍ରେସ ପ୍ରାର୍ଥୀରାମଲାଲ ଚୌହାନଙ୍କୁ ହରାଇ ଦେଇଛନ୍ତି। ବସୁନ୍ଧରାଙ୍କୁ ୧,୩୭,୫୮୯ ଭୋଟ ମିଳିଥିବା ବେଳେ ରାମଲାଲଙ୍କୁ ୮୪,୯୫୪ ଭୋଟ ମିଳିଛି ବୋଲି ନିର୍ବାଚନ ଆୟୋଗଙ୍କ ୱେବସାଇଟ ଦର୍ଶାଯାଇଛି। ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ୩,୪୨୫ ଖଣ୍ଡ ଭୋଟ ପାଇଥିବା ବେଳେ ୩,୧୮୦ ନୋଟାରେ ଭୋଟ ପଡିଛି।

ଏବେ ରାଜ୍ୟରେ ଆଗାମୀ ମୁଖ୍ୟମନ୍ତ୍ରୀ କି’ଏ ହେବେ ସେନେଇ ଆଲୋଚନା ବଢିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଏମ୍‌ପି ଦିୟା କୁମାରୀ, ବାଚସ୍ପତି ଓମ ର୍ବିଲା, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଏବଂ ଯୋଗୀ ବାଳକନାଥ ଦୌଡ଼ରେ ଆଗୁଆ ଅଛନ୍ତି।

Share