କମ୍‌ ଦରମାକୁ ଋଣ ବଢ଼ୁଛି କି? ଶୁକ୍ରବାର ଦିନ କରନ୍ତୁ ଏହି ୫ କାମ; ଆପଣା ଛାଏଁ ଦୂର ହେବ ସମସ୍ୟା…

ମା’ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ। ତାଙ୍କୁ ପୂଜା କରିବା ଦ୍ୱାରା ଆର୍ଥିକସ୍ତରରେ ସମସ୍ତ ଅସୁବିଧା ଦୂର ହୋଇଥାଏ। ଏହାଛଡ଼ା କୁବେର ଏବଂ ଶୁକ୍ର ଗ୍ରହରୁ ମଧ୍ୟ ଲାଭ ମିଳିଥାଏ। କୁହାଯାଏ ଶୁକ୍ରବାର ବିଶେଷ ଉପାୟ କରିବା ଦ୍ୱାରା ସହଜରେ ଧନ ଲାଭ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଚମତ୍କାର ଉପାୟ କରିବା ଦ୍ୱାରା ଧନ ସହ ଜଡ଼ିତ ସମସ୍ୟା ଦୂର ହୋଇଥାଏ।

-ଚାକିରିରେ କିଭଳି ଟଙ୍କା ବଢ଼ିବ: ଶୁକ୍ରବାର ଦିନ ଅଶ୍ୱତ୍ଥ ବୃକ୍ଷ ତଳେ ମିଠା ଏବଂ ପାଣି ରଖିଦିଅନ୍ତୁ। ଏହାପରେ ତିନି ଥର ଗଛର ପରିକ୍ରମା କରନ୍ତୁ। ଏଥିସହ ଚାକିରିରେ ଉନ୍ନତି ନେଇ ପ୍ରାର୍ଥନା କରନ୍ତୁ। ଯଦି କରିପାରିବେ କିଛି ଅଶ୍ୱତ୍ଥ ଗଛ ଚାରା ଲଗାନ୍ତୁ। ଏପରି କରିବା ଦ୍ୱାରା ଚାକିରିରେ ଆସୁଥିବା ସମସ୍ୟା ଦୂର ହେବ।

-କରଜ ସମସ୍ୟାରୁ ଲାଭ: ଯଦି ଆପଣ କରଜ ସହ ଜଡ଼ିତ ସମସ୍ୟା ଯୋଗୁ ଚିନ୍ତାରେ ଥାନ୍ତି ତେବେ ଶୁକ୍ରବାର ନିମ୍ବର ଏକ କାଠି ଘରକୁ ଆଣନ୍ତୁ। ତାକୁ ପାଣିରେ ଧୋଇ ସଫା କରନ୍ତୁ। ଏହାପରେ କାଚ ଗିନାରେ ଲୁଣ ମିଶା ପାଣି ଭିତରେ ଏହାକୁ ରଖନ୍ତୁ। ଏହାଦ୍ୱାରା କରଜ ସହ ଜଡ଼ିତ ସମସ୍ୟା ଆପଣା ଛାଏଁ ଦୂର ହୋଇଯିବ।

-କିଭଳି ମିଳିବ ସମ୍ପତ୍ତି: ଶୁକ୍ରବାର ମା’ ଲକ୍ଷ୍ମୀଙ୍କୁ ଗୋଲାପୀ ଫୁଲର ମାଳ ଅର୍ପଣ କରନ୍ତୁ। ଏହାପରେ ଘିଅ ଦୀପ ଲଗାଇ ଲକ୍ଷ୍ମୀଙ୍କ ଆରତୀ କରନ୍ତୁ। ଏହି ଦିନ ମଧ୍ୟ ବାଳିକାମାନଙ୍କୁ ଧଳା ମିଠା ଦାନ କରନ୍ତୁ। ଆପଣଙ୍କୁ ସମ୍ପତ୍ତିର ଅଂଶ ଆରାମରେ ମିଳିଯିବ।

-କାରୋବାରରେ ଧନ: ଶୁକ୍ରବାର ଦିନ ଗୋଲାପି ଫୁଲରେ ବସିଥିବା ଲକ୍ଷ୍ମୀଙ୍କ ଫଟୋ ସ୍ଥାପନ କରନ୍ତୁ। ଏହାପରେ ମା’ ଲକ୍ଷ୍ମୀଙ୍କୁ ଗୋଲାପ ଅତର ଅର୍ପଣ କରନ୍ତୁ। ଏହି ଅତରକୁ ନିୟମିତ ପ୍ରୟୋଗ କରି କାମରେ ଯାଆନ୍ତୁ। ଏହି ଉପାୟ କାରୋବାର ସହ ଜଡ଼ିତ ସମସ୍ୟାକୁ ଦୂର କରିବ। ବେପାର ସହ ଜଡ଼ିତ ଲୋକଙ୍କୁ ଗୋଲାପ ଫୁଲରେ ବସିଥିବା ଲକ୍ଷ୍ମୀଙ୍କ ଫଟୋ ଅଥବା ମୂର୍ତ୍ତି ନିଜ କାର୍ଯ୍ୟସ୍ଥଳରେ ରଖିବା ଉଚିତ।

-ଅଟକିଥିବା ଧନ କିଭଳି ଫେରି ପାଇବେ:ଶୁକ୍ରବାର ଦିନ ଗରିବଙ୍କ ମଧ୍ୟରେ ମିଠା ଏବଂ ପୋଷାକ ବାଣ୍ଟନ୍ତୁ। ଏହି ଦିନ ପାଣିରେ କିଛି କ୍ଷୀର ମିଶାଇ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦିଅନ୍ତୁ। ଏହାପରେ ଅଟକିଥିବା ଧନ ଫେରି ପାଇବାର ପ୍ରାର୍ଥନା କରନ୍ତୁ।