ଘରର ଏସବୁ ସ୍ଥାନରେ ଲଗାନ୍ତୁ ଏହି ୪ ବୃକ୍ଷ: ବଢ଼ିବ ଧନପ୍ରାପ୍ତିର ଯୋଗ

ବାସ୍ତୁଶାସ୍ତ୍ର ଅନୁଯାୟୀ ବିଭିନ୍ନ ବୃକ୍ଷ ଘର ଏବଂ ପରିବାରର ସଦସ୍ୟଙ୍କ ଜୀବନରେ ପ୍ରଭାବ ପକାଇଥାଏ। ଏପରିକି ସଠିକ୍‌ ଦିଗରେ ରଖିବା ଦ୍ୱାରା ଧନପ୍ରାପ୍ତିର ଯୋଗ ବଢ଼ିଥାଏ। ଏଣୁ ସବୁ ବୃକ୍ଷ ପାଇଁ ଏକ ନିଦ୍ଦିଷ୍ଟ ଦିଗ ରହିଛି। ଯଦି ସେଭଳି ରଖାଯାଏ ତେବେ ଘରର ଭଣ୍ଡାର ଟଙ୍କାରେ ପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ..

-ବାସ୍ତୁଶାସ୍ତ୍ର ଅନୁସାରେ ଘରର ପ୍ରବେଶ ଦ୍ୱାରରେ ବାଉଁଶର ଉଦ୍ଭିଦ ଲଗାଇବା ଉଚିତ। ଏପରି କରିବା ଦ୍ୱାରା ଗଛ ବଢ଼ିବା ସାଙ୍ଗକୁ ଘରେ ଧନସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଯଦି ଗଛଟି ଶୁଖିଯାଏ ତେବେ ତାକୁ ହଟାଇ ନୂଆ ଗଛ ଲଗାନ୍ତୁ।

-ଧନବୃଦ୍ଧି ଲାଗି ଘରେ ମନି ପ୍ଲାଣ୍ଟ ଲଗାନ୍ତୁ। ଏହାକୁ ବହୁତ ଶୁଭ ବୋଲି କୁହାଯାଏ। ଯାହା ଘରେ ମନି ପ୍ଲାଣ୍ଟ ଥାଏ, ତାଙ୍କ ଘରେ କେବେ ବି ଧନର ଅଭାବ ଦେଖାଦେଇ ନ ଥାଏ। ହେଲେ ଏହା ସର୍ବଦା ଉପରକୁ ଉଠିବା ଦରକାର। ଏହାକୁ ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ।

-ଘରେ ସୂର୍ଯ୍ୟମୁଖୀ ଲଗାନ୍ତୁ। ଏହା ଚାଇନା ମାଟି ଥିବା କୁଣ୍ଡରେ ଲଗାନ୍ତୁ। ଏହାକୁ ଦକ୍ଷିଣ-ପଶ୍ଚିମ ଦିଗରେ ଲଗାଇବା ଦ୍ୱାରା ଧନବୃଦ୍ଧି ହୋଇଥାଏ।

-ତୁଳସୀକୁ ଚମତ୍କାରୀ ବୃକ୍ଷ ବୋଲି କୁହାଯାଏ। ଏଥିରେ ଦୈବୀୟ ଗୁଣ ଭରପୂର ଥାଏ। ଏଣୁ ଯେଉଁ ଲୋକ ଘରେ ତୁଳସୀ ଲଗାଇଥାନ୍ତି, ସେମାନଙ୍କ ଘରେ ଧନର ଅଭାବ ରହି ନ ଥାଏ। ଏହାକୁ ଲଗାଇବା ଦ୍ୱାରା ଘରେ ଦେବୀଦେବତାଙ୍କ କୃପା ରହିଥାଏ। ଏହାକୁ ଘରର କୌଣସି ଦିଗରେ ରଖାଯାଇପାରେ।