Categories: ଜାତୀୟ

କଂଗ୍ରେସ ଏମ୍‌ପି ବସନ୍ତକୁମାରଙ୍କ କରୋନାରେ ମୃତ୍ୟୁ

ଚେନ୍ନାଇ,୨୮।୮-ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ତାମିଲନାଡୁ କନ୍ୟାକୁମାରୀର କଂଗ୍ରେସ ଏମ୍‌ପି ଏଚ. ବସନ୍ତକୁମାର। ବସନ୍ତ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଗତ ୧୦ ତାରିଖରେ ତାଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିମୋନିଆ ଯୋଗୁ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ପୂର୍ବରୁ ବସନ୍ତକୁମାର ଦୁଇଥର ବିଧାୟକ ହୋଇଥିଲେ। ସେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ମଧ୍ୟ ଥିଲେ।

Share