୨୪ରେ ହାତକୁ ଦି’ହାତ ହେବେ ବରୁଣ ଧାଓ୍ବନ, ଅତିଥି ତାଲିକାରେ ରହିଛି ଏମାନଙ୍କ ନାମ

ମୁମ୍ବାଇ : ଅଭିନେତା ବରୁଣ ଧାଓ୍ବନ ଏବଂ ନତାଶା ଦଲାଲ ଆସନ୍ତା ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ଏହି ବିବାହରେ କେଉଁମାନେ ଯୋଗ ଦେବେ ତାହାର ତାଲିକା ପ୍ରକାଶ କରିଛନ୍ତି ବରୁଣ। ପ୍ରଥମରୁ ବରୁଣ କହୁଥିଲେ, ଅଲିବାଗରେ ହେବାକୁ ଥିବା ବିବାହ ଉତ୍ସବରେ କେହି ଅତିଥି ଯୋଗ ଦେବେ ନାହିଁ। ମାତ୍ର ବର୍ତ୍ତମାନ ସେମାନେ ମତ ବଦଳାଇଛନ୍ତି।

ଏହି ବିବାହରେ ସଲମାନ ଖାନ୍‌, କରଣ ଜୋହର, ଆଲିଆ ଭଟ୍ଟ, ରଣବୀର କପୁର ଏବଂ କ୍ୟାଟ୍ରିନା କୈଫ୍‌ ଯୋଗ ଦେବେ। ଏଥିସହିତ ତାଙ୍କ ନିକଟ ସମ୍ପର୍କୀୟମାନେ ଉପସ୍ଥିତ ରହି ସେମାନଙ୍କୁ ଆଶୀର୍ବାଦ ଦେବେ। ଏହି ତାଲିକାରେ ଅମିତାଭ ବଚ୍ଚନଙ୍କ ନାଁ ମଧ୍ୟ ରହିଛି। ୨୪ ଜାନୁୟାରୀରେ ବିବାହ ହେବ ଏବଂ ୨୭ରେ ରିସେପଶନ। ବିବାହର ୧୫ ଦିନ ପରେ ଏହି ଯୋଡ଼ି ହନିମୁନ୍‌ରେ ଯିବେ। ହନିମୁନ୍‌ରୁ ଫେରି ଶ୍ରୀରାମ ଧାଓ୍ବନଙ୍କ ଫିଲ୍ମ ‘ଏକ୍କିସ’ ଏବଂ ‘ଯୁଗ ଯୁଗ ଜିଓ’ର ଶୁଟିଂ କରିବେ। ବରୁଣ ଏବଂ ନତାଶା ଦୀର୍ଘଦିନ ଧରି ପରସ୍ପରୁ ଡେଟ୍‌ କରୁଥିଲେ। ପିଲାଦିନୁ ଦୁହେଁ ଦୁହିଁଙ୍କୁ ଜାଣିଛନ୍ତି।

Share