ଶିକାର କରୁଛନ୍ତି ବରୁଣ

ମୁମ୍ବାଇ: ବରୁଣ ଧବନ ଓ କ୍ରିତି ସାନନଙ୍କ ଫିଲ୍ମ ‘ଭେଡିୟା’ ଖୁବଶୀଘ୍ର ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ଯାଉଛି । ନିକଟରେ ଫିଲ୍ମର ଭିଜୁଆଲ ପୋଷ୍ଟର ନଜର ଆସିଛି । ପୋଷ୍ଟରକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏକ୍ସାଇମେଣ୍ଟ ବଢି ଯାଇଛି । ବେଶ କିଛିଦିନ ଧରି ଫିଲ୍ମକୁ ନେଇ ଚର୍ଚ୍ଚା ଜାରି ରହିଛି । ଏବେ ଫିଲ୍ମର ଟିଜର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଟିଜର ସହ ଫିଲ୍ମର ଟ୍ରେଲର ରିଲିଜ୍ ଡେଟ ବି ସାମ୍ନାକୁ ଆସିଛି । ଅକ୍ଟୋବର ୧୯ରେ ଫିଲ୍ମର ଟ୍ରେଲର ରିଲିଜ୍ ହେବ । ‘ଭେଡିୟା’ର ଟିଜର ଖୁବ ଭୟଙ୍କର ହୋଇଛି ଯାହାକୁ ଦେଖିଲେ ଦର୍ଶକଙ୍କ ଲୋମ ଟାଙ୍କୁରି ଉଠୁଛି ।
ଟିଜର ଆରମ୍ଭରେ ଏକ ଭୟଙ୍କର ଶବ୍ଦରେ ର‌୍ୟାପ କରୁଥିବା ଶୁଣାଯାଉଛି । କେମିତି ଏକ ଭେଡିୟା ନିଜର ଭୋକ ପାଇଁ ମଣିଷଙ୍କୁ ଶିକାର କରୁଛି । ଟିଜରରେ ଅନ୍ଧାର ଓ ଦମଦାର ର‌୍ୟାପ ଦେଖାଯାଉଛି । ଏହାକୁ ଦେଖିଲେ ଭିତରେ ଶିହରଣ ସୃଷ୍ଟି ହେଉଛି । ରାତିରେ ନାୟକ ବରୁଣ ଜଙ୍ଗଲରେ ଦୌଡୁଥିବା ନଜର ଆସିଛି । ଅନ୍ୟପଟେ ଗାଁ ଲୋକେ କେଉଁ ଏକ ଜନ୍ତୁକୁ ଜଳାଉଥିବା ଦେଖାଯାଇଛି । ନିଆଁରେ ଭେଡିୟା ଆକୃତି ଭଳି ନଜର ଆସୁଛି । ଏହି ଫିଲ୍ମରେ କ୍ରିତି ସାନନ ବି ଲିଡ ରୋଲରେ ନଜର ଆସିବେ । ଦର୍ଶକେ ଖୁବ ଉତ୍ସୁକତାର ସହ ଏହି ଫିଲ୍ମକୁ ଅପେକ୍ଷା ରଖିଛନ୍ତି ।

Share