ବିବାହର ଚାରି ମାସ ପରେ ଘରକୁ ଆସିଥିଲା କୁନି ଅତିଥି; ପୁଅର ଫଟୋ ଶେୟାର କରି…

ବମ୍ବେ: ଇତିମଧ୍ୟରେ ଅଭିନେତା ବରୁଣ ଧଓ୍ବନ ଏବଂ ନତାଶା ଦଲାଲଙ୍କ ବିବାହକୁ ପୁରିଛି ଚାରି ମାସ। ଏବେ ତାଙ୍କ ଘରକୁ ଆସିଛି କୁନି ଅତିଥି। ତାଙ୍କୁ ସ୍ବାଗତ କରିବାକୁ ଯାଇ ବରୁଣ ଏକ ଭିଡିଓ ଶେୟାର କରିଛନ୍ତି। ଏଥିସହ କି ନାମ ଦେବା ଠିକ୍‌ ରହିବ ସେନେଇ ବରୁଣ ପ୍ରଶଂସକଙ୍କ ସହାୟତା ଲୋଡ଼ିଛନ୍ତି। କିଛି ସମୟ ମଧ୍ୟରେ ବରୁଣଙ୍କ ଫାଦରହୁଡ୍‌କୁ ନେଇ ଏହି ପୋଷ୍ଟଟି ବେଶ୍‌ ଭାଇରାଲ ହୋଇଥିଲା। ପ୍ରଶଂସକମାନେ ଏକରୁ ବଳି ଏକ ନାମ ଚୟନ କରି କହିବାରେ ଲାଗିଥିଲେ।

ନିଜର ଆଧିକାରୀକ ଇନ୍‌ଷ୍ଟା ଆକାଉଣ୍ଟରେ ବରୁଣ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ନିଜର କୁକୁରଛୁଆ ସହ ନଜର ଆସୁଛନ୍ତି। ଭିଡିଓରେ ଘରକୁ ଆସିଥିବା ନୂଆ ଅତିଥି(କୁକୁର)କୁ ସେ ନିଜର ପୁଅ ବୋଲି କହୁଛନ୍ତି। ଏହାଛଡ଼ା କ୍ୟାପଶନରେ- ଫାଦରହୁଡ, ମୁଁ ଏପର୍ଯ୍ୟନ୍ତ ନିଜ ପୁଅର ନାମ ଦେଇନାହିଁ। ଦୟାକରି ମୋର ସହାୟତା କର ବୋଲି ବରୁଣ ଲେଖିଛନ୍ତି।

Share