ସାଉଥ୍‌ର ଏହି ଫିଲ୍ମର ହିନ୍ଦୀ ରିମେକ୍‌ରେ ନଜର ଆସିବେ ବରୁଣ ଧାଓ୍ବନ

ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ତାଙ୍କର ଦମ୍‌ଦାର ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଫିଲ୍ମ ସମ୍ବନ୍ଧୀୟ ଅପଡେଟ୍‌ ଶେୟାର କରିଥାନ୍ତି। ଏବେ ଜାଣିବାକୁ ମିଳିଛି ସାଉଥ୍‌ ଇଣ୍ଡଷ୍ଟ୍ରିର ସୁପରହିଟ୍‌ ଫିଲ୍ମ ‘ଥେରି’ର ହିନ୍ଦୀ ରିମେକ୍‌ରେ ଦେଖିବାକୁ ଯାଉଛନ୍ତି।

ବରୁଣ ଆଟଲେଙ୍କୁ ଭେଟିଥିବା ଜଣାପଡ଼ିଛି। ବିଜୟ ଏବଂ ସାମନ୍ଥାଙ୍କ ସୁପରହିଟ୍‌ ଫିଲ୍ମ ‘ଥେରି’ର ହିନ୍ଦୀ ରିମେକ୍‌ରେ ଖୁବଶୀଘ୍ର ଦୁହେଁ ନଜର ଆସିବେ। ଯେଉଁଥିପାଇଁ ସେ ଆଟ୍‌ଲେଙ୍କ ଫିଲ୍ମ ନିର୍ମାତାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

ଆଟଲେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା। ଅଭିନେତା ବିଜୟ ଏହି ଫିଲ୍ମରେ ବିଭିନ୍ନ ଭୂମିକାରେ ତିନୋଟି ଡିସିପି ବିଜୟ କୁମାର, ଜୋସେଫ୍‌ କୁରୁଭିଲା ଏବଂ ଧର୍ମେଶ୍ୱର ଭୂମିକାରେ ଅଭିନୟ କରୁଥିବାବେଳେ ସାମନ୍ଥା ତାଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ କାହାଣୀ ଜଣେ ସଚ୍ଚୋଟ ପୋଲିସ ଅଧିକାରୀଙ୍କ ଚାରିପାଖରେ ଘୂରି ବୁଲୁଛି। ଯାହାଙ୍କ ପରିବାର ଜଣେ ରାଜନେତାଙ୍କ ଦ୍ୱାରା ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଛି।

Share