ବିବାହ ପରେ ନତାଶାଙ୍କ ସହ ଏହି ନୂଆ ଘରକୁ ଯିବେ ବରୁଣ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନ ଏବଂ ନତାଶା ଦଲାଲଙ୍କ ବିବାହ ଖବର ବେଶ୍‌ କିଛିଦିନ ଧରି ଚର୍ଚ୍ଚାରେ ରହିଆସିଛି। ଏବେ ହନିମୁନକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ବର୍ତ୍ତମାନ ବରୁଣ ଏବଂ ନତାଶା ନୂଆ ଘରକୁ ଶିଫ୍ଟ କରିବା ମଧ୍ୟ ଖବର ଶୁଣିବାକୁ ମିଳିଛି। ଏକ ସାକ୍ଷାତକାରରେ ବରୁଣ ଏ ବିଷୟରେ ସୂଚନା ଦେଇଥିଲେ କି, ନତାଶାଙ୍କ ସହ ସେ ନିଜେ କିଣିଥିବା ଘରେ ରହିବେ। ସେ କହିଥିଲେ, ଯେତେବେଳେ ନୂଆ ଘର କିଣିବେ ସେତେବେଳେ ସେ ନତାଶାଙ୍କ ସହ ରିଲେସନଶିପ୍‌ରେ ରହିବା କଥା ଭାବିବେ। ଏକଥା ବିବାହ ପରେ ସତ ହୋଇଛି। ବର୍ତ୍ତମାନ ଏହି ଦମ୍ପତି ନୂଆ ଘରେ ରହିବେ।

ବରୁଣ ୨୦୧୭ରେ ନୂଆ ଘର କିଣିଥିଲେ। ତାଙ୍କ ଘର ଖୁବ୍‌ ସୁନ୍ଦର। ଅନୁପମ ଖେର ବରୁଣଙ୍କ ଘରର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯେଉଁଥିରେ ବେଡ୍‌ରୁମ, ହଲ୍‌, ଓ୍ବାର୍କ ଡେନ୍‌, କ୍ଲୋସେଟ୍‌ ଏବଂ ଲିଭିଂ ରୁମ୍‌ ସମେତ ସମସ୍ତ କୋଠରିର ଝଲକ ଦେଖାଇଛନ୍ତି। ନତାଶା କୁଆଡ଼େ ଏହି ଘରକୁ ନିଜ ପସନ୍ଦ ଅନୁସାରେ ସଜାଇଛନ୍ତି। ଏଥିସହିତ ବରୁଣଙ୍କ ପସନ୍ଦ ପ୍ରତି ମଧ୍ୟ ସେ ଧ୍ୟାନ ଦେଇଛନ୍ତି।
ବରୁଣ ଏବଂ ନତାଶା ଗତ ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରେ ଏହି ଦମ୍ପତି ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଅପ୍‌ଡେଟ୍‌ ଦେଇଚାଲିଛନ୍ତି।

Share