ମାଇକ୍ରୋଭେଷ୍ଟଠାରୁ ଭର୍ଥାନାର ନିବେଶ ପ୍ରାପ୍ତି

ନୂଆଦିଲ୍ଲୀ,୫।୧: ସୁଲଭ ଶିକ୍ଷା ଋଣ ନିମନ୍ତେ ବାଙ୍ଗାଲୋରର ଏକ ନନ୍‌ ବ୍ୟାଙ୍କିଙ୍ଗ୍‌ ଫାଇନାନ୍ସିଆଲ୍‌ କମ୍ପାନୀ (ଏନ୍‌ବିଏଫ୍‌ସି) ଆମେରିକାରା ଏକ ବିଶ୍ୱସ୍ତରୀୟ ବିନିଯୋଗ ସଂସ୍ଥା ମାଇକ୍ରୋଭେଷ୍ଟଠାରୁ ୭ ମିଲିୟନ ଡଲାର (ପ୍ରାୟ ୫୬ କୋଟି ଟଙ୍କା) ନିବେଶ ପ୍ରାପ୍ତି କରିଛି। ଏହି ପୁଞ୍ଜି ବିନିଯୋଗ ଦ୍ୱାରା ସାରା ଦେଶର ଗ୍ରାମାଞ୍ଚଳରେ ସୁଲଭ ଶିକ୍ଷାକୁ ସହଯୋଗ ଏବଂ ରୂପାନ୍ତର କରିବା ଏବଂ ଘରୋଇ ବିଦ୍ୟାଳୟକୁ ଋଣ ପ୍ରଦାନ କରିବାର ଭର୍ଥାନାର ଲକ୍ଷ୍ୟକୁ ସକ୍ଷମ କରିବ। ଏହି ପାଣ୍ଠି କୋଭିଡ୍‌-୧୯ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟାରୁ ସୁଲଭ ବିଦ୍ୟାଳୟଗୁଡିକୁ ମୁକୁଳିବା ନିମନ୍ତେ ସହାୟତା କରିବା ପାଇଁ ଭର୍ଥାନାର ଲକ୍ଷ୍ୟକୁ ଦୃଢ କରିବ।

ବିକାଶ ବିଷୟରେ ସୂଚନା ଦେଇ ଭର୍ଥାନାର ସିଇଓ ତଥା ସହପ୍ରତିଷ୍ଠାତା ଷ୍ଟିଭ୍‌ ହାର୍ଡଗ୍ରେଭ କହିଛନ୍ତି, ମାଇକ୍ରୋଭେଷ୍ଟ ଆମର ଦୀର୍ଘକାଳୀନ ନିବେଶର ଅଂଶୀଦାର ହୋଇଆସୁଅଛି ଯାହା ଭାରତରେ ଗୁଣାମତ୍କ ଶିକ୍ଷା ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛି। ସ୍ବଳ୍ପ ବଜେଟ ବିଦ୍ୟାଳୟ ଯେଉଁଥିରେ ଆମେ ବିନିଯୋଗ କରୁଛୁ, ମହାମାରୀ ସମୟରେ ସମ୍ମୁଖୀନ ହୋଇଥିବା ସମସ୍ୟା ପରେ ବ୍ୟବସାୟକୁ ଫେରିବା ପାଇଁ ନିବେଶ ଅନ୍ତର୍ଭୁକ୍ତ ଆର୍ଥିକ ସେବା ଉପରେ ନିର୍ଭର କରୁଛନ୍ତି। ମାଇକ୍ରୋଭେଷ୍ଟ ସହଯୋଗରେ ଏହି ବିଦ୍ୟାଳୟଗୁଡିକୁ ସାହାଯ୍ୟ କରିବାରେ ଆମେ ଏକ ଦୃଢ଼ ସ୍ଥିତି ହାସଲ କରିଛୁ। ମହାମାରୀର ୨ ବର୍ଷପରେ ବିଦ୍ୟାଳୟଗୁଡିକ ସକାରାମତ୍କ ଦିଗରେ ଗତି କରୁଛନ୍ତି। ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୦,୦୦୦ରୁ ଅଧିକ ବିଦ୍ୟାଳୟକୁ ସାହାଯ୍ୟ କରିବା ଆମର ଲକ୍ଷ୍ୟ ରହିଛି। ଋଣ ବିତରଣ କରିବା ବ୍ୟତୀତ ଭର୍ଥାନା ବିଦ୍ୟାଳୟଗୁଡିକୁ ଡିଜିଟାଲ ଲର୍ନିଂ ଟୁଲସ୍‌ ଏବଂ ଟିଚିଂ ମେଥଡ୍‌ ପ୍ରଦାନ କରିଛି ଯାହା ମାଧ୍ୟମରେ ଛାତ୍ରୀଛାତ୍ରମାନେ ମହାମାରୀ ସତ୍ତ୍ୱେ ସେମାନଙ୍କ ଶିକ୍ଷା ଜାରି ରଖିପାରିବେ।

ମାଇକ୍ରୋଭେଷ୍ଟର ସିଇଓ ଜୋଶୁଆ ମୋରାକ୍‌ଜଉସ୍କି କହିଛନ୍ତି, ଭାରତରେ ଭର୍ଥାନା ମାଧ୍ୟମରେ ସ୍ବଳ୍ପ ଆୟ ଅନ୍ତର୍ଭୁକ୍ତ ଛାତ୍ରୀଛାତ୍ର ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟକରି ଆମେ ଗର୍ବିତ। ଆମେ ଭର୍ଥାନା ପରି ଦାୟିତ୍ୱପୂର୍ଣ୍ଣ ଆର୍ଥିକ ପ୍ରତିଷ୍ଠାନଗୁଡିକୁ ସମର୍ଥନ କରିବାପାଇଁ ପ୍ରତିଶ୍ରୁତିବଦ୍ଧ। କୋଭିଡ୍‌ ପରେ ସେମାନଙ୍କର ପ୍ରୟାସ ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri