ମାଇକ୍ରୋଭେଷ୍ଟଠାରୁ ଭର୍ଥାନାର ନିବେଶ ପ୍ରାପ୍ତି

ନୂଆଦିଲ୍ଲୀ,୫।୧: ସୁଲଭ ଶିକ୍ଷା ଋଣ ନିମନ୍ତେ ବାଙ୍ଗାଲୋରର ଏକ ନନ୍‌ ବ୍ୟାଙ୍କିଙ୍ଗ୍‌ ଫାଇନାନ୍ସିଆଲ୍‌ କମ୍ପାନୀ (ଏନ୍‌ବିଏଫ୍‌ସି) ଆମେରିକାରା ଏକ ବିଶ୍ୱସ୍ତରୀୟ ବିନିଯୋଗ ସଂସ୍ଥା ମାଇକ୍ରୋଭେଷ୍ଟଠାରୁ ୭ ମିଲିୟନ ଡଲାର (ପ୍ରାୟ ୫୬ କୋଟି ଟଙ୍କା) ନିବେଶ ପ୍ରାପ୍ତି କରିଛି। ଏହି ପୁଞ୍ଜି ବିନିଯୋଗ ଦ୍ୱାରା ସାରା ଦେଶର ଗ୍ରାମାଞ୍ଚଳରେ ସୁଲଭ ଶିକ୍ଷାକୁ ସହଯୋଗ ଏବଂ ରୂପାନ୍ତର କରିବା ଏବଂ ଘରୋଇ ବିଦ୍ୟାଳୟକୁ ଋଣ ପ୍ରଦାନ କରିବାର ଭର୍ଥାନାର ଲକ୍ଷ୍ୟକୁ ସକ୍ଷମ କରିବ। ଏହି ପାଣ୍ଠି କୋଭିଡ୍‌-୧୯ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟାରୁ ସୁଲଭ ବିଦ୍ୟାଳୟଗୁଡିକୁ ମୁକୁଳିବା ନିମନ୍ତେ ସହାୟତା କରିବା ପାଇଁ ଭର୍ଥାନାର ଲକ୍ଷ୍ୟକୁ ଦୃଢ କରିବ।

ବିକାଶ ବିଷୟରେ ସୂଚନା ଦେଇ ଭର୍ଥାନାର ସିଇଓ ତଥା ସହପ୍ରତିଷ୍ଠାତା ଷ୍ଟିଭ୍‌ ହାର୍ଡଗ୍ରେଭ କହିଛନ୍ତି, ମାଇକ୍ରୋଭେଷ୍ଟ ଆମର ଦୀର୍ଘକାଳୀନ ନିବେଶର ଅଂଶୀଦାର ହୋଇଆସୁଅଛି ଯାହା ଭାରତରେ ଗୁଣାମତ୍କ ଶିକ୍ଷା ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛି। ସ୍ବଳ୍ପ ବଜେଟ ବିଦ୍ୟାଳୟ ଯେଉଁଥିରେ ଆମେ ବିନିଯୋଗ କରୁଛୁ, ମହାମାରୀ ସମୟରେ ସମ୍ମୁଖୀନ ହୋଇଥିବା ସମସ୍ୟା ପରେ ବ୍ୟବସାୟକୁ ଫେରିବା ପାଇଁ ନିବେଶ ଅନ୍ତର୍ଭୁକ୍ତ ଆର୍ଥିକ ସେବା ଉପରେ ନିର୍ଭର କରୁଛନ୍ତି। ମାଇକ୍ରୋଭେଷ୍ଟ ସହଯୋଗରେ ଏହି ବିଦ୍ୟାଳୟଗୁଡିକୁ ସାହାଯ୍ୟ କରିବାରେ ଆମେ ଏକ ଦୃଢ଼ ସ୍ଥିତି ହାସଲ କରିଛୁ। ମହାମାରୀର ୨ ବର୍ଷପରେ ବିଦ୍ୟାଳୟଗୁଡିକ ସକାରାମତ୍କ ଦିଗରେ ଗତି କରୁଛନ୍ତି। ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୦,୦୦୦ରୁ ଅଧିକ ବିଦ୍ୟାଳୟକୁ ସାହାଯ୍ୟ କରିବା ଆମର ଲକ୍ଷ୍ୟ ରହିଛି। ଋଣ ବିତରଣ କରିବା ବ୍ୟତୀତ ଭର୍ଥାନା ବିଦ୍ୟାଳୟଗୁଡିକୁ ଡିଜିଟାଲ ଲର୍ନିଂ ଟୁଲସ୍‌ ଏବଂ ଟିଚିଂ ମେଥଡ୍‌ ପ୍ରଦାନ କରିଛି ଯାହା ମାଧ୍ୟମରେ ଛାତ୍ରୀଛାତ୍ରମାନେ ମହାମାରୀ ସତ୍ତ୍ୱେ ସେମାନଙ୍କ ଶିକ୍ଷା ଜାରି ରଖିପାରିବେ।

ମାଇକ୍ରୋଭେଷ୍ଟର ସିଇଓ ଜୋଶୁଆ ମୋରାକ୍‌ଜଉସ୍କି କହିଛନ୍ତି, ଭାରତରେ ଭର୍ଥାନା ମାଧ୍ୟମରେ ସ୍ବଳ୍ପ ଆୟ ଅନ୍ତର୍ଭୁକ୍ତ ଛାତ୍ରୀଛାତ୍ର ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟକରି ଆମେ ଗର୍ବିତ। ଆମେ ଭର୍ଥାନା ପରି ଦାୟିତ୍ୱପୂର୍ଣ୍ଣ ଆର୍ଥିକ ପ୍ରତିଷ୍ଠାନଗୁଡିକୁ ସମର୍ଥନ କରିବାପାଇଁ ପ୍ରତିଶ୍ରୁତିବଦ୍ଧ। କୋଭିଡ୍‌ ପରେ ସେମାନଙ୍କର ପ୍ରୟାସ ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri