‘ଜିଓକୁ ସପୋର୍ଟ କରିବ ମୋଟୋରୋଲା ୫ଜି ଫୋନ୍‌

ନୂଆଦିଲ୍ଲୀ, ୫।୧: ଦେଶର ଅଗ୍ରଣୀ ସ୍ମାର୍ଟଫୋନ୍‌ ନିର୍ମାତା ମୋଟୋରୋଲା ତାର ନୂତନ ୫ଜି ସ୍ବାର୍ଟଫୋନ୍‌ ବଜାରରେ ପ୍ରବେଶ କରିଛି। ଏଥିରେ ଜିଓର ଟ୍ରୁ ୫ଜି ଷ୍ଟାଣ୍ଡ୍‌ ଏଲୋନ୍‌ ନେଟ୍‌ଓ୍ବାର୍କକୁ ସପୋର୍ଟ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ମୋଟୋରୋଲା ଏଜ୍‌ ୩୦ ଅଲ୍‌ଟ୍ରା, ମୋଟୋରୋଲା ଏଜ୍‌ ୩୦ ଫ୍ୟୁଜ୍‌ନ, ମୋଟୋରୋଲା ଏଜ୍‌ ୩୦, ମୋଟୋ ଜି୮୨ ୫ଜି, ମୋଟୋରୋଲା ଏଜ୍‌ ୩୦ ପ୍ରୋ, ମୋଟୋ ଜି୭୧ ୫ଜି, ମୋଟୋ ଜି୫୧ ୫ଜି, ମୋଟୋରୋଲା ଏଜ୍‌ ୨୦, ମୋଟୋରୋଲା ଏଜ୍‌ ୨୦ ଫ୍ୟୁଜନ୍‌ ଏବଂ ମୋଟୋ ଜି ୬୨ ୫ଜି ସ୍ମାର୍ଟଫୋନ୍‌ ରିଲାଏନ୍ସର ଜିଓର ଟ୍ରୁ ୫ଜି ନେଟ୍‌ଓ୍ବର୍କରେ କାର୍ଯ୍ୟ କରିବ ଏବଂ ଦେଶର ଗ୍ରାହକ ମାନେ ଜିଓ ଟ୍ରୁ ୫ଜିର ଅନୁଭୂତି ନେଇ ପାରିବେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏ ନେଇ ମୋଟୋରୋଲା ଏସିଆ ପାସିଫିକ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଶାନ୍ତ ମଣି କହିଲେ, ଏହି ସ୍ମାର୍ଟଫୋନ୍‌ରେ ହାଇସ୍ପିଡ଼୍‌ ୫ଜି ଅନୁଭୂତି ଗ୍ରାହକ ମାନେ ନେଇ ପାରିବେ ଏବଂ ଦେଶର ଅଗ୍ରଣୀ ଶିଳ୍ପ ସଂସ୍ଥା ରିଲାଏନ୍ସ ଜିଓ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଖୁବ୍‌ ଆନନ୍ଦିତ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିପରି ରିଲାଏନ୍ସର ଜିଓର ସଭାପତି ସୁନିଲ ଦତ୍ତ କହିଲେ, ମୋଟୋରୋଲର ୫ଜି ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବା ସମସ୍ତ ଜିଓ ଗ୍ରାହକ ମାନଙ୍କୁ ଜିଓ ଓ୍ବେଲକମ୍‌ ଅଫ୍‌ର ଅଧୀନରେ ଅସୀମିତ ୫ଜି ଇଣ୍ଟରନେଟ୍‌ ଡାଟା ଏବଂ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ ମିଳିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri