ଷ୍ଟାର ଦମ୍ପତି ବିବାଦ: ସତ୍ୟପାଠ ଦାଖଲ କଲେ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ,୧୪ା୯: ଷ୍ଟାର୍‌ ଦମ୍ପତି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ବୁଧବାର କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ବର୍ଷା ଅଦାଲତରେ ହାଜର ହୋଇ ତାଙ୍କର ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଅଯଥା ସମୟ ନ ନେବାକୁ ବର୍ଷା ସତ୍ୟପାଠରେ ଉଲ୍ଲେଖ କରିଥିବା ବେଳେ ମିଥ୍ୟା ତଥ୍ୟ ନ ଦେବା, ବିଚାର ପ୍ରକ୍ରିୟାରେ ସହଯୋଗ କରିବାକୁ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।