କେସିଙ୍ଗା ଷ୍ଟେଶନରେ ୫ ମିନିଟ୍‌ ଟ୍ରେନ୍‌ ରହୁ;କଳାହାଣ୍ଡି ରେଳଯାତ୍ରୀ ସଂଘ ସାଧାରଣ ବୈଠକରେ ବିଭିନ୍ନ ଦାବି ନେଇ …

କେସିଙ୍ଗା,୧୭।୬(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘର ସାଧାରଣ ବୈଠକ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ୟଙ୍ଗ ବ୍ଲଡ୍‌ ପବ୍ଲିକ ସ୍କୁଲ ପରିସରରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଡ. ହେମସାଗର ସାହା କେସିଙ୍ଗା ରେଳ ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ପ୍ରସ୍ତାବ ଆଗତ କରିଥିଲେ।

ଏହି ରେଳ ଷ୍ଟେସନରେ ସମସ୍ତ ଦ୍ରୁତ ଗାମୀ ଟ୍ରେନ ମାତ୍ର ୨ମିନିଟ ରହଣୀ କରୁଛି। ଯାହାଫଳରେ ଫଳରେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବୃଦ୍ଧ, ବୃଦ୍ଧା ଏବଂ ଦିବ୍ୟାଙ୍ଗମାନେ ଟ୍ରେନରୁ ଓହ୍ଲାଇ ଚିବାରେ ବହୁତ କଷ୍ଟ ଭୋଗୁଛନ୍ତି। ସେଥିପାଇଁ ୨ ମିନିଟ ରହଣି ପରିବର୍ତ୍ତେ ଏହାକୁ ୫ ମିନିଟକୁ ବୃଦ୍ଧି କରିବା ପାଇଁ ଡିଆର୍‌ଏମ୍‌ଙ୍କୁ ପ୍ରସ୍ତାବ ଦେବା ପାଇଁ ଆଲୋଚନା ହୋଇଛି। ସର୍ବଦା ମାଲ ଗୋଦାମରେ ସିମେଣ୍ଟ ଚାଉଳ ଗହମ ତଥା ଅନ୍ୟ ସାମଗ୍ରୀ ଲୋଡ ଅନ୍‌ଲୋଡ ହେଉଛି। ବିଦ୍ୟୁତର ବ୍ୟବସ୍ଥା ନାହିଁ କିମ୍ବା ପାନୀୟଜଳର ବ୍ୟବସ୍ତା ନାହିଁ। ଯାହାଫଳରେ କାର୍ଯ୍ୟରତ ହେମାଳ ଓ କର୍ମଚାରୀମାନେ ହଇରାଣ ହେଉଛନ୍ତି। ଗୋଦାମରେ ଲୋଡ ଅନଲୋଡ ସମୟ କେବଳ ୯ଘଣ୍ଟା ରେଳବାଇ ବିଭାଗ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି। ତା ଠାରୁ ଅଧିକ ସମୟ ଲାଗିଲେ ଡେମ୍ରେଜ ଦେବାକୁ ପଡ଼ୁଛି, ତାର ସମୟ ସୀମା ସଂଶୋଧନ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଏପରିକି ମାଲ ଗୋଦାମରେ ରେଲୱେ ପୋଲିସ ନ ଥିବାରୁ ଚୋରି ଡକାୟତି ଭୟ ରହିଛି। ସେଥିପାଇଁ ଟ୍ରାନ୍ସପୋର୍ଟ କଣ୍ଟାକ୍ଟର ନିଜ ପଇସାରେ ଚୌକିଦାର ରଖି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ସେଥିପାଇଁ ରେଳବାଇ ପୋଲିସ ଗୋଦାମରେ ନିଯୁକ୍ତି ଦିଆଯିବା ପାଇଁ ଦାବି କରାଯାଇଛି।

ଯେଉଁ ସମୟରେ ଦ୍ରୁତଗାମୀ ଡାଉନ ଟ୍ରେନ ୪ନଂ ପ୍ଲାଟଫର୍ମରେ ନ ଆସି ୨ ନଂ ଓ ୩ନଂ ପ୍ଲାଟଫର୍ମରେ ଆସୁଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏଥିରେ ବିଶେଷ କରି ବୃଦ୍ଧ ବୃଦ୍ଧା ବିକଳାଙ୍ଗ ମାନେ ସିଡି ଚଢ଼ି ନ ପାରି ହଇରାଣ ହେବା ସହ ଟ୍ରେନ ଫେଲ ହେଉଛନ୍ତି। ୪ନଂ ପ୍ଲାଟଫର୍ମ ରେ ପାନୀୟ ଜଳ ଓ ପଙ୍ଖାର ବ୍ୟବସ୍ଥା ନ ଥିବାରୁ ଯାତ୍ରୀ ମାନେ ହଇରାଣ ହେଉଛନ୍ତି । କାଣ୍ଡେଲ ରୋଡ ରେଳ ଷ୍ଟେସନରେ ୨ମିନିଟ ତପସ୍ବିନୀ ଟ୍ରେନ ରହଣି ପାଇଁ ମଧ୍ୟ ଦାବି କରିଛି ସଂଘ। ଏହି ଷ୍ଟେସନର ସମ୍ମୁଖୀନରେ ଲାଇଟ ଓ ପଙ୍ଖାର ବ୍ୟବସ୍ଥା ରହିଛି। କିନ୍ତୁ ୧,୨,୩,୪ ପ୍ଲାଟଫର୍ମ ମାନଙ୍କରେ ଲାଇଟ ଓ ପଙ୍ଖା ନ ଥିବାରୁ ଯାତ୍ରୀ ମାନେ ଅନ୍ଧାରରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୌଚାଳୟ ଗୁଡିକ ଦୀର୍ଘ ଦିନରୁ ଅକାମି ହୋଇ ପଡ଼ି ରହି ଥିବାରୁ ରେଳ ବିଭାଗ ଅଧିକାରୀ ମାନଙ୍କ ଠାରେ ଅଭିଯୋଗ କଲେ ସୁଦ୍ଧା କର୍ଣ୍ଣପାତ କରୁନ ଥିବାରୁ ସଂଘ କ୍ଷୋଭ ପ୍ରକାଶ କରିବା ସହ ଡ଼ି ଆର ଏମ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଇସ୍ପାତ ଟ୍ରେନକୁ ସପ୍ତାହରେ ଦୁଇ ଦିନ ରାୟଗଡ଼ା ଭାୟା ଟିଟିଲାଗଡ ଦେଇ ଚଳାଇବା ପାଇଁ ଦାବି କରିଛି ସଂଘ। ରେଳ ବିଭାଗର ବିଭିନ୍ନ ସମସ୍ୟା ଗୁଡ଼ିକୁ କଳାହାଣ୍ଡି ଜିଲାର ଦୁଇ ଜଣ ଏମ୍‌ପିଙ୍କୁ ଅବଗତ କରି ତାର ସମାଧାନ ପାଇଁ ଦାବି ଜଣାଇଥିଲେ ସୁଦ୍ଧା ଆନ୍ତରିକ ଅଭାବ ଯୋଗୁ କେହି କର୍ଣ୍ଣପାତ କରୁନାହାନ୍ତି । ଶେଷରେ ସଭାପତି ସୁଭାଷ ଜୈନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ପାଦକ ପୂର୍ବ ବିବରଣୀ ପଠନ କରିଥିଲେ।ଉକ୍ତ ବୈଠକରେ ପରାମର୍ଶ ଦାତା ରାମକୁମାର୍‌ ଜୈନ, ଆନନ୍ଦ ଅଗ୍ରୱାଲ, ଯୁଗଳ କିଶୋର ଦୀପ, ରମାକାନ୍ତ ଜେନା, ରଞ୍ଜନ ବେହେରା,ବେଣୁଧର ମହଲା, ସୁରେଶ ଅଗ୍ରୱାଲ,ବିନୋଦ ଅଗ୍ରୱାଲ,ଜୟ ଭଗବାନ ଜୈନ, ସଦା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri