କେସିଙ୍ଗା ଷ୍ଟେଶନରେ ୫ ମିନିଟ୍‌ ଟ୍ରେନ୍‌ ରହୁ;କଳାହାଣ୍ଡି ରେଳଯାତ୍ରୀ ସଂଘ ସାଧାରଣ ବୈଠକରେ ବିଭିନ୍ନ ଦାବି ନେଇ …

କେସିଙ୍ଗା,୧୭।୬(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘର ସାଧାରଣ ବୈଠକ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ୟଙ୍ଗ ବ୍ଲଡ୍‌ ପବ୍ଲିକ ସ୍କୁଲ ପରିସରରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଡ. ହେମସାଗର ସାହା କେସିଙ୍ଗା ରେଳ ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ପ୍ରସ୍ତାବ ଆଗତ କରିଥିଲେ।

ଏହି ରେଳ ଷ୍ଟେସନରେ ସମସ୍ତ ଦ୍ରୁତ ଗାମୀ ଟ୍ରେନ ମାତ୍ର ୨ମିନିଟ ରହଣୀ କରୁଛି। ଯାହାଫଳରେ ଫଳରେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବୃଦ୍ଧ, ବୃଦ୍ଧା ଏବଂ ଦିବ୍ୟାଙ୍ଗମାନେ ଟ୍ରେନରୁ ଓହ୍ଲାଇ ଚିବାରେ ବହୁତ କଷ୍ଟ ଭୋଗୁଛନ୍ତି। ସେଥିପାଇଁ ୨ ମିନିଟ ରହଣି ପରିବର୍ତ୍ତେ ଏହାକୁ ୫ ମିନିଟକୁ ବୃଦ୍ଧି କରିବା ପାଇଁ ଡିଆର୍‌ଏମ୍‌ଙ୍କୁ ପ୍ରସ୍ତାବ ଦେବା ପାଇଁ ଆଲୋଚନା ହୋଇଛି। ସର୍ବଦା ମାଲ ଗୋଦାମରେ ସିମେଣ୍ଟ ଚାଉଳ ଗହମ ତଥା ଅନ୍ୟ ସାମଗ୍ରୀ ଲୋଡ ଅନ୍‌ଲୋଡ ହେଉଛି। ବିଦ୍ୟୁତର ବ୍ୟବସ୍ଥା ନାହିଁ କିମ୍ବା ପାନୀୟଜଳର ବ୍ୟବସ୍ତା ନାହିଁ। ଯାହାଫଳରେ କାର୍ଯ୍ୟରତ ହେମାଳ ଓ କର୍ମଚାରୀମାନେ ହଇରାଣ ହେଉଛନ୍ତି। ଗୋଦାମରେ ଲୋଡ ଅନଲୋଡ ସମୟ କେବଳ ୯ଘଣ୍ଟା ରେଳବାଇ ବିଭାଗ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି। ତା ଠାରୁ ଅଧିକ ସମୟ ଲାଗିଲେ ଡେମ୍ରେଜ ଦେବାକୁ ପଡ଼ୁଛି, ତାର ସମୟ ସୀମା ସଂଶୋଧନ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଏପରିକି ମାଲ ଗୋଦାମରେ ରେଲୱେ ପୋଲିସ ନ ଥିବାରୁ ଚୋରି ଡକାୟତି ଭୟ ରହିଛି। ସେଥିପାଇଁ ଟ୍ରାନ୍ସପୋର୍ଟ କଣ୍ଟାକ୍ଟର ନିଜ ପଇସାରେ ଚୌକିଦାର ରଖି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ସେଥିପାଇଁ ରେଳବାଇ ପୋଲିସ ଗୋଦାମରେ ନିଯୁକ୍ତି ଦିଆଯିବା ପାଇଁ ଦାବି କରାଯାଇଛି।

ଯେଉଁ ସମୟରେ ଦ୍ରୁତଗାମୀ ଡାଉନ ଟ୍ରେନ ୪ନଂ ପ୍ଲାଟଫର୍ମରେ ନ ଆସି ୨ ନଂ ଓ ୩ନଂ ପ୍ଲାଟଫର୍ମରେ ଆସୁଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏଥିରେ ବିଶେଷ କରି ବୃଦ୍ଧ ବୃଦ୍ଧା ବିକଳାଙ୍ଗ ମାନେ ସିଡି ଚଢ଼ି ନ ପାରି ହଇରାଣ ହେବା ସହ ଟ୍ରେନ ଫେଲ ହେଉଛନ୍ତି। ୪ନଂ ପ୍ଲାଟଫର୍ମ ରେ ପାନୀୟ ଜଳ ଓ ପଙ୍ଖାର ବ୍ୟବସ୍ଥା ନ ଥିବାରୁ ଯାତ୍ରୀ ମାନେ ହଇରାଣ ହେଉଛନ୍ତି । କାଣ୍ଡେଲ ରୋଡ ରେଳ ଷ୍ଟେସନରେ ୨ମିନିଟ ତପସ୍ବିନୀ ଟ୍ରେନ ରହଣି ପାଇଁ ମଧ୍ୟ ଦାବି କରିଛି ସଂଘ। ଏହି ଷ୍ଟେସନର ସମ୍ମୁଖୀନରେ ଲାଇଟ ଓ ପଙ୍ଖାର ବ୍ୟବସ୍ଥା ରହିଛି। କିନ୍ତୁ ୧,୨,୩,୪ ପ୍ଲାଟଫର୍ମ ମାନଙ୍କରେ ଲାଇଟ ଓ ପଙ୍ଖା ନ ଥିବାରୁ ଯାତ୍ରୀ ମାନେ ଅନ୍ଧାରରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୌଚାଳୟ ଗୁଡିକ ଦୀର୍ଘ ଦିନରୁ ଅକାମି ହୋଇ ପଡ଼ି ରହି ଥିବାରୁ ରେଳ ବିଭାଗ ଅଧିକାରୀ ମାନଙ୍କ ଠାରେ ଅଭିଯୋଗ କଲେ ସୁଦ୍ଧା କର୍ଣ୍ଣପାତ କରୁନ ଥିବାରୁ ସଂଘ କ୍ଷୋଭ ପ୍ରକାଶ କରିବା ସହ ଡ଼ି ଆର ଏମ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଇସ୍ପାତ ଟ୍ରେନକୁ ସପ୍ତାହରେ ଦୁଇ ଦିନ ରାୟଗଡ଼ା ଭାୟା ଟିଟିଲାଗଡ ଦେଇ ଚଳାଇବା ପାଇଁ ଦାବି କରିଛି ସଂଘ। ରେଳ ବିଭାଗର ବିଭିନ୍ନ ସମସ୍ୟା ଗୁଡ଼ିକୁ କଳାହାଣ୍ଡି ଜିଲାର ଦୁଇ ଜଣ ଏମ୍‌ପିଙ୍କୁ ଅବଗତ କରି ତାର ସମାଧାନ ପାଇଁ ଦାବି ଜଣାଇଥିଲେ ସୁଦ୍ଧା ଆନ୍ତରିକ ଅଭାବ ଯୋଗୁ କେହି କର୍ଣ୍ଣପାତ କରୁନାହାନ୍ତି । ଶେଷରେ ସଭାପତି ସୁଭାଷ ଜୈନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ପାଦକ ପୂର୍ବ ବିବରଣୀ ପଠନ କରିଥିଲେ।ଉକ୍ତ ବୈଠକରେ ପରାମର୍ଶ ଦାତା ରାମକୁମାର୍‌ ଜୈନ, ଆନନ୍ଦ ଅଗ୍ରୱାଲ, ଯୁଗଳ କିଶୋର ଦୀପ, ରମାକାନ୍ତ ଜେନା, ରଞ୍ଜନ ବେହେରା,ବେଣୁଧର ମହଲା, ସୁରେଶ ଅଗ୍ରୱାଲ,ବିନୋଦ ଅଗ୍ରୱାଲ,ଜୟ ଭଗବାନ ଜୈନ, ସଦା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri