Posted inଜାତୀୟ

ତାତି ବୃଦ୍ଧି ସହିତ ବଢୁଛି ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା, ରାଜ୍ୟଙ୍କୁ ସତର୍କ ସୂଚନା ଜାରି କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୨୮।୨ : ପାଣିପାଗର ପରିବର୍ତ୍ତନ ସହିତ ତାପମାତ୍ରା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଥର ଫେବୃଆରୀରେ ତାପମାତ୍ରା ଅନେକ ରେକର୍ଡ ଭାଙ୍ଗିବା ଆରମ୍ଭ କରିଛି। ଯଦିଓ ସକାଳ ଏବଂ ସନ୍ଧ୍ୟାରେ ତାପମାତ୍ରା ହ୍ରାସ ପାଉଛି, କିନ୍ତୁ ଅପରାହ୍ନରେ ତାତି ବଢୁଛି।

ପାଗରେ ଏହି ଉତ୍ଥାନ-ପତନ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇ ସାରିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉତ୍ତାପ ଜନିତ ରୋଗ ସମ୍ପର୍କରେ ସମସ୍ତ ରାଜ୍ୟକୁ ଏକ ଚିଠି ଲେଖିଛନ୍ତି। ସେ ସମସ୍ତଙ୍କୁ ଜାତୀୟ କାର୍ଯ୍ୟ ଯୋଜନା ପ୍ରତି ଧ୍ୟାନ ଦେବାକୁ ସତର୍କ କରାଇଛନ୍ତି।

କେନ୍ଦ୍ର ଲେଖିଥିବା ଚିଠିରେ କୁହାଯାଇଛି ଯେ ଅନେକ ସ୍ଥାନରେ ତାପମାତ୍ରା ଏକ ଉଚ୍ଚ ସ୍ତରରେ ପହଞ୍ଚିସାରିଛି। ଏପରି ପରିସ୍ଥିତିରେ ଉତ୍ତାପ ଦ୍ୱାରା ହେଉଥିବା ରୋଗ ମଧ୍ୟ ବୃଦ୍ଧି ପାଇବ। ଜଳବାୟୁ ପରିବର୍ତ୍ତନ ଏବଂ ମାନବ ସ୍ବାସ୍ଥ୍ୟ ଜାତୀୟ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ରାଜ୍ୟରେ ଏହାର ଦୈନିକ ମନିଟରିଂ କରାଯିବ। ସ୍ବାସ୍ଥ୍ୟ ବିଭାଗ ଏବଂ ସ୍ବାସ୍ଥ୍ୟ ସୁବିଧାଗୁଡ଼ିକର ପ୍ରଭାବଶାଳୀ ପ୍ରସ୍ତୁତି ପାଇଁ ସମସ୍ତ ଜିଲାରେ ପ୍ରସ୍ତୁତି ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି।

ଚିଠିରେ ଦର୍ଶାଯାଇଛି ଯେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମେଡିକାଲ ଅଫିସର, ସ୍ବାସ୍ଥ୍ୟ କର୍ମୀ, ତୃଣମୂଳ ସ୍ତରର କର୍ମଚାରୀଙ୍କୁ ଉତ୍ତାପ ସମସ୍ୟା ଏବଂ ଏହାର ଶୀଘ୍ର ଚିହ୍ନଟ ଓ ପରିଚାଳନା ଉପରେ ସଚେତନ କରିବା ଆବଶ୍ୟକ। ଏଥିସହ ବିଭାଗଗୁଡ଼ିକ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ଔଷଧ, ଇଣ୍ଟ୍ରାଭେନସ ରିକୁଇଡ୍‌, ବରଫ ପ୍ୟାକ, ଓଆରଏସ ଏବଂ ସମସ୍ତ ଆବଶ୍ୟକୀୟ ଉପକରଣର ଉପଲବ୍ଧତା ନିଶ୍ଚିତ କରିବା ଉଚିତ। ଏହା ସହିତ ସମସ୍ତ ସ୍ବାସ୍ଥ୍ୟ ସୁବିଧାରେ ପର୍ଯ୍ୟାପ୍ତ ପାନୀୟ ଜଳର ଉପଲବ୍ଧତା ପାଇଁ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri