ବାରାଣସୀ ଏଡିଏମ୍‌ ନିଲମ୍ବିତ

ଲକ୍ଷ୍ନୌ,୧୦।୩ (ପି.ଟି.): ଉତ୍ତରପ୍ରଦେଶରେ ଇଭିଏମ୍‌ରେ ଜାଲିଆତି କରାଯାଇଥିବା ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଅଭିଯୋଗ ଆଣିବାର ଦିନକ ପରେ ବାରାଣସୀ ଏଡିଏମ୍‌ଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଇଭିଏମ୍‌ ସ୍ଥାନାନ୍ତର ବେଳେ ନିୟମ ଉଲ୍ଲଂଘନ କାରଣରୁ ଏଡିଏମ୍‌ ନଳିନୀକାନ୍ତ ସିଂଙ୍କୁ ନିର୍ବାଚନ ଡ୍ୟୁଟିରୁ ହଟାଇ ଦିଆଯାଇଛି ବୋଲି ବାରାଣସୀ ଜିଲାପାଳ କୌଶଲରାଜ ଶର୍ମା କହିଛନ୍ତି। ଅତିରିକ୍ତ ଜିଲାପାଳ ସଞ୍ଜୟ କୁମାରଙ୍କୁ ଇଭିଏମ୍‌ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି।
ମଙ୍ଗଳବାର ଇଭିଏମ୍‌ ସ୍ଥାନାନ୍ତର ବେଳେ ପ୍ରୋଟୋକଲ୍‌ ପାଳନ ହୋଇ ନ ଥିବା ଜଣେ ଅଧିକାରୀ ସ୍ବୀକାର କରିଥିବାବେଳେ ଉକ୍ତ ଭିଡିଓ କ୍ଲିପ୍‌କୁ ଏସ୍‌ପି ଏହାର ଟୁଇଟର ହ୍ୟାଣ୍ଡେଲ୍‌ରେ ଅପ୍‌ଲୋଡ୍‌ କରିଥିଲା। ବିଭିନ୍ନ ଜିଲାରେ ଇଭିଏମ୍‌ରେ ହେରାଫେରି ହୋଇଥିବା ରିପୋର୍ଟ ଏସ୍‌ପିର ହସ୍ତଗତ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚାପ ପକାଯାଇଥିଲା କି ଏବଂ ନିର୍ବାଚନ କମିଶନ ଏହା ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦଳ ପକ୍ଷରୁ ଟୁଇଟର୍‌ରେ କୁହାଯାଇଥିଲା। ଭାଜପା ଭୋଟ ଚୋରି କରିବାକୁ ଉଦ୍ୟମ କରୁଥିବା ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ମଙ୍ଗଳବାର ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି, ଟ୍ରକ୍‌ରେ ଯାଉଥିବା ଇଭିଏମ୍‌ଗୁଡ଼ିକରେ ‘ତାଲିମ ପାଇଁ’ ବୋଲି ଉଲ୍ଲେଖ ଥିଲା। ତାହା ନିର୍ବାଚନରେ ବ୍ୟବହାର ହୋଇ ନ ଥିଲା ବୋଲି ଇସି କହିଛନ୍ତି। ଇଭିଏମ୍‌ଗୁଡ଼ିକ ଭୋଟିଂରେ ବ୍ୟବହୃତ ହୋଇଥିଲା ବୋଲି କେତେକ ରାଜନୈତିକ ଦଳ ପକ୍ଷରୁ ଗୁଜବ ପ୍ରଚାର କରାଯିବାରୁ ବାରାଣସୀର ଜିଲା ନିର୍ବାଚନ ଅଧିକାରୀ ସେଗୁଡ଼ିକର ଯାଞ୍ଚ କରିଥିଲେ। ତଦନ୍ତ ବେଳେ ଇଭିଏମ୍‌ରେ ତାଲିମ୍‌ ପାଇଁ ଲେଖାଥିବା ଜଣାପଡ଼ିଛି। ଏଥିସହିତ ନିର୍ବାଚନ ନିୟମର ଉଲ୍ଲଂଘନ କରିଥିବା ବାରାଣସୀ ଏଡିଏମ୍‌ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ବାଚନ କମିଶନ ବୁଧବାର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri