‘ବନ୍ଦେ ମାତରମ୍‌’: ସାଂସ୍କୃତିକ ରାଷ୍ଟ୍ରବାଦର ପ୍ରଥମ ଉଦ୍‌ଘୋଷଣା

ଆମ ଦେଶର ଇତିହାସରେ ବେଳେବେଳେ ଏଭଳି କିଛି ବିଶେଷ ଅବସର ଆସିଛି, ଯେତେବେଳେ ଗୀତ ଏବଂ କଳାତ୍ମକ କାର୍ଯ୍ୟ ଭିନ୍ନ ଭିନ୍ନ ରୂପେ ଲୋକମାନଙ୍କ ଭାବନାକୁ ପ୍ରଭାବିତ କରି ଆନ୍ଦୋଳନର ସ୍ବରୂପ ପ୍ରଦାନ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତାହା ଛତ୍ରପତି ଶିବାଜୀ ମହାରାଜଜୀଙ୍କ ସେନାର ଯୁଦ୍ଧ ଗୀତ ହୋଇଥାଉ, ଅଥବା ସ୍ବାଧୀନତା ଆନ୍ଦୋଳନ ସମୟରେ ସଂଗ୍ରାମୀମାନଙ୍କ ଦ୍ୱାରା ବୋଲାଯାଉଥିବା ଗୀତ ହୋଇଥାଉ କିମ୍ବା ଆପାତକାଳୀନ ସ୍ଥିତି ଜାରି ହୋଇଥିବାବେଳେ ଏହା ବିରୁଦ୍ଧରେ ଦେଶର ଯୁବଗୋଷ୍ଠୀଙ୍କ ସାମୂହିକ ଗାନ ହୋଇଥାଉ ଏହିସବୁ ଗୀତ ଭାରତୀୟ ସମାଜର ସ୍ବାଭିମାନକୁ ପ୍ରେରଣାରେ ଭରି ଦେଇଛି ଏବଂ ସେମାନଙ୍କୁ ଏକଜୁଟ ହୋଇ ସ୍ବର ଉତ୍ତୋଳନ କରିବାର ସୁଯୋଗ ପ୍ରଦାନ କରିଛି।
ଅନୁରୂପ ଭାବରେ ଭାରତର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍‌’, ଯାହାର ଇତିହାସ କେବଳ ଯୁଦ୍ଧଭୂମି ନୁହେଁ, ବରଂ ଜଣେ ବିଦ୍ୱାନ୍‌ ବଙ୍କିମ୍‌ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ପ୍ରଶାନ୍ତ କିନ୍ତୁ ବଜ୍ର ସଂକଳ୍ପରୁ ହିଁ ଆରମ୍ଭ ହୋଇଥିଲା। ୧୮୭୫ ମସିହାରେ, ଜଗଦ୍ଧାତ୍ରୀ ପୂଜା (କାର୍ତ୍ତିକ ଶୁକ୍ଳ ନବମୀ ଅବା ଯାହାକୁ ଅକ୍ଷୟ ନବମୀ ବୋଲି କୁହାଯାଇଥାଏ) ଦିନ, ସେ ଏହି ସ୍ତୋତ୍ର ରଚନା କରିଥିଲେ; ଯାହା ଭାରତୀୟ ସ୍ବାଧୀନତାର ଶାଶ୍ୱତ ସଙ୍ଗୀତରେ ପରିଣତ ହୋଇଥିଲା। ଏହି ପବିତ୍ର ଶବ୍ଦାବଳୀକୁ ରଚନା କରିବା ଲାଗି ସେ ଭାରତର ଗଭୀରତମ ସଭ୍ୟତାଗତ ମୂଳ ଆଧାରରୁ ପ୍ରେରଣା ଲାଭ କରିଥିଲେ। ଅଥର୍ବ ବେଦର ବଜ୍ର ଉଦ୍‌ଘୋଷଣା ‘ମାତା ଭୂମିଃ ପୁତ୍ରୋ ଅହଂ ପୃଥିବ୍ୟାଃ’ଠାରୁ ନେଇ ଦେବୀ ମାହାତ୍ମ୍ୟ ପର୍ଯ୍ୟନ୍ତ ସବୁଥିରେ ଥିବା ବିଶ୍ୱମାତାଙ୍କ ଆହ୍ବାନରୁ ସେ ଏହି ପ୍ରେରଣା ଲାଭ କରିଥିଲେ।
ବଙ୍କିମ୍‌ଚନ୍ଦ୍ରଙ୍କର ଏହି ମହାନ୍‌ ମନ୍ତ୍ର, ପ୍ରାର୍ଥନା ମଧ୍ୟ ଥିଲା ଏବଂ ଦେଶ ତଥା ଦେଶବାସୀଙ୍କ ପାଇଁ ଭବିଷ୍ୟବାଣୀ ମଧ୍ୟ ଥିଲା। ‘ବନ୍ଦେ ମାତରମ୍‌’ କେବଳ ଭାରତର ରାଷ୍ଟ୍ରୀୟ ଗୀତ ନୁହେଁ, କେବଳ ସ୍ବାଧୀନତା ଆନ୍ଦୋଳନର ପ୍ରାଣଶକ୍ତି ନୁହେଁ, ବରଂ ଏହା ବଙ୍କିମ୍‌ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ‘ସାଂସ୍କୃତିକ ରାଷ୍ଟ୍ରବାଦ’ର ଥିଲା ପ୍ରଥମ ଉଦ୍‌ଘୋଷଣା, ଅର୍ଥାତ୍‌ ଆଦ୍ୟ ଓଁକାର। ଏହା ଆମକୁ ସ୍ମରଣ କରାଇ ଦେଇଥିଲା ଯେ, ଭାରତ କେବଳ ଏକ ଭୂଖଣ୍ଡ ନୁହେଁ, ବରଂ ଏକ ଭୂ-ସାଂସ୍କୃତିକ ରାଷ୍ଟ୍ର ମଧ୍ୟ; ଯାହାର ଏକତା ଏହାର ସଂସ୍କୃତି ଏବଂ ସଭ୍ୟତାଠାରୁ ହିଁ ଉଦ୍ଭବ ଏବଂ ସେହି ଉତ୍ସରୁ ତାହା ଜନ୍ମ ନେଇଛି। ଏହା କେବଳ ଭୂ-ଭାଗ ନୁହେଁ, ବରଂ ଏକ ତୀର୍ଥ ଅଟେ। ସ୍ମୃତି, ତ୍ୟାଗ, ଶୌର୍ଯ୍ୟ ଏବଂ ମାତୃତ୍ୱ ସହିତ ବାନ୍ଧିହୋଇ ରହିଥିବା ଏକ ପବିତ୍ର ଭୂମି ଅଟେ।
ମହର୍ଷି ଅରବିନ୍ଦ ମଧ୍ୟ ଯେପରି ବର୍ଣ୍ଣନା କରିଥିଲେ, ବଙ୍କିମ୍‌ଚନ୍ଦ୍ର ଆଧୁନିକ ଭାରତର ଜଣେ ମହାନ୍‌ ଋଷି ଥିଲେ, ଯିଏ ନିଜର ଶବ୍ଦ ସାଧନା ମାଧ୍ୟମରେ ରାଷ୍ଟ୍ରର ଆତ୍ମାକୁ ପୁନର୍ଜୀବିତ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ଦ୍ୱାରା ରଚିତ ‘ଆନନ୍ଦମଠ’ କେବଳ ଖଣ୍ଡିଏ ସାଧାରଣ ଉପନ୍ୟାସ ନ ଥିଲା ବରଂ ଗଦ୍ୟରେ ଲିଖିତ ଏକ ମହାନ୍‌ ମନ୍ତ୍ର ଥିଲା। ଏହା ଏଭଳି ଏକ ରାଷ୍ଟ୍ରକୁ ଜାଗ୍ରତ କରିଥିଲା, ଯାହା ମନରୁ ନିଜର ଦିବ୍ୟ ଶକ୍ତିର ବିସ୍ମରଣ ଘଟିସାରିଥିଲା। ନିଜର ଏକ ପତ୍ରରେ, ବଙ୍କିମ୍‌ ବାବୁ ଉଲ୍ଲେଖ କରିଥିଲେ: ”ମୋର କୌଣସି ଆପତ୍ତି ନାହିଁ, ଯଦି ମୋର ସମସ୍ତ ରଚନାକୁ ଗଙ୍ଗାଜଳରେ ବିସର୍ଜନ କରିଦିଆଯାଏ। କାରଣ ଏହି ଗୋଟିଏ ଶ୍ଳୋକ ହିଁ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ। ଏହା ଏକ ମହାନ୍‌ ସଙ୍ଗୀତ ହେବ ଏବଂ ଲୋକମାନଙ୍କ ହୃଦୟକୁ ଅବଶ୍ୟ ଜିଣିପାରିବ।“ ଏହି ଶବ୍ଦାବଳୀ ଭବିଷ୍ୟତର ସୂଚନା ବହନ କରୁଥିଲା। ଔପନିବେଶିକ ଭାରତର ସବୁଠାରୁ ଅନ୍ଧକାରମୟ କାଳଖଣ୍ଡରେ ଲେଖାଯାଇଥିବା ‘ବନ୍ଦେ ମାତରମ୍‌’ ଜାଗରଣର ପ୍ରଭାତୀ ସଙ୍ଗୀତରେ ପରିଣତ ହୋଇଥିଲା। ଏହା ଏପରି ଏକ ଭଜନ, ଯାହା ‘ସାଂସ୍କୃତିକ ରାଷ୍ଟ୍ରବାଦ’କୁ ସଭ୍ୟତାଗତ ଗୌରବ ସହିତ ସଂଯୋଗ କରିଦେଇଥିଲା। ଏଥିରେ ଥିବା ପଂକ୍ତିମାନ କେବଳ ସେହି ବ୍ୟକ୍ତି ଲେଖିପାରିବ, ଯାହାର ପ୍ରତିଟି ଲୋମକୂପରେ ରାଷ୍ଟ୍ର ପ୍ରତି ଅଖଣ୍ଡ ଭକ୍ତିଭାବ ଭରପୂର ହୋଇ ରହିଥିବ।
୧୮୯୬ ମସିହାରେ, ରବୀନ୍ଦ୍ରନାଥ ଟାଗୋର ‘ବନ୍ଦେ ମାତରମ୍‌’କୁ ସ୍ବର ଦେଇ ସଜାଇଥିଲେ ଏବଂ କୋଲକାତା କଂଗ୍ରେସ ଅଧିବେଶନରେ ଏହାକୁ ଗାନ କରିଥିଲେ, ଯାହା ଫଳରେ ଏହି ବାଣୀ ଅମରତ୍ୱ ପ୍ରାପ୍ତ ହୋଇଥିଲା । ଏହି ଗୀତ ଭାଷା ଏବଂ କ୍ଷେତ୍ରର ସୀମାକୁ ଅତିକ୍ରମ କରି ଆଗକୁ ବଢ଼ିବା ସହିତ ସମଗ୍ର ଦେଶରେ ଗୁଂଜରିତ ହୋଇଉଠିଥିଲା। ତାମିଲନା ସୁବ୍ରମଣ୍ୟମ୍‌ ଭାରତୀଜୀ ଏହାକୁ ତାମିଲରେ ଅନୁବାଦ କରିଥିଲେ ଏବଂ ପଞ୍ଜାବରେ କ୍ରାନ୍ତିକାରୀମାନେ ଏହି ଗୀତକୁ ଗାଇ ଗାଇ ବ୍ରିଟିଶ୍‌ ଶାସନକୁ ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରିଥିଲେ।
୧୯୦୫ ମସିହାରେ ବଙ୍ଗ ଭଙ୍ଗ ଆନ୍ଦୋଳନ ସମୟରେ, ବଙ୍ଗଳାରେ ବିଦ୍ରୋହର ଅଗ୍ନି ଦାବାନଳ ପରି ଚାରିଆଡ଼େ ପ୍ରସାରିତ ହୋଇଥିଲା। ଇଂରେଜ ସରକାର ‘ବନ୍ଦେ ମାତରମ୍‌’ ସଙ୍ଗୀତର ସାର୍ବଜନୀନ ଗାନ ଉପରେ କଠୋର ପ୍ରତିବନ୍ଧ ଲଗାଇ ଦେଇଥିଲେ। ଏହାବ୍ୟତୀତ ୧୪ ଏପ୍ରିଲ ୧୯୦୬ ତାରିଖ ଦିନ ବରିସାଲରେ, ହଜାର ହଜାର ସଂଖ୍ୟକ ଲୋକ ସରକାରଙ୍କ ଏହି ଆଦେଶକୁ ପ୍ରତ୍ୟାଖ୍ୟାନ କରିଥିଲେ। ଯେତେବେଳେ ପୋଲିସ ସେଠାରେ ଆୟୋଜିତ ଏକ ଶାନ୍ତପୂର୍ଣ୍ଣ ଜନସଭା ଉପରେ ଲାଠିପ୍ରହାର ଆରମ୍ଭ କରିଥିଲା, ସେଠାରେ ଉପସ୍ଥିତ ପୁରୁଷ ଏବଂ ମହିଳାମାନେ ସେଥିରେ ଲହୁଲୁହାଣ ହୋଇଥିଲେ ସତ, କିନ୍ତୁ ସେମାନଙ୍କ ତୁଣ୍ଡରୁ ‘ବନ୍ଦେ ମାତରମ୍‌’ ସ୍ବର କଦାପି ଲିଭି ନ ଥିଲା।
ସେହିଠାରୁ ‘ବନ୍ଦେ ମାତରମ୍‌’ର ମନ୍ତ୍ର, ଗଦର ପାର୍ଟିର କ୍ରାନ୍ତିକାରୀମାନଙ୍କ ସହିତ କାଲିଫର୍ନିଆ ପର୍ଯ୍ୟନ୍ତ ପହଞ୍ଚତ୍ ଯାଇଥିଲା। ଆଜାଦ୍‌ ହିନ୍ଦ୍‌ ଫଉଜର ସୈନିକମାନଙ୍କ ତୁଣ୍ଡରେ ଗୁଞ୍ଜରି ଉଠିଥିଲା। ଯେତେବେଳେ ନେତାଜୀଙ୍କ ଫଉଜ ସିଙ୍ଗାପୁରରେ ମାର୍ଚ୍ଚ କରୁଥିଲେ ଏବଂ ୧୯୪୬ ମସିହାରେ ରୟାଲ ଇଣ୍ଡିଆନ୍‌ ନେଭି ଭିତରେ ବିଦ୍ରୋହର ବହ୍ନି କୁହୁଳୁଥିଲା, ସେତେବେଳେ ଭାରତୀୟ ନାବିକମାନେ ବ୍ରିଟିଶ୍‌ ଯୁଦ୍ଧପୋତମାନଙ୍କରେ ତ୍ରିରଙ୍ଗା ଉଡ଼ାଇଥିଲେ। ଖୁଦିରାମ ବୋଷଙ୍କଠାରୁ ଆରମ୍ଭ କରି ଅସ୍‌ଫାକଉଲ୍ଲା ଖାନ୍‌ଙ୍କ ପର୍ଯ୍ୟନ୍ତ, ଚନ୍ଦ୍ରଶେଖର ଆଜାଦ୍‌ଙ୍କଠାରୁ ଆରମ୍ଭ କରି ତିରୁପୁର କୁମାରନ୍‌ଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ତୁଣ୍ଡରେ କେବଳ ସେହି ଗୋଟିଏ ନାରା ହିଁ ଶୁଣିବାକୁ ମିଳୁଥିଲା। ଏହା ସେତେବେଳକୁ ଆଉ କେବଳ ଗୋଟିଏ ଗୀତ ହୋଇ ରହି ନ ଥିଲା, ତାହା ଭାରତର ସାମୂହିକ ଆତ୍ମାର ସ୍ବରରେ ପରିଣତ ହୋଇ ସାରିଥିଲା। ମହାତ୍ମା ଗାନ୍ଧୀ ସ୍ବୟଂ ଏକଥା ସ୍ପଷ୍ଟ ସ୍ବରରେ ସ୍ବୀକାର କରିଥିଲେ, ‘ବନ୍ଦେ ମାତରମ୍‌’ ସଙ୍ଗୀତରେ ”ସବୁଠାରୁ ଶୀତଳ ରକ୍ତକୁ ମଧ୍ୟ ଉଷ୍ମ କରିବାର ଯାଦୁକରୀ ଶକ୍ତି ଭରି ରହିଥିଲା“। ଏହା ଉଦାରବାଦୀଙ୍କଠାରୁ ନେଇ କ୍ରାନ୍ତିକାରୀ ତଥା ବିଦ୍ୱାନ୍‌ମାନଙ୍କଠାରୁ ନାବିକମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏକଜୁଟ କରିପାରିଥିଲା। ମହର୍ଷି ଅରବିନ୍ଦ ସେଥିପାଇଁ କହିଥିଲେ, ଏହା ”ଭାରତର ପୁନର୍ଜନ୍ମର ମନ୍ତ୍ର ଅଟେ।“
ଅକ୍ଟୋବର ୨୬ ତାରିଖ ଦିନ ‘ମନ କୀ ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ବନ୍ଦେ ମାତରମ୍‌’ ଗୀତର ଏହି ମହାନ୍‌ ଇତିହାସ ସମ୍ପର୍କରେ ଦେଶବାସୀମାନଙ୍କୁ ପୁଣି ଥରେ ସ୍ମରଣ କରାଇ ଦେଇଥିଲେ ଏବଂ ଏହି ରାଷ୍ଟ୍ର ସଙ୍ଗୀତ ‘ବନ୍ଦେ ମାତରମ୍‌’ର ୧୫୦ତମ ବର୍ଷ ପୂର୍ଣ୍ଣ ହେବା ଉପଲକ୍ଷେ ୭ ନଭେମ୍ବରଠାରୁ ଭାରତ ସରକାରଙ୍କ ତରଫରୁ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ସକାଶେ ନିଷ୍ପତ୍ତି ନିଆଯାଇଥିବା କଥା ସୂଚାଇଥିଲେ। ଏହି ସମୟରେ ଦେଶବ୍ୟାପୀ ‘ବନ୍ଦେ ମାରତମ୍‌’ର ସମ୍ପୂର୍ଣ୍ଣ ଗାନ କରାଯିବ, ଯାହା ଫଳରେ ଦେଶର ଯୁବ ପିଢ଼ି ‘ସାଂସ୍କୃତିକ ରାଷ୍ଟ୍ରବାଦ’ର ଚିନ୍ତାଧାରାକୁ ଆତ୍ମିକ ଭାବରେ ଅନୁଭବ କରିପାରିବେ।
ଆଜି ଯେତେବେଳେ ଆମେ ଭାରତ ପର୍ବ ପାଳନ କରୁଛୁ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛୁ, ସେତେବେଳେ ଏକଥା ମଧ୍ୟ ସ୍ମରଣକରୁଛୁ ଯେ ସର୍ଦ୍ଦାର ସାହେବ କିପରି ‘ଏକ ଭାରତ’ର ନିର୍ମାଣ କରି ‘ବନ୍ଦେ ମାତରମ୍‌’ର ଭାବନାକୁ ହିଁ ଶାଶ୍ୱତ ରୂପ ପ୍ରଦାନ କରିଥିଲେ। ଏହି ସଙ୍ଗୀତ କେବଳ ଅତୀତର ସ୍ମରଣମାତ୍ର ନୁହେଁ, ବରଂ ଭବିଷ୍ୟତ ନିମନ୍ତେ ଏକ ବଜ୍ର ଆହ୍ବାନ ମଧ୍ୟ। ‘ବନ୍ଦେ ମାତରମ୍‌’ ଆଜି ମଧ୍ୟ ବିକଶିତ ଭାରତ ୨୦୪୭ର ଆମର ସଂକଳ୍ପକୁ ପ୍ରେରଣା ଯୋଗାଉଛି। ଏହା ଭାରତର ସଭ୍ୟତାଗତର ଆତ୍ମବିଶ୍ୱାସର ପ୍ରତୀକ ମଧ୍ୟ। ଆଜି ଏହି ଭାବନାକୁ ଆତ୍ମନିର୍ଭର ଏବଂ ଶ୍ରେଷ୍ଠ ଭାରତରେ ପରିବର୍ତ୍ତନ କରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ ଏବଂ ଦାୟିତ୍ୱ।
‘ବନ୍ଦେ ମାତରମ୍‌’ ସ୍ବାଧୀନତା ସଂଗ୍ରାମର ଗୀତ, ଅତୁଟ ସଂକଳ୍ପର ଭାବନା ଏବଂ ଭାରତ ଜାଗରଣର ପ୍ରଥମ ମନ୍ତ୍ର ମଧ୍ୟ। ରାଷ୍ଟ୍ରର ଆତ୍ମାରୁ ଜନ୍ମିଥିବା ଶବ୍ଦ କଦାପି ଶେଷ ହୋଇ ନ ଥାଏ। ତାହା ସଦୈବ ଜୀବନ୍ତ ରହିଥାଏ, ପିଢ଼ି ପିଢ଼ି ପର୍ଯ୍ୟନ୍ତ ଗୁଞ୍ଜରିତ ହୋଇଥାଏ। ଏହି ଜୟଘୋଷ ଅନନ୍ତକାଳ ପର୍ଯ୍ୟନ୍ତ ପ୍ରତିଧ୍ୱନିତ ହୋଇ ଚାଲିଥିବ। ଏବେ ସମୟ ଆସିଛି, ଆମେ ନିଜର ଇତିହାସ, ନିଜର ସଂସ୍କୃତି, ନିଜର ମାନ୍ୟତାଗୁଡ଼ିକୁ ଏବଂ ନିଜର ପରମ୍ପରାକୁ ଭାରତୀୟତା ଦୃଷ୍ଟିରେ ଦେଖିବା।

ଅମିତ ଶାହ
କେନ୍ଦ୍ର ସ୍ବରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ
ବନ୍ଦେ ମାତରମ୍‌!

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri