Categories: ଜାତୀୟ

ବିଳାସପୂର୍ଣ୍ଣ ହେବ ଟ୍ରେନ ଯାତ୍ରା; ଆସୁଛି ବନ୍ଦେ ଭାରତ ସ୍ଲିପର କୋଚ୍‌

ନୂଆଦିଲ୍ଲୀ,୪।୧୦: ଦେଶର ବିଳାସପୂର୍ଣ୍ଣ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା ବର୍ତ୍ତମାନ ଅଧିକ ଆରାମଦାୟକ ହେବାକୁ ଯାଉଛି। ଯାତ୍ରୀମାନେ ଖୁବ ଶୀଘ୍ର ଏହି ଟ୍ରେନରେ ସ୍ଲିପର ଯାତ୍ରାକୁ ମଧ୍ୟ ଉପଭୋଗ କରିପାରିବେ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତ ସ୍ଲିପର ଟ୍ରେନର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କହିଛନ୍ତି, ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଡିଜାଇନ ପ୍ରାୟ ପ୍ରସ୍ତୁତ।

ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟ୍ରି ଏବଂ ବିଇଏମଏଲ(ଆଇସିଏଫ) ଓ ଭାରତ ଆର୍ଥ ମୁଭର୍ସ ଲିମିଟେଡ ଦ୍ୱାରା ଏହା ପ୍ରସ୍ତୁତ କରାଯାଉଛି। ଆସନ୍ତା ବର୍ଷ ଆରମ୍ଭରେ ଏହି ସ୍ଲିପର ଟ୍ରେନର ଟ୍ରାଏଲ ନିଆଯିବ। ଏବଂ ଏହା ପରେ ଯାତ୍ରୀସେବା ଆରମ୍ଭ ହେବ।

ଭାରତୀୟ ରେଳ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବନ୍ଦେ ଭାରତ ସ୍ଲିପର ଟ୍ରେନରେ ୨୦-୨୨ କୋଚ ଥାଇପାରେ। ଏହି ଟ୍ରେନରେ ପାଖାପାଖି ୮୫୦ ବର୍ଥ ରହିବ। ଟ୍ରେନରେ ରେଳ କର୍ମଚାରୀଙ୍କ ପାଇଁ ଅଲଗା ସିଟ ରହିବ। ଏହା ବ୍ୟତୀତ ଭିନ୍ନକ୍ଷମ ଯାତ୍ରୀଙ୍କ ସୁବିଧା ପାଇଁ ରେମ୍ପ ଓ ହ୍ବିଲ ଚେୟାର ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।

Share