କାନାଡ଼ାର ଭଗବଦ୍‌ ଗୀତା ପାର୍କରେ ଭଙ୍ଗାରୁଜା…

ଅଟଓ୍ବା,୨।୧୦ : କାନାଡାରେ ଭାରତୀୟଙ୍କ ପ୍ରତି ହିଂସା ଜାରି ରହିଛି। ବର୍ତ୍ତମାନ ଏଠାରେ ଭଗବଦ୍‌ ଗୀତା ପାର୍କର ପ୍ରତୀକ ଚିହ୍ନକୁ ଭଙ୍ଗାରୁଜା କରାଯାଇଛି। ମେୟର ପାଟ୍ରିକ ବ୍ରାଉନ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି,କିଛି ଦିନ ତଳେ ଏହି ପାର୍କକୁ ଲୋକାର୍ପଣ କରାଯାଇଥିଲା।

ଏହି ଘଟଣା ପୂର୍ବରୁ କାନାଡାର ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା ହୋଇଥିଲା। ଏହା ପରେ ଭଗବଦ ଗୀତା ପାର୍କର ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଥି ସହିତ ମେୟର ପାଟ୍ରିକ ବ୍ରାଉନ ଏହି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି ଯେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏଭଳି ଘଟଣା ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

Share