ଆଉ ନାହାନ୍ତି ବନରାଜ ଭାଟିଆ

ହିନ୍ଦୁସ୍ତାନୀ ଏବଂ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତର ଜଣାଶୁଣା ସଙ୍ଗୀତଜ୍ଞ ବନରାଜ ଭାଟିଆଙ୍କ ଶୁକ୍ରବାର ସକାଳେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲେ। ଭାଟିଆ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପାଞ୍ଚ ବର୍ଷ ସଙ୍ଗୀତ ରିଡର୍‌ ଭାବେ କାର୍ଯ୍ୟ କରିଥିଲେ। ଶ୍ୟାମ ବେନେଗାଲଙ୍କ ଫିଲ୍ମ ଅଙ୍କୁରରୁ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିବା ବନରାଜ ଭାଟିଆ ଦେଶର ପ୍ରଥମ ସଙ୍ଗୀତଜ୍ଞ ଭାବରେ ବିଜ୍ଞାପନ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ରଚନା ଆରମ୍ଭ କରିଥିଲେ।
ବନରାଜ ଭାଟିଆ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ହିନ୍ଦୀ ସିନେମା ‘ମନ୍ଥନ’, ‘ଭୁମିକା’, ‘ଜାନେ ଭୀ ଦ ୟାରୋ’ ଭଳି ଚଳଚ୍ଚିତ୍ରରେ ସଙ୍ଗୀତ ଦେଇ ସେ ଲୋକପ୍ରିୟ ହୋଇଥିଲେ। ୧୯୮୮ରେ ଫିଲ୍ପ ‘ତାମସ’ ପାଇଁ ଭାଟିଆ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିଲେ। ଏଥିସହ ୧୯୮୯ରେ ତାଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୧୨ରେ ଭାରତ ସରକାର ବନରାଜ ଭାଟିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ।

Share