
କୁଜଙ୍ଗ,୧୮।୨(ମନୋଜ ପ୍ରଧାନ): ଜଗତସିଂହପୁର ଜିଲା କୁଜଙ୍ଗ ବଜାର କୃଷି ଫାର୍ମ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମଦ ବୋଝେଇ ପିକ୍ଅପ୍ ଭ୍ୟାନ୍(ନଂ,ଓଆର୍୦୫ଏଏସ୍-୬୧୨୫) ଦୁର୍ଘଟଣା ଗ୍ରସ୍ତ ହୋଇ ତାଳଦଣ୍ଡା କେନାଲ ମଧ୍ୟକୁ ଓଲଟି ପଡିଛି। ଦୁର୍ଘଟଣାରେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ କେନାଲ ମଧ୍ୟରୁ ଗାଡ଼ିକୁ ଉଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଡିଟି କଟକରୁ ମଦ ବୋଝେଇ କରି ପାରାଦୀପ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଏକ ବାଲି ବୋଝେଇ ହାଇୱାକୁ ସାଇଡି ଦେବାରୁ ଯାଇ ଭ୍ୟାନ୍ଟି ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଥିବା ଆଲୋଚନା ହେଉଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରିଛି।