ଶିଳ୍ପ ପ୍ରତିଷ୍ଠା ନାଁରେ ମୂଲ୍ୟବାନ ଗଛ ମୂଳ ଉପାଡି ମାଟି ସମତୁଲ

ଲହୁଣୀପଡା,୧୮ା୫(ଡି.ଏନ.ଏ.): ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଲକ ଅନ୍ତର୍ଗତ ଦର୍ଜୀଂ ପଞ୍ଚାୟତ ଦର୍ଜୀଂ ଗ୍ରାମର ନଦୀପଠା ଜଙ୍ଗଲ ନିକଟରେ ଶିଳ୍ପ ପ୍ରତିଷ୍ଠା ନାଁରେ ଶହ ଶହ ବର୍ଷର ପୁରୁଣା ଗଛକୁ ଦୁବୃର୍ତ୍ତମାନେ ରାତାରାତି କାଟି ସଫା କରି ଦେଇଛନ୍ତି। ଏପରି କି ଏହି ଘଟଣାକୁ ଲୁଚାଇବା ପାଇଁ ଗଛ ମୂଳ ଉପାଡି ମାଟି ସମତୁଲ କରି ଦିଆଯାଇଛି। ତେବେ ଏ ସମ୍ପର୍କରେ ବନବିଭାଗ ପାଖରେ କୌଣସି ଖବର ନାହିଁ। ପ୍ରକାଶ ଯେ, ବାଙ୍କୀ ରେଞ୍ଜ ଅନ୍ତର୍ଗତ ରାଜାମୁଣ୍ଡା ବନବିଭାଗ ଅଧୀନ ଦର୍ଜୀଂ ଗ୍ରାମ ନଦୀପଠାକୁ ଲାଗିକି ଥିବା ୪.୭୯ ଏକର ଜଙ୍ଗଲ ଜମି ଖାତା ନମ୍ବର ୧୩୨/୭୪, ପ୍ଲଟ ନମ୍ବର ୯୫୦,୯୨୩,୯୭୬,୯୩୭ ଲିଜ ସୂତ୍ରରେ ୨୦୦୪ ମସିହାରେ ଏକ କମ୍ପାନୀ ନାମରେ ଦିଆଯାଇଥିବା ତହସିଲ ପକ୍ଷରୁ ଜଣାପଡିଛି। ତେବେ ଗ୍ରାମବାସୀଙ୍କ ଅଗୋଚରରେ ବିନା ଗ୍ରାମସଭା, ପଲ୍ଲୀସଭାରେ ଉକ୍ତ ଜମି ଲିଜ୍‌ରେ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାଛଡା ନିକଟରେ ଉକ୍ତ ଜମିରେ ଥିବା ପୁରୁଣା ଶାଳ, ପିଆଶାଳ ପରି ମୂଲ୍ୟବାନ ଗଛକୁ ରାତାରାତି କାଟି ଜେସିବି ଲଗାଇ ମୂଳ ଉପାଡ଼ି ଜମିରୁ ବାହାର କରି ଦେଇଥିବା ଅଭିଯୋଗ କରିଛନ୍ତି। ଫଳରେ ସବୁଜିମା ଭରା ଜଙ୍ଗଲ ଶ୍ରୀହୀନ ହୋଇପଡିଛି ା ଏଥିସହିତ ଜଙ୍ଗଲ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଆଦିବାସୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ା ମୂଳ ଥିଲେ ସିନା ବନ ବିଭାଗ ଗଛ ଚିହ୍ନଟ କରି ଜରିମାନା ଆଦାୟ କରିବ। କିନ୍ତୁ ମୂଳ ନ ଥିବାରୁ ପ୍ରମାଣ ନଷ୍ଟ ହୋଇଯାଇଥିବା ଗ୍ରାମବାସୀ ଦର୍ଶାଇନ୍ତି ା ଜଙ୍ଗଲ ଜମି ଉପରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ରାତାରାତି ଶହ ଶହ ସଂଖ୍ୟାରେ ଗଛ କାଟି ସଫା କରିବା କେତେଦୂର ଯଥାର୍ଥ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ଏ ସଂକ୍ରାନ୍ତରେ ରେଞ୍ଜର ଅଜୟ କୁମାର ଖେସଙ୍କୁ ପଚାରିବାରେ , ଏ ନେଇ ଆମ ପାଖରେ କୌଣସି ସୂଚନା ନ ଥିଲା। ସୂଚନା ପାଇଲା ପରେ ତଦନ୍ତ କରାଯାଉଛି। ସେହିପରି ଲହୁଣୀପଡ଼ା ତହସିଲଦାର କିଛି ଜାଣି ନ ଥିବା କହିବା ସହିତ ଉକ୍ତ ଜମିରେ ଗଛ କାଟିବାକୁ ଜଏଣ୍ଟ ଭେରିଫିକେସନ ପାଇଁ ବନ ବିଭାଗ ପକ୍ଷରୁ କୌଣସି ଚିଠି ଆସି ନ ଥିବା କହିଥିଲେ। ସାଧାରଣ ଲୋକ ନିଜ ବାଡ଼ିରେ ଥିବା ଗଛଟିଏ କାଟିବା ପାଇଁ ଅନୁମତି ମାଗିଲେ ବନବିଭାଗ ନାକେଦମ୍‌ କରି ଦେଉଛି। କିନ୍ତୁ ଶିଳ୍ପ ନାଁରେ ଗଛ କଟା ହେଉଛି ବନବିଭାଗ ଜାଣିପାରୁ ନାହିଁ କେମିତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ: ଏଲ. ଗୋପାଳ ସଭାପତି ଏବଂ ସମ୍ପାଦକ ହେଲେ…

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ…

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ: ସନ୍ତୋଷ ପଣ୍ଡା ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ଭବାନୀପାଟଣା,୨୮।୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଭବାନୀପାଟଣା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ସନ୍ତୋଷ କୁମାର ପଣ୍ଡା, ସମ୍ପାଦକ…

କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ: ପ୍ରଭାତ ସଭାପତି ଓ ନିତ୍ୟାନନ୍ଦ ଉପ ସଭାପତି ନିର୍ବାଚିତ:

କୋରାପୁଟ ୨୮।୩,(ଅମିତାଭ ବେହେରା ): କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ ଶେଷ ହୋଇଛି । ଲଗାତାର ଚତୁର୍ଥ ଥର ପାଇଁ କୋରାପୁଟ ବାର୍ ଆସୋସିଏଶନର ସଭାପତି ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri