ଶିଳ୍ପ ପ୍ରତିଷ୍ଠା ନାଁରେ ମୂଲ୍ୟବାନ ଗଛ ମୂଳ ଉପାଡି ମାଟି ସମତୁଲ

ଲହୁଣୀପଡା,୧୮ା୫(ଡି.ଏନ.ଏ.): ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଲକ ଅନ୍ତର୍ଗତ ଦର୍ଜୀଂ ପଞ୍ଚାୟତ ଦର୍ଜୀଂ ଗ୍ରାମର ନଦୀପଠା ଜଙ୍ଗଲ ନିକଟରେ ଶିଳ୍ପ ପ୍ରତିଷ୍ଠା ନାଁରେ ଶହ ଶହ ବର୍ଷର ପୁରୁଣା ଗଛକୁ ଦୁବୃର୍ତ୍ତମାନେ ରାତାରାତି କାଟି ସଫା କରି ଦେଇଛନ୍ତି। ଏପରି କି ଏହି ଘଟଣାକୁ ଲୁଚାଇବା ପାଇଁ ଗଛ ମୂଳ ଉପାଡି ମାଟି ସମତୁଲ କରି ଦିଆଯାଇଛି। ତେବେ ଏ ସମ୍ପର୍କରେ ବନବିଭାଗ ପାଖରେ କୌଣସି ଖବର ନାହିଁ। ପ୍ରକାଶ ଯେ, ବାଙ୍କୀ ରେଞ୍ଜ ଅନ୍ତର୍ଗତ ରାଜାମୁଣ୍ଡା ବନବିଭାଗ ଅଧୀନ ଦର୍ଜୀଂ ଗ୍ରାମ ନଦୀପଠାକୁ ଲାଗିକି ଥିବା ୪.୭୯ ଏକର ଜଙ୍ଗଲ ଜମି ଖାତା ନମ୍ବର ୧୩୨/୭୪, ପ୍ଲଟ ନମ୍ବର ୯୫୦,୯୨୩,୯୭୬,୯୩୭ ଲିଜ ସୂତ୍ରରେ ୨୦୦୪ ମସିହାରେ ଏକ କମ୍ପାନୀ ନାମରେ ଦିଆଯାଇଥିବା ତହସିଲ ପକ୍ଷରୁ ଜଣାପଡିଛି। ତେବେ ଗ୍ରାମବାସୀଙ୍କ ଅଗୋଚରରେ ବିନା ଗ୍ରାମସଭା, ପଲ୍ଲୀସଭାରେ ଉକ୍ତ ଜମି ଲିଜ୍‌ରେ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାଛଡା ନିକଟରେ ଉକ୍ତ ଜମିରେ ଥିବା ପୁରୁଣା ଶାଳ, ପିଆଶାଳ ପରି ମୂଲ୍ୟବାନ ଗଛକୁ ରାତାରାତି କାଟି ଜେସିବି ଲଗାଇ ମୂଳ ଉପାଡ଼ି ଜମିରୁ ବାହାର କରି ଦେଇଥିବା ଅଭିଯୋଗ କରିଛନ୍ତି। ଫଳରେ ସବୁଜିମା ଭରା ଜଙ୍ଗଲ ଶ୍ରୀହୀନ ହୋଇପଡିଛି ା ଏଥିସହିତ ଜଙ୍ଗଲ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଆଦିବାସୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ା ମୂଳ ଥିଲେ ସିନା ବନ ବିଭାଗ ଗଛ ଚିହ୍ନଟ କରି ଜରିମାନା ଆଦାୟ କରିବ। କିନ୍ତୁ ମୂଳ ନ ଥିବାରୁ ପ୍ରମାଣ ନଷ୍ଟ ହୋଇଯାଇଥିବା ଗ୍ରାମବାସୀ ଦର୍ଶାଇନ୍ତି ା ଜଙ୍ଗଲ ଜମି ଉପରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ରାତାରାତି ଶହ ଶହ ସଂଖ୍ୟାରେ ଗଛ କାଟି ସଫା କରିବା କେତେଦୂର ଯଥାର୍ଥ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ଏ ସଂକ୍ରାନ୍ତରେ ରେଞ୍ଜର ଅଜୟ କୁମାର ଖେସଙ୍କୁ ପଚାରିବାରେ , ଏ ନେଇ ଆମ ପାଖରେ କୌଣସି ସୂଚନା ନ ଥିଲା। ସୂଚନା ପାଇଲା ପରେ ତଦନ୍ତ କରାଯାଉଛି। ସେହିପରି ଲହୁଣୀପଡ଼ା ତହସିଲଦାର କିଛି ଜାଣି ନ ଥିବା କହିବା ସହିତ ଉକ୍ତ ଜମିରେ ଗଛ କାଟିବାକୁ ଜଏଣ୍ଟ ଭେରିଫିକେସନ ପାଇଁ ବନ ବିଭାଗ ପକ୍ଷରୁ କୌଣସି ଚିଠି ଆସି ନ ଥିବା କହିଥିଲେ। ସାଧାରଣ ଲୋକ ନିଜ ବାଡ଼ିରେ ଥିବା ଗଛଟିଏ କାଟିବା ପାଇଁ ଅନୁମତି ମାଗିଲେ ବନବିଭାଗ ନାକେଦମ୍‌ କରି ଦେଉଛି। କିନ୍ତୁ ଶିଳ୍ପ ନାଁରେ ଗଛ କଟା ହେଉଛି ବନବିଭାଗ ଜାଣିପାରୁ ନାହିଁ କେମିତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri