ଲକ୍ଷପତି ଭିକାରୀଙ୍କ ଭୋକରେ ମୃତ୍ୟୁ, ପାଖରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା

ବଲସାଡ,୬।୧୨: ରାସ୍ତାରେ ଯିବାଆସିବା ସମୟରେ ଆପଣ ଭିକାରୀଙ୍କୁ ନିହାତି ଭେଟୁଥିବେ। ପେଟ ପୋଷିବା ପାଇଁ ସେମାନେ ରାସ୍ତାକଡରେ ବସି ଭିକ ମାଗିଥାନ୍ତି। ଭିକରୁ ମିଳୁଥିବା ୩୦-୪୦ଟଙ୍କାକୁ ନେଇ ସେମାନେ ଓଳିଏ ଖାଇଲେ ଓଳିଏ ଉପାସ ରୁହନ୍ତି। ହେଲେ ଆପଣ କେବେ ଲକ୍ଷପତି ଭିକାରୀ କଥା ଶୁଣିଛନ୍ତି। ଲକ୍ଷଲକ୍ଷ ଟଙ୍କା ଥାଇ ମଧ୍ୟ ସେ ଭୋକରେ ମରିଯାଇଛନ୍ତି।

ଗୁଜରାଟର ବଲସାଡ ଜିଲାରେ ଜଣେ ଲକ୍ଷପତି ଭିକାରୀଙ୍କର ଭୋକରେ ଜୀବନ ଚାଲିଯାଇଛି। ମୃତ୍ୟୁ ପରେ ଭିକାରୀଙ୍କ ପାଖରୁ ୧ଲକ୍ଷରୁ ଅଧିକ ନଗଦ ରାଶି ମିଳିଛି। କିନ୍ତୁ
ଅନେକ ଦିନ ଧରି ଭୋକିଲା ରହିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏପର୍ଯ୍ୟନ୍ତ ମୃତ ଭିକାରୀଙ୍କ ପରିଚୟ ମିଳିପାରି ନାହିଁ । ତାଙ୍କ ନିକଟରୁ ୫୦୦, ୨୦୦ ଓ ୧୦୦ ଟଙ୍କାର ବିଡା ବିଡ଼ା ନୋଟ ମିଳିଛି ।

ସୂଚନାସାରେ, ୫୦ ବର୍ଷୀୟ ଭିକାରୀଙ୍କୁ ରବିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ତାଙ୍କ ନିକଟରୁ ୧.୧୪ ଲକ୍ଷ ଟଙ୍କା ନଗଦ ରାଶି ମିଳିଥିଲା । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଭୋକିଲା ରହିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି। ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଥିବାବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ ।

ରିପୋର୍ଟ ଅନୁସାରେ, ରବିବାର ଜଣେ ଦୋକାନୀ ଜରୁରୀକାଳୀନ ସେବା ୧୦୮ରୁ କଲ କରିଥିଲେ । ଭିକାରୀ ଜଣକ ଗାନ୍ଧୀ ପୁସ୍ତକାଳୟ ପାର୍ଶ୍ୱ ରାସ୍ତରେ କିଛି ଦିନ ଧରି ଗୋଟିଏ
ସ୍ଥାନରେ ପଡ଼ି ରହିଥିବା ଦୋକାନୀ କହିଥିଲେ। ଏହାପରେ ଜରୁରୀକାଳୀନ ଟିମ ପହଞ୍ଚି
ପ୍ରାଥମିକ ଯାଞ୍ଚ ପରେ ଭିକାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?