ଗୋବର ଦ୍ୱାରା କମ୍ ହେବ ରେଡିଏଶନ!

ନୂଆଦିଲ୍ଲୀ,୧୩ ।୧୦: ଅନେକ ସମୟରେ ଗାଈ ଗୋବରକୁ ନେଇ ବିଭିନ୍ନ ପ୍ରକାର ଦାବି କରାଯାଉଛି । ଆଉ ଏହାପରେ ଏହାକୁ ନେଇ ବିବାଦ ବି ମୁଣ୍ଡ ଟେକୁଛି । ପୁଣିଥଣେ ଏହି ଗାଈ ଗୋବରକୁ ନେଇ ଦାବି କରାଯାଇଛି କି ଏହା ରେଡିଏଶନକୁ କମ୍ କରିଥାଏ । ଏହି ଦାବି କରିଛନ୍ତି ରାଷ୍ଟ୍ରୀୟ କାମଧେନୁ ଆୟୋଗ(ଆର୍‌କେଏ)ର ଅଧ୍ୟକ୍ଷ ବଲ୍ଲଭଭାଇ କଥିରିୟା । ସୋମବାର ‘କାମଧେନୁ ଦୀପାବଳି ଅଭିଯାନ’ କାର୍ଯ୍ୟକ୍ରମରେ କଥିରିୟା ଗାଈ ଗୋବରରୁ ପ୍ରସ୍ତୁତ ଏକ ଜିନିଷ ଦେଖାଇଥିଲେ । ଏହାକୁ ନେଇ ସେ ଦାବି କରିଥିଲେ କି ଏହା ମୋବାଇଲ ଫୋନରୁ ବାହାରୁଥିବା ବିକିରଣକୁ ଅନେକାଂଶରେ କମ୍ କରିବ । ସେ କହିଥିଲେ ଏହା ଏକ ରେଡିଏଶନ ଚିପ୍ । ଯଦି କେହି ବ୍ୟକ୍ତି ଏହାକୁ ତାଙ୍କ ମୋବାଇଲରେ ଲଗାଇ ଦିଅନ୍ତି ତେବେ ଏହା ରେଡିଏଶନକୁ କମ୍ କରିଦେବ । ତେଣୁ ମୋବାଇଲ ଦ୍ୱାରା ସୃଷ୍ଟି ହେଉଥିବା ରୋଗକୁ ଏହା କମ୍ କରିବାରେ ସାହାଯ୍ୟ କରିବ । ସେହି ଚିପ୍‌ର ନାମ ଗୌସତ୍ୱ କବଚ ଦିଆଯାଇଛି । ଏହା ଗୁଜରାଟର ରାଜକୋଟରେ ଥିବା ଶ୍ରୀଜି ଗୋଶାଳା ଦ୍ୱାରା ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି ।

Share