Categories: ଖେଳ

ସେମିଫାଇନାଲରେ ଭାଲିଆଭାଡ଼ି

ପୁରୁଣା ଭୁବନେଶ୍ୱର, ୬ା୨(ଡିଏନ୍‌ଏ): ମା’ ଭଗବତୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ବାଙ୍କୁଆଳ ଖେଳପଡିଆରେ ଅନୁଷ୍ଠିତ ଜଗବନ୍ଧୁ ସ୍ବାଇଁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଖୋର୍ଦ୍ଧାର ଭାଲିଆଭାଡି। ଗୁରୁଜଙ୍ଗ କ୍ରିକେଟ କ୍ଲବକୁ ୭ ଉଇକେଟରେ ପରାସ୍ତ କରିଛି ଦଳ। ପ୍ରଥମେ ବ୍ୟାଟିଂ କରି ଗୁରୁଜଙ୍ଗ ୧୫ ଓଭରରେ ୭ ଉଇକେଟରେ ୨୦୭ ରନ୍‌ କରିଥିଲା। ଜବାବରେ ଭାଲିଆଭାଡି ୧୪.୪ ଓଭରରେ ୩ ଉଇକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରିନେଇଥିଲା। ୮୮ ରନ କରିଥିବା ବିଜୟୀ ଦଳର ଜ୍ଞାନେନ୍ଦ୍ର ମହାପାତ୍ରଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା। ରସାନନ୍ଦ ସ୍ବାଇଁ, ଜିତେନ୍ଦ୍ର ସ୍ବାଇଁ ଓ ସୁନୀଲ ସ୍ବାଇଁ ମ୍ୟାଚ ପରିଚାଳନା କରିଥିଲେ।

Share