Valentine Day: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲେଖୁଛି ଲଭ୍‌ ଲେଟର୍‌

ଓ୍ବାଶିଂଟନ୍‌,୧୪।୨: ଏଆଇ ଅର୍ଥାତ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବିପ୍ଲବ ମଣିଷ ସମାଜରେ ଖୁବ୍‌ ଗଭୀର ପ୍ରଭାବ ପକାଇଛି। ଏହା ମନୁଷ୍ୟର ହିତ ସାଧନ କରୁଛି ସତ ହେଲେ ଆଗକୁ ମଣିଷ ପାଇଁ ବିପଦ ଡାକି ଆଣୁଛି। ଭବିଷ୍ୟତରେ ଏଆଇ ମଣିଷର ସ୍ଥାନ ନେବ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ନିକଟରେ ଏଆଇ ସମ୍ବନ୍ଧିତ ମାମଲା ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣେ ଯୁବକ ଏଆଇ ଦ୍ୱାରା ନିଜ ପ୍ରେମିକାଙ୍କୁ ଖୋଜି ପାଇଥିଲେ। ସେହିପରି ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି କି, ଭ୍ୟାଲେଣ୍ଟାଇନରେ ଯୁବପିଢି ଲଭ୍‌ ଲେଟର ଲେଖିବାକୁ ଏଆଇ ବ୍ୟବହାର କରୁଛନ୍ତି।
McAfee ର ନୂଆ ରିପୋର୍ଟରେ ଏନେଇ ଖୁଲାସା ହୋଇଛି। ସିକ୍ୟୁରିଟି ସଫ୍ଟଓ୍ବୟାର କରିଥିବା ସର୍ଭେ ଅନୁଯାୟୀ, ଏଥର ଭ୍ୟାଲେଣ୍ଟାଇନ ଓ୍ବିକ୍‌ରେ ଏଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। କାରଣ ପ୍ରାୟ ୫୬ପ୍ରତିଶତ ଲୋକ ନିଜ ପ୍ରେମୀଙ୍କୁ ଲଭ୍‌ ଲେଟର ଲେଖିବାକୁ ଏଆଇ ବ୍ୟବହାର କରିଛନ୍ତି। ୨୧ପ୍ରତିଶତ ଲୋକ କହିଛନ୍ତି, ଲଭ୍‌ ଲେଟର ଲେଖିବାକୁ ସମୟ ନ ଥିବାରୁ ସେମାନେ ଏଆଇର ସାହାଯ୍ୟ ନେଇଛନ୍ତି।

ଏହି ରିପୋର୍ଟର ନାଁ ରହିଛି ମଡର୍ଣ୍ଣ ଲଭ୍‌। ଏହି ସର୍ଭେରେ ୭ଟି ଦେଶର ୭ହଜାର ଲୋକ ସାମିଲ୍‌ ହୋଇଥିଲେ। ଏଥିରେ ଜଣାପଡିଥିଲା କି, ପ୍ରାୟ ଏକ ଚର୍ତୁଥାଂଶ ଲୋକ ଳଭ୍‌ ଲେଟର ଲେଖିବା ପାଇଁ ଓପନଏଆଇର ଚାଟ୍‌ଜିପିଟି, ଗୁଗୁଲ ଜେମିନି ଓ ମାଇକ୍ରୋସଫ୍ଟର ପାଇଲଟ ଟୁଲ୍‌କୁ ବ୍ୟବହାର କରୁଛନ୍ତି। ଏହି ଏଆଇ ଟୁଲ୍‌ ବ୍ୟବହାର କରି ସେମାନେ ନିଜ ପ୍ରେମିକାଙ୍କ ପାଖରେ ପ୍ରେମ ନିବେଦନ କରୁଛନ୍ତି।

Share