Posted inଜାତୀୟ

‘ଭାଲେଣ୍ଟାଇନ ଡେ’ ପୂର୍ବରୁ କ୍ରାନ୍ତିସେନାର ଲାଠି ପୂଜା, ଲଭ୍ ଜିହାଦକୁ ନେଇ ସଂଗଠନ କହିଲା ଏହି କଥା

ନୂଆଦିଲ୍ଲୀ,୧୦।୨: ଶନିବାର ଉତ୍ତରପ୍ରଦେଶର ମୁଜାଫରନଗରରେ କ୍ରାନ୍ତି ସେନା ନିଜ କାର୍ଯ୍ୟାଳୟରେ ସେମାନଙ୍କର ଲାଠିକୁ ତେଲ ଦେଇ ପୂଜା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୁରୁଷ ଏବଂ ମହିଳା ସଦସ୍ୟମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କ୍ରାନ୍ତି ସେନା କହିଛି ଯେ ‘ଭାଲେଣ୍ଟାଇନ୍ସ ଡେ’ ନାମରେ କିଛି ଲୋକ ଝିଅମାନଙ୍କୁ ଅସଦାଚରଣ କରୁଛନ୍ତି। ଏହା ସହିତ ଲଭ୍ ଜିହାଦ ମଧ୍ୟ ବିସ୍ତାର କରୁଛନ୍ତି। ତେଣୁ ସେମାନଙ୍କୁ ଏକ ଶିକ୍ଷା ଦେବା ପାଇଁ ଲାଠି ପୂଜା କରାଯାଇଛି।

କ୍ରାନ୍ତିସେନା ପ୍ରଦେଶ ଅଧ୍ୟକ୍ଷ ମନୋଜ ସଇନି କହିଛନ୍ତି ଆମେ ସେ ସମସ୍ତଙ୍କୁ ଚେତାବନୀ ଦେବାକୁ ଚାହୁଁଛୁ, ଯେଉଁମାନେ ଭାଲେଣ୍ଟାଇନ ଡେ ଆଳରେ ଝିଅ ମହିଳା ମାନଙ୍କ ସହିତ ଅସଦାଚରଣ କରୁଛନ୍ତି। ତେବେ ମହିଳାଙ୍କ ଜୀବନ ଖରାପ କରୁଥିବା ଲୋକମାନେ ସୁଧୁରି ଯାଆନ୍ତୁ। ନ ହେଲେ ଆମ ଉପାୟରେ ସେମାନଙ୍କୁ ସୁଧାରିବାକୁ ପଡିବ। ଏହାସହିତ ସମସ୍ତ ରେଷ୍ଟୁରାଣ୍ଟ ଗୁଡିକୁ ମଧ୍ୟ କୁହାଯାଇଛି, ଏହି ଦିନ ସେମାନେ କୌଣସି ଅଶ୍ଳୀଳ ଆୟୋଜନ ନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ବିଜୟ, ସରକାର ଗଠନ ପାଇଁ ଦାବି,କାଲି ହୋଇପାରେ…

ଚେନ୍ନାଇ,୮ା୫: ତାମିଲାଗା ଭେଟ୍ଟ୍ରି କାଝାଗମ୍‌ (ଟିଭିକେ) ମୁଖ୍ୟ ବିଜୟ ବାମଦଳର ସମର୍ଥନ ହାସଲ କରିବା ପରେ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଲୋକ ଭବନରେ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ:ଆଗାମୀ ୪ ଦିନ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୮ା୫ (ବନ୍ଦନା ସେଠୀ) – ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତନଠାରୁ ଦେଢ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ…

ଦିଗପହଣ୍ଡି ଓ ପାଟପୁର ଥାନାରେ ଜୁଭେଣ୍ଟିକା ସଚେତନତା

ଦିଗପହଣ୍ଡି,୮|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା…

କାର ଦୁର୍ଘଟଣାରେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ

ଭବାନୀପାଟଣା,୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟରେ ଗୁରୁବାର ରାତିରେ ଏକ କାର ଦୁର୍ଘଟଣାରେ ଜଣେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ…

ପଶ୍ଚିମବଙ୍ଗର ହେଭିଓ୍ବେଟ୍‌ ନେତା, ହେଲେ ପାଖରେ ୧ ଗ୍ରାମର ସୁନା ନାହିଁ…ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଶୁଭେନ୍ଦୁ ଅଧିକାରୀ?

କୋଲକାତା,୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟରେ ଏବେ ‘ଶୁଭେନ୍ଦୁ ସରକାର’ ଗଠନ ହେବାକୁ ଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର…

ପୋଲିସ-କିଶୋରୀ ସମ୍ପର୍କର ନୂଆ ଅଧ୍ୟାୟ: ଥୁଆମୂଳ ରାମପୁରରେ ‘ଜୁଭେଣ୍ଟିକା’ ଅଭିଯାନ

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି) : ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍‌ର ମିଳିତ ପ୍ରୟାସରେ ଶୁକ୍ରବାର ଥୁଆମୂଳ…

କାଣ୍ଡେଲ ରୋଡ୍‌ ଷ୍ଟେଶନ ସମସ୍ୟା ସମାଧାନ ଦାବି

କେସିଙ୍ଗା, ୮ା୫ (ତୁମେଶ୍ୱର ସାହୁ)- ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ଷ୍ଟେଶନରେ ବିଭିନ୍ନ ସମସ୍ୟା ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚତ୍ତ ଚାଷୀଙ୍କ ରଣହୁଙ୍କାର

କୋକସରା,୮ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ମେଗା ଲିଫ୍ଟ ପ୍ରକଳ୍ପ ଅଞ୍ଚଳର କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri