ମାଲକାନଗିରି/ଜୟପୁର,୨୬ା୧୨(ଡି.ଏନ୍.ଏ./ନି.ପ୍ର.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ନଗରଭବନଠାରେ ଜିଲା ଭାଜପା ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ ହୋଇଯାଇଛି ା ଜିଲା ଭାଜପା ସଭାପତି ତଥା ବିଧାୟକ ଆଦିତ୍ୟ ମାଡ଼ିଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ଭାଜପା ଉପ ସଭାପତି ତଥା ପୂର୍ବତନ ଏମ୍ପି ବଳଭଦ୍ର ମାଝି, ଜିଲା ଭାଜପା ପ୍ରଭାରୀ କାଳିରାମ ମାଝି, ପୂର୍ବତନ ଉପ ବାଚସ୍ପତି ପ୍ରହଲ୍ଲାଦ ଦୋରା, ଜିଲା କାର୍ଯ୍ୟକାରୀ ସଭାପତି ନିମାଇଁଚନ୍ଦ୍ର ପାଲ, ଜିଲା ପରିଷଦ ସଭାପତି ଦଶରଥ ପଡ଼ିଆମି, ଭାଜପାର ପୂର୍ବତନ ଜିଲା ସଭାପତି ଗୁରୁଚରଣ ମହାନ୍ତି ପ୍ରମୁଖ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ। ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଦେଶକୁ ଉନ୍ନତିର ଶିଖରରେ ପହଞ୍ଚାଇ ଥିଲା। ଏକ ସଶକ୍ତ ଓ ସମୃଦ୍ଧ ଭାରତ ଗଠନ ପାଇଁ ତାଙ୍କ ପ୍ରଚେଷ୍ଟା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ଏହି ଅବସରରରେ ଜିଲା ଭାଜପା ସଭାପତି ନୂତନ କମିଟି କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ ା କମିଟିରେ କାର୍ଯ୍ୟକାରୀ ସଭାପତି ଭାବେ ନିମାଇଁ ଚନ୍ଦ୍ର ପାଲ, ଉପ ସଭାପତି ସୁବାଷ ପଡ଼ିଆମି, ଉତ୍ତମ ରାୟ, କମଳା ମଣ୍ଡଳ, ମୁନି ମାଡ଼କାମି, ସଇଲେନ ବୈଦ୍ୟ, ସୁଲତା ମଣ୍ଡଳ, ସୁମିତ୍ରା ମାଡ଼କାମି, ସାଧାରଣ ସମ୍ପାଦକ ରୂପେ ମାନିକଲାଲ ଚକ୍ରବର୍ତ୍ତୀ, ଅକ୍ଷୟ ବିଶ୍ୱାଳ, ସୁଭ୍ରାଂଶୁ ଶେଖର ସାହୁ, ସମ୍ପାଦକ ରତ୍ନାକର ପାଣିଗ୍ରାହୀ, ସନ୍ତୋଷନୀ ପାତ୍ର, ପ୍ରମିଳା ଦାସ, ସରସ୍ବତୀ ନାୟକ, ଦ୍ରୌପଦୀ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ସଞ୍ଜୟ ସରକାର ରହିଛନ୍ତି।
ଜୟପୁରରେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରତ ବିଶ୍ୱାଳ, କୋରାପୁଟ ଜିଲା ସଭାପତି ସୁମନ୍ତ ପ୍ରଧାନ, ଗୌତମ ସାମନ୍ତରାୟ, ନଗର ସଭାପତି ସାଧୁଚରଣ ଦାସ ଚୌଧୁରୀ,ସମ୍ପାଦକ ଦୁର୍ଗାପ୍ରସାଦ ଦାଶ, ମହିଳା ମୋର୍ଚ୍ଚା ସଭାପତି ସୁରଭି ପାଣି, ସମ୍ପାଦିକା ସ୍ବାତୀ ହୋତା, ସୀମା କରନ, ଅଞ୍ଜଳି ମିଶ୍ରଙ୍କ ସମେତ ଅନ୍ୟମାନେ ଯୋଗଦେଇ ବାଜପେୟୀଙ୍କ ସମୟର ଶାସନ ବ୍ୟବସ୍ଥା, ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଆସନ୍ତା ୨୭ରେ ଜୟପୁର ବ୍ରାହ୍ମଣୀଗାଁ ଖେଳପଡିଆରେ କୃଷକ ସମାବେଶ ହେବ ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରତ ବିଶ୍ବାଳ ସୂଚନା ଦେଇ ଏଥିରେ ସମସ୍ତ କୃଷକ ଭଉଣୀଭାଇ ଯୋଗଦେବାକୁ ଅନୁରୋଧ କରିଥିଲେ।
Posted inHome, Home Left, ଆମ ଜିଲା ଖବର, ମାଲକାନଗିରି View All
କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍
ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...
ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…
ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...
ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…
ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...
ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡିବସିଲା ଭିଜିଲାନ୍ସ
ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...
ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା
ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...
ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...
ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...
ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା
ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...
Archives


