ମାଲକାନଗିରି/ଜୟପୁର,୨୬ା୧୨(ଡି.ଏନ୍.ଏ./ନି.ପ୍ର.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ନଗରଭବନଠାରେ ଜିଲା ଭାଜପା ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ ହୋଇଯାଇଛି ା ଜିଲା ଭାଜପା ସଭାପତି ତଥା ବିଧାୟକ ଆଦିତ୍ୟ ମାଡ଼ିଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ଭାଜପା ଉପ ସଭାପତି ତଥା ପୂର୍ବତନ ଏମ୍ପି ବଳଭଦ୍ର ମାଝି, ଜିଲା ଭାଜପା ପ୍ରଭାରୀ କାଳିରାମ ମାଝି, ପୂର୍ବତନ ଉପ ବାଚସ୍ପତି ପ୍ରହଲ୍ଲାଦ ଦୋରା, ଜିଲା କାର୍ଯ୍ୟକାରୀ ସଭାପତି ନିମାଇଁଚନ୍ଦ୍ର ପାଲ, ଜିଲା ପରିଷଦ ସଭାପତି ଦଶରଥ ପଡ଼ିଆମି, ଭାଜପାର ପୂର୍ବତନ ଜିଲା ସଭାପତି ଗୁରୁଚରଣ ମହାନ୍ତି ପ୍ରମୁଖ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ। ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଦେଶକୁ ଉନ୍ନତିର ଶିଖରରେ ପହଞ୍ଚାଇ ଥିଲା। ଏକ ସଶକ୍ତ ଓ ସମୃଦ୍ଧ ଭାରତ ଗଠନ ପାଇଁ ତାଙ୍କ ପ୍ରଚେଷ୍ଟା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ଏହି ଅବସରରରେ ଜିଲା ଭାଜପା ସଭାପତି ନୂତନ କମିଟି କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ ା କମିଟିରେ କାର୍ଯ୍ୟକାରୀ ସଭାପତି ଭାବେ ନିମାଇଁ ଚନ୍ଦ୍ର ପାଲ, ଉପ ସଭାପତି ସୁବାଷ ପଡ଼ିଆମି, ଉତ୍ତମ ରାୟ, କମଳା ମଣ୍ଡଳ, ମୁନି ମାଡ଼କାମି, ସଇଲେନ ବୈଦ୍ୟ, ସୁଲତା ମଣ୍ଡଳ, ସୁମିତ୍ରା ମାଡ଼କାମି, ସାଧାରଣ ସମ୍ପାଦକ ରୂପେ ମାନିକଲାଲ ଚକ୍ରବର୍ତ୍ତୀ, ଅକ୍ଷୟ ବିଶ୍ୱାଳ, ସୁଭ୍ରାଂଶୁ ଶେଖର ସାହୁ, ସମ୍ପାଦକ ରତ୍ନାକର ପାଣିଗ୍ରାହୀ, ସନ୍ତୋଷନୀ ପାତ୍ର, ପ୍ରମିଳା ଦାସ, ସରସ୍ବତୀ ନାୟକ, ଦ୍ରୌପଦୀ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ସଞ୍ଜୟ ସରକାର ରହିଛନ୍ତି।
ଜୟପୁରରେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରତ ବିଶ୍ୱାଳ, କୋରାପୁଟ ଜିଲା ସଭାପତି ସୁମନ୍ତ ପ୍ରଧାନ, ଗୌତମ ସାମନ୍ତରାୟ, ନଗର ସଭାପତି ସାଧୁଚରଣ ଦାସ ଚୌଧୁରୀ,ସମ୍ପାଦକ ଦୁର୍ଗାପ୍ରସାଦ ଦାଶ, ମହିଳା ମୋର୍ଚ୍ଚା ସଭାପତି ସୁରଭି ପାଣି, ସମ୍ପାଦିକା ସ୍ବାତୀ ହୋତା, ସୀମା କରନ, ଅଞ୍ଜଳି ମିଶ୍ରଙ୍କ ସମେତ ଅନ୍ୟମାନେ ଯୋଗଦେଇ ବାଜପେୟୀଙ୍କ ସମୟର ଶାସନ ବ୍ୟବସ୍ଥା, ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଆସନ୍ତା ୨୭ରେ ଜୟପୁର ବ୍ରାହ୍ମଣୀଗାଁ ଖେଳପଡିଆରେ କୃଷକ ସମାବେଶ ହେବ ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରତ ବିଶ୍ବାଳ ସୂଚନା ଦେଇ ଏଥିରେ ସମସ୍ତ କୃଷକ ଭଉଣୀଭାଇ ଯୋଗଦେବାକୁ ଅନୁରୋଧ କରିଥିଲେ।
Posted inHome, Home Left, ଆମ ଜିଲା ଖବର, ମାଲକାନଗିରି View All
ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍ଓ ନିଲମ୍ବିତ
ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…
ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ
କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…
ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର
ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…
ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…
ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…
ଚାଲିଛି ଆଇପିଏଲ ସିଜନ୍: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ
ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…
ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…
ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…
ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…
ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …
ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର
ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…
Archives

