ଭାଜପା,ବିଜେଡି କଳହପ୍ରିୟ: ଅଜୟ କୁମାର

କଟକ, ୨୮ା୪(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କଟକସ୍ଥିତ ଖ୍ରୀଷ୍ଟିଆନ୍‌ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଆୟୋଜିତ ସମାବେଶରେ ଏଆଇସିସିର ସାଧାରଣ ସମ୍ପାଦକ ଅଜୟ କୁମାର, କଟକ ନଗର ସଭାପତି ସୁରେଶ ମହାପାତ୍ର, ସୋଫିଆ ଫିର୍‌ଦୋସ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ନଗର ସଭାପତି ଗିରିବାଳା ବେହେରା ଯୋଗଦେଇଥିଲେ। ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ନିର୍ବାଚନ ଲଢ଼ିବା ପାଇଁ କର୍ମୀମାନେ ପ୍ରସ୍ତାବ ଦେଇଥିଲେ। ଏଠାରେ ନିର୍ବାଚନ ସମ୍ପର୍କରେ ସମସ୍ତ କର୍ମୀଙ୍କ ସହ ଆଲୋଚନା ହୋଇଥିଲା। ଏହି ସମାବେଶରେ ଅଜୟ କହିଛନ୍ତି, ଭାଜପା ଓ ବିଜେଡି କଳହ କରିବାର ପ୍ରଥା ରହିଛି। ବିରୋଧୀ ଦଳକୁ ହଟାଇଲେ ଦୁର୍ନୀତି ହଟିବ। ସମସ୍ତେ ମିଶି ସୋଫିଆଙ୍କୁ ଆପଣାଇ ବିପୁଳ ମାତ୍ରାରେ ସହମତି ଦେବା ହିଁ ଦୁର୍ନୀତିକୁ ମାତ୍‌ ଦେବା ସହ ସମାନ ହେବ। କଂଗ୍ରେସର ଗ୍ୟାରେଣ୍ଟି ସମ୍ପର୍କରେ ଜନସାଧାରଣ କହିବେ। ଅପରପକ୍ଷରେ ମୋକିମ କହିଛନ୍ତି, ଲୋକଙ୍କ ହିତ ପାଇଁ କଂଗ୍ରେସ କାମ କରିଆସିଛି। ଦୀର୍ଘବର୍ଷ ଧରି ପଡି ରହିଥିବା ଅଧୁରା କାମକୁ ଗତ ୫ବର୍ଷ ମଧ୍ୟରେ କଂଗ୍ରେସ କାର୍ଯ୍ୟକାରୀ କରିଛି। କଟକଚଣ୍ଡୀ ମନ୍ଦିର ସମ୍ପ୍ରସାରଣ କାର୍ଯ୍ୟ ପାଇଁ ପ୍ରସ୍ତାବ ଦେଇଥିଲି। ଏଥିପାଇଁ ଅର୍ଥ ଅନୁମୋଦନ ହୋଇ କାମ ଆରମ୍ଭ ହୋଇଛି। ତେବେ ସମସ୍ତ କାର୍ଯ୍ୟକୁ ତର୍ଜମା କରି ଜନସାଧାରଣ ଭୋଟ୍‌ ମାଧ୍ୟମରେ ସେମାନଙ୍କ ମତ ଜଣାଇବେ। ସୋଫିଆ କହିଛନ୍ତି, ୧୯ ବର୍ଷ ମଧ୍ୟରେ ଯେଉଁ କାର୍ଯ୍ୟ ନ ହୋଇପାରିଛି ତାହା ଗତ ୫ବର୍ଷରେ କଂଗ୍ରେସ କରିପାରିଛି। ମୋତେ ଭଲପାଇବା ଓ ଆଶୀର୍ବାଦ ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଏହି ସମାବେଶରେ କର୍ପୋରେଟର ସନ୍ତୋଷ ଭୋଳ, ଲିଜାରାଣୀ ମହାପାତ୍ର, ଜେ. କାମେଶ୍ୱର ରାଓ, ଜନାର୍ଦ୍ଦନ ପରିଡା, ପୂର୍ବତନ କର୍ପୋରେଟର କେଦାର ପୃଷ୍ଟି, ଜିଲା ମହିଳା ସଭାପତି ଅମ୍ରିତା ଦାସ, ବରିଷ୍ଠ ନେତ୍ରୀ ଶୈଳଭାମା ଜେନା, ଚାରୁଲତା ସାହୁଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri