ଭାଜପା,ବିଜେଡି କଳହପ୍ରିୟ: ଅଜୟ କୁମାର

କଟକ, ୨୮ା୪(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କଟକସ୍ଥିତ ଖ୍ରୀଷ୍ଟିଆନ୍‌ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଆୟୋଜିତ ସମାବେଶରେ ଏଆଇସିସିର ସାଧାରଣ ସମ୍ପାଦକ ଅଜୟ କୁମାର, କଟକ ନଗର ସଭାପତି ସୁରେଶ ମହାପାତ୍ର, ସୋଫିଆ ଫିର୍‌ଦୋସ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ନଗର ସଭାପତି ଗିରିବାଳା ବେହେରା ଯୋଗଦେଇଥିଲେ। ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ନିର୍ବାଚନ ଲଢ଼ିବା ପାଇଁ କର୍ମୀମାନେ ପ୍ରସ୍ତାବ ଦେଇଥିଲେ। ଏଠାରେ ନିର୍ବାଚନ ସମ୍ପର୍କରେ ସମସ୍ତ କର୍ମୀଙ୍କ ସହ ଆଲୋଚନା ହୋଇଥିଲା। ଏହି ସମାବେଶରେ ଅଜୟ କହିଛନ୍ତି, ଭାଜପା ଓ ବିଜେଡି କଳହ କରିବାର ପ୍ରଥା ରହିଛି। ବିରୋଧୀ ଦଳକୁ ହଟାଇଲେ ଦୁର୍ନୀତି ହଟିବ। ସମସ୍ତେ ମିଶି ସୋଫିଆଙ୍କୁ ଆପଣାଇ ବିପୁଳ ମାତ୍ରାରେ ସହମତି ଦେବା ହିଁ ଦୁର୍ନୀତିକୁ ମାତ୍‌ ଦେବା ସହ ସମାନ ହେବ। କଂଗ୍ରେସର ଗ୍ୟାରେଣ୍ଟି ସମ୍ପର୍କରେ ଜନସାଧାରଣ କହିବେ। ଅପରପକ୍ଷରେ ମୋକିମ କହିଛନ୍ତି, ଲୋକଙ୍କ ହିତ ପାଇଁ କଂଗ୍ରେସ କାମ କରିଆସିଛି। ଦୀର୍ଘବର୍ଷ ଧରି ପଡି ରହିଥିବା ଅଧୁରା କାମକୁ ଗତ ୫ବର୍ଷ ମଧ୍ୟରେ କଂଗ୍ରେସ କାର୍ଯ୍ୟକାରୀ କରିଛି। କଟକଚଣ୍ଡୀ ମନ୍ଦିର ସମ୍ପ୍ରସାରଣ କାର୍ଯ୍ୟ ପାଇଁ ପ୍ରସ୍ତାବ ଦେଇଥିଲି। ଏଥିପାଇଁ ଅର୍ଥ ଅନୁମୋଦନ ହୋଇ କାମ ଆରମ୍ଭ ହୋଇଛି। ତେବେ ସମସ୍ତ କାର୍ଯ୍ୟକୁ ତର୍ଜମା କରି ଜନସାଧାରଣ ଭୋଟ୍‌ ମାଧ୍ୟମରେ ସେମାନଙ୍କ ମତ ଜଣାଇବେ। ସୋଫିଆ କହିଛନ୍ତି, ୧୯ ବର୍ଷ ମଧ୍ୟରେ ଯେଉଁ କାର୍ଯ୍ୟ ନ ହୋଇପାରିଛି ତାହା ଗତ ୫ବର୍ଷରେ କଂଗ୍ରେସ କରିପାରିଛି। ମୋତେ ଭଲପାଇବା ଓ ଆଶୀର୍ବାଦ ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଏହି ସମାବେଶରେ କର୍ପୋରେଟର ସନ୍ତୋଷ ଭୋଳ, ଲିଜାରାଣୀ ମହାପାତ୍ର, ଜେ. କାମେଶ୍ୱର ରାଓ, ଜନାର୍ଦ୍ଦନ ପରିଡା, ପୂର୍ବତନ କର୍ପୋରେଟର କେଦାର ପୃଷ୍ଟି, ଜିଲା ମହିଳା ସଭାପତି ଅମ୍ରିତା ଦାସ, ବରିଷ୍ଠ ନେତ୍ରୀ ଶୈଳଭାମା ଜେନା, ଚାରୁଲତା ସାହୁଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri