ଭାଜପାରେ ଫାଟ: ଜୟନାରାୟଣ ମିଶ୍ରଙ୍କୁ ଜିଲା ସଭାପତିଙ୍କ ଚ୍ୟାଲେଞ୍ଜ

ସମ୍ବଲପୁର,୨୨ା୭(ଭବାନୀ ଶଙ୍କର ଭୋଇ ):ସମ୍ବଲପୁର ଭାଜପା ଜିଲା ସଭାପତି ଗିରୀଶ ପଟେଲଙ୍କ ଜନ୍ମଦିନ ଅବସରରେ ରବିବାର ନୟାପଡାରେ ଉଦ୍‌ଘାଟିତ ହୋଇଛି ଜିଲା ସଭାପତିଙ୍କ ଦଳୀୟ କାର୍ଯ୍ୟାଳୟ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାନ ସଭା କ୍ଷେତ୍ର ଅଧୀନ ବହୁ ପଦାଧିକାରୀ ଓ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଗତ ସାଧାରଣ ନିର୍ବାଚନରେ ଜିଲା ସଭାପତି ପଟେଲ ଦଳବିରୋଧୀ କାର୍ଯ୍ୟ କରୁଥିବା ନେଇ ଜୟନାରାୟଣ ମିଶ୍ରଙ୍କ ସମର୍ଥକ ଅଭିଯୋଗ କରିଥିଲେ। ଏପରିକି କଚେରୀ ରୋଡସ୍ଥିତ ଭାଜପା କାର୍ଯ୍ୟାଳୟରେ ଥିବା ଜିଲା ସଭାପତିଙ୍କ କେଠାରିରେ ସେମାନେ ତାଲା ପକାଇ ଦେଇଥିଲେ। ତେବେ ଏବେ ଜିଲା ସଭାପତି ପଟେଲ ନୂଆ ଦଳୀୟ କାର୍ଯ୍ୟାଳୟ ଖୋଲିବାକୁ ନେଇ ଭାଜପା ରାଜନୀତି ଗୋଳମାଳିଆ ହୋଇଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ରବିବାର ଜିଲା ସଭାପତିଙ୍କ କାର୍ଯ୍ୟାଳୟ ଖୋଲିବା କାର୍ଯ୍ୟକ୍ରମରେ ସାକ୍ଷୀଗୋପୀନାଥ ମଣ୍ଡଳ ସଭାପତି ସରୋଜ ଘଡେଇ, ବୀର ବିର୍ସାମୁଣ୍ଡା ମଣ୍ଡଳ ସଭାପତି ଗିରିଜାଶଙ୍କର ସାହୁ, ବୁର୍ଲା ମଣ୍ଡଳ ସଭାପତି ଜୟନ୍ତ ଦାଶ, ହୀରାକୁଦ ମଣ୍ଡଳ ସଭାପତି ନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଜିଲା ସଭାପତି ପଟେଲ ସମସ୍ତଙ୍କୁ ମିଠା ଖୁଆଇଥିଲେ।
କିଛିଦିନ ପୂର୍ବରୁ କଚେରି ରୋଡ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ଜୟନାରାୟଣ ମିଶ୍ରଙ୍କ ସମର୍ଥକ ଜିଲା ସଭାପତିଙ୍କ କେଠାରିରେ ତାଲା ପକାଇବା ପରେ ଭାଜପାରେ ସବୁକିଛି ଠିକ୍‌ଠାକ ଚାଲି ନ ଥିବା ଜଣାପଡିଥିଲା। ଜିଲା ସଭାପତି ଗତ ସାଧାରଣ ନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ କରି ଜୟନାରାୟଣଙ୍କ ସମର୍ଥକମାନେ ତାଙ୍କୁ ପଦରୁ ହଟାଇବା ପାଇଁ ରାଜ୍ୟ ସଭାପତିଙ୍କୁ ଲିଖିତଭାବେ ଜଣାଇଥିଲେ। ଏହାପରେ ବି ଜିଲା ସଭାପତି ପଟେଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଅନ୍ୟପକ୍ଷରେ ଜୟନାରାୟଣଙ୍କ ଅନେକ ସମର୍ଥକ ରବିବାର ଜିଲା ସଭାପତିଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ ଉତ୍ସବରେ ସାମିଲ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଜିଲା ସଭାପତି ଏବଂ ସମ୍ବଲପୁର ବିଧାୟକଙ୍କ ମଧ୍ୟରେ ଫାଟ ଜଳଜଳ ଦିଶୁଥିବା ବେଳେ ରାଜ୍ୟ ନେତୃତ୍ୱ ଚୁପ୍‌ ରହିବା ଆଗାମୀ ଦିନରେ ଏଠାରେ ଭାଜପାର ସ୍ଥିତିକୁ ଦୁର୍ବଳ କରିବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri