Categories: ଜାତୀୟ

ନଅ ବର୍ଷ ପରେ ବୈଷ୍ଣୋଦେବୀ ମନ୍ଦିର ପହଞ୍ଚିଲେ ସବୁଠାରୁ ଅଧିକ ଭକ୍ତ, ପ୍ରତିଦିନ ଆସୁଛନ୍ତି ପ୍ରାୟ ୧୩ ହଜାର ଶ୍ରଦ୍ଧାଳୁ

ଜମ୍ମୁ,୧୧ ।୧୨: ତ୍ରିକୁଟା ପାହାଡ଼ରେ ଅବସ୍ଥିତ ବୈଷ୍ଣୋଦେବୀ ମନ୍ଦିରରେ ଚଳିତ ବର୍ଷ ଏବେ ପର୍ଯ୍ୟନ୍ତ ୮୭ ଲକ୍ଷ ଲୋକ ଦେବୀ ମଆଙ୍କ ଦର୍ଶନ କରି ସାରିଲେଣି । ଶ୍ରଦ୍ଧାଳୁଙ୍କ ଏହି ସଂଖ୍ୟା ଗତ ୯ ବର୍ଷ ମଧ୍ୟରେ ସର୍ବାଧିକ । ୨୦୧୩ରେ ୯୩.୨୪ ଲକ୍ଷ, ୨୦୧୪ରେ ୭୮.୦୩ ଲକ୍ଷ, ୨୦୧୫ରେ ୭୭.୭୬ ଲକ୍ଷ, ୨୦୧୭ରେ ୮୧.୭୮ ଲକ୍ଷ, ୨୦୧୮ରେ ୮୫.୮୭ ଲକ୍ଷ, ୨୦୧୯ରେ ୭୯.୪୦ ଲକ୍ଷ ଭକ୍ତ ବୈଷ୍ଣୋଦେବୀ ମନ୍ଦିର ପହଞ୍ଚିଛନ୍ତି ।
ଚଳିତ ବର୍ଷ ଶେଷ ବେଳକୁ ମାଆଙ୍କ ଭକ୍ତଙ୍କ ସଖ୍ୟା ୯୦ ଲକ୍ଷ ଅତିକ୍ରମ କରିଯାଇପାରେ ବୋଲି ଅନୁମନ କରାଯାଉଛି । ଶ୍ରୀ ମାତା ବୈଷ୍ଣୋଦେବୀ ଶ୍ରାଇନ ବୋର୍ଡର ଅଧିକାରୀଙ୍କ ସୂଚନା ଅନୁଯାୟୀ, ୬ ଡିସେମ୍ବର ପର୍ଯ୍ୟନ୍ତ ବୈଷ୍ଣୋଦେବୀରେ ୮୬.୪୦ ଲକ୍ଷ ଶ୍ର୍‌ଦ୍ଧାଳୁ ମାତାରାଣୀଙ୍କ ଆଶୀର୍ବାଦ ପାଇଛନ୍ତି । ପ୍ରତିଦିନ ଏଠାକୁ ପ୍ରାୟ ୧୩ ହଜାର ତୀର୍ଥଯାତ୍ରୀ ପହଞ୍ଚୁଛନ୍ତି ।

Share