ଦୃକ ପଞ୍ଚାଙ୍ଗ ଅନୁସାରେ, ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହ ନଭେମ୍ୱର ୨ ତାରିଖ ରାତି ୮ଟା ୨୦ ମିନିଟରେ ବୈଧୃତି ଯୋଗ ସୃଷ୍ଟି କରୁଛନ୍ତି। ବୈଧୃତି ଯୋଗର ପ୍ରଭାବରେ ୫ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସମସ୍ୟା ଦେଖାଦେଇପାରେ।
ନଭେମ୍ୱର ୨ ତାରିଖରେ ସୃଷ୍ଟି ହେଉଥିବା ବୈଧୃତି ଯୋଗ ୫ଟି ରାଶି ପାଇଁ ଆହ଼୍ବାନପୂର୍ଣ୍ଣ ରହିବ। ଏହାର ପ୍ରଭାବରେ ବୃଷ, ତୁଳା, ବିଛା, ମକର ଏବଂ କୁମ୍ଭ ରାଶିର ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆସନ୍ତୁ ଏହି ରାଶିଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଜାଣିବା।
ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ସୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ମାନସିକ ଚାପ ବଢ଼ିପାରେ। ଆର୍ଥିକ ଦୃଷ୍ଟିକୋଣରୁ ଅସୁବିଧାରେ ପଡ଼ିପାରନ୍ତି ଏବଂ ପାରିବାରିକ ଜୀବନରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ତୁଳା ରାଶି
ତୁଳା ରାଶିର ଲୋକଙ୍କୁ ବୈଧୃତି ଯୋଗ ପ୍ରଭାବରେ କ୍ଷତି ସହିବାକୁ ପଡ଼ିପାରେ। ଆପଣଙ୍କୁ ବାଣିଜ୍ୟ-ବ୍ୟବସାୟରେ କ୍ଷତି ହୋଇପାରେ। କୌଣସି ବି ସ୍ଥାନରେ ନିବେଶ କରିବା ପୂର୍ୱରୁ ଭଲ ଭାବରେ ଚିନ୍ତା କରିବା ଆବଶ୍ୟକ।
ବିଛା ରାଶି
ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ସ୍ଥିତି ଯୋଗୁଁ ବିଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସମସ୍ୟା ଉପୁଜିପାରେ। କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ ଏବଂ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ।
ମକର ରାଶି
ଚାକିରି କରୁଥିବା ଲୋକଙ୍କୁ ମାନସିକ ଚାପର ସମ୍ମୁଖୀନ ହେବାକୁ ପଡ଼ିପାରେ। ଟଙ୍କା ପଇସା କାରବାରରେ ଅସୁବିଧା ହୋଇପାରେ। ବ୍ୟବସାୟୀମାନଙ୍କ ପାଇଁ ଏହି ସମୟଟି କଠିନ ରହିବ। ନିଜ ସୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିତାନ୍ତ ଜରୁରୀ।
କୁମ୍ଭ ରାଶି
କୁମ୍ଭ ରାଶିର ଲୋକଙ୍କୁ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ପରିବାର ଲୋକଙ୍କ ସହିତ ମତଭେଦ କିମ୍ୱା ତିକ୍ତତା ଦେଖାଦେଇପାରେ। ସୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ କୌଣସି ବି ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ।