ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀଙ୍କ ଭାଇ: କ୍ରିକେଟ ପ୍ରଶଂସକ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୮।୧୧: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ନିଜ ଦମ୍‌ଦାର ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଅଛନ୍ତି। ତେବେ କେବଳ ବୈଭବ ନୁହନ୍ତି, ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କର ମଧ୍ୟ କ୍ରିକେଟ ପ୍ରତି ଆଗ୍ରହ ରହିଛି। ତାଙ୍କ ବଡ଼ ଭାଇ ଉଜ୍ଜ୍ୱଳ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି। ବୈଭବଙ୍କର ଦୁଇ ଭାଇ ଅଛନ୍ତି। ବଡ଼ ଭାଇ ଉଜ୍ଜ୍ୱଳ ହୋଇଥିବାବେଳେ ସାନ ଭାଇଙ୍କ ନାମ ଆଶୀର୍ବାଦ ସୂର୍ଯ୍ୟବଂଶୀ। ଆଶୀର୍ବାଦ ମଧ୍ୟ ବୈଭବଙ୍କ ପରି କ୍ରିକେଟ୍‌ରେ ନିଜ ପରିଚୟ ସୃଷ୍ଟି କରିବାକୁ ଚାହାନ୍ତି ଏବଂ ଏଥିପାଇଁ ଛୋଟବେଳୁ ପରିଶ୍ରମ କରୁଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଉଜ୍ଜ୍ୱଳ ଏକ ବ୍ୟାଟିଂ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ନେଟ୍ସରେ ଜୋରଦାର ସଟ ଖେଳିବା ସହ ଛକା ଓ ଚୌକା ମାରୁଥିବା ଦେଖିବାକୁ ମିଳିଛି। ବୋଲରଙ୍କ ମୁଣ୍ଡ ଉପର ଦେଇ ମଧ୍ୟ ସେ ଛକା ମାରୁଛନ୍ତି। ଏହି ଭିଡିଓକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ଉଜ୍ଜ୍ୱଳ ବିହାରର ମୁଜାଫରପୁର ସହରରେ ପରିବାରର ଅଳଙ୍କାର ଦୋକାନ ପରିଚାଳନା କରନ୍ତି। ଏହା ସହ ପରିବାରର ଖର୍ଚ୍ଚ ଓ ଆର୍ଥିକ ଦାୟିତ୍ୱ ମଧ୍ୟ ସେ ସମ୍ଭାଳୁଛନ୍ତି। ଫଳରେ ବୈଭବ ଓ ଆଶୀର୍ବାଦଙ୍କ କ୍ରିକେଟ ଅଭ୍ୟାସ ଉପରେ ତାଙ୍କ ବାପା ଅଧିକ ଧ୍ୟାନ ଦେଇପାରୁଛନ୍ତି। ଉଜ୍ଜ୍ୱଳ ଡକ୍ଟର ମୁକ୍ତେଶ୍ୱର ସିହ୍ନା ମୋଡେସ୍ଟି ସ୍କୁଲ୍‌ରୁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।

Share