Categories: HomeHome LeftTrending

ରେକର୍ଡ ବୁକ୍‌ ଦୋହଲାଇଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାଙ୍ଗିଲେ ଏହି ୪ ବିଶ୍ୱରେକର୍ଡ

ନୂଆଦିଲ୍ଲୀ,୨୫।୧୧: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚହଳ ସୃଷ୍ଟି କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ତାଙ୍କ ବିସ୍ଫୋରକ ବ୍ୟାଟିଂରେ ଭାଙ୍ଗିଛି ଏକାଧିକ ରେକର୍ଡ। ୨୦୨୬ ଏସିଆ କପ ରାଇଜିଂ ଷ୍ଟାର୍ସରେ ମଙ୍ଗଳବାର ଭାରତ-ଏ ଓ ୟୁଏଇ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ବୈଭବ ମାତ୍ର ୫୩ ବଲ୍‌ରୁ ୨୦୪ ରନ୍‌ର ଐତିହାସିକ ପାଳି ଖେଳିଛନ୍ତି। ତାଙ୍କ ଏହି ଇନିଂସ୍‌ରେ ରହିଥିଲା ୭ଟି ଚୌକା ଓ ୨୮ଟି ଛକା।

ପ୍ରଥମେ ବ୍ୟାଟିଂ କରି ୟୁଏଇ ୫୦ ଓଭରରେ ୮ ଉଇକେଟ ହରାଇ ୨୪୯ ରନ କରିଥିଲା। ଜବାବରେ ଭାରତ-ଏ ମାତ୍ର ୧୪.୨ ଓଭରରେ ୭ ଉଇକେଟ ହରାଇ ୨୫୪ ରନ କରି ବିଜୟ ହାସଲ କରିଥିଲା। ୨୦୦ରୁ ଅଧିକ ରନ୍‌ର ଲକ୍ଷ୍ୟକୁ ଏତେ କମ ଓଭରରେ ପିଛା କରିବା ମଧ୍ୟ ଏକ ନୂଆ ରେକର୍ଡ ହୋଇଛି। ବୈଭବ ମାତ୍ର ୧୬ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହାପରେ ୨୮ ବଲ୍‌ରେ ଶତକ ହାସଲ କରିଥିଲେ। ତାଙ୍କ ବ୍ୟାଟ୍‌ରୁ ରନ ବର୍ଷା ଜାରି ରହିଥିଲା ଏବଂ ମାତ୍ର ୪୦ ବଲ୍‌ରେ ୧୫୦ ରନ ପୂରଣ କରିଥିଲେ। ଶେଷରେ ୫୨ ବଲ୍‌ରେ ଦ୍ୱିଶତକ ହାସଲ କରି ଲିଷ୍ଟ-ଏ କ୍ରିକେଟ୍‌ରେ ଦ୍ରୁତତମ ଦ୍ୱିଶତକର ବିଶ୍ୱ ରେକର୍ଡ ନିଜ ନାମରେ କରିଥିଲେ।

ବୈଭବଙ୍କ ନାମରେ ଏକାଧିକ ରେକର୍ଡ
-ଦ୍ରୁତତମ ଲିଷ୍ଟ-ଏ ଶତକ: ୨୮ ବଲ୍‌ରେ ଶତକ ହାସଲ କରି ସେ ଏହି ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ଜେକ ଫ୍ରେଜର-ମ୍ୟାକଗର୍କ ୨୯ ବଲ୍‌ରେ ଶତକ ହାସଲ କରିଥିଲେ।
– ଦ୍ରୁତତମ ଲିଷ୍ଟ-ଏ ଦ୍ୱିଶତକ: ମାତ୍ର ୫୨ ବଲ୍‌ରେ ଦ୍ୱିଶତକ ପୂରଣ କରି ବୈଭବ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ଚାଡ ବୋୱେସ ୧୦୩ ବଲ୍‌ରେ ଦ୍ୱିଶତକ କରିଥିଲେ।
-ଦ୍ରୁତତମ ୧୫୦ ରନ: ମାତ୍ର ୪୦ ବଲ୍‌ରେ ୧୫୦ ରନ ପୂରଣ କରି ଲିଷ୍ଟ-ଏ କ୍ରିକେଟ୍‌ରେ ନୂଆ ରେକର୍ଡ କରିଛନ୍ତି।
-ଗୋଟିଏ ଇନିଂସ୍‌ରେ ସର୍ବାଧିକ ଛକା: ୨୮ଟି ଛକା ମାରି ଲିଷ୍ଟ-ଏ କ୍ରିକେଟର ଗୋଟିଏ ଇନିଂସ୍‌ରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି। ଏହା ପୂର୍ବରୁ ଡାର୍ସି ସର୍ଟ ୨୩ଟି ଛକା ମାରିଥିଲେ।

ବୈଭବଙ୍କ ଲିଷ୍ଟ-ଏ କ୍ୟାରିୟର ମଧ୍ୟ ବେଶ ଚମତ୍କାର ରହିଛି। ସେ ଏପର୍ଯ୍ୟନ୍ତ ୧୬ଟି ମ୍ୟାଚ୍‌ରେ ୧୬ଟି ଇନିଂସ୍‌ରେ ବ୍ୟାଟିଂ କରି ୫୦.୩୧ ହାରରେ ୮୦୫ ରନ ସଂଗ୍ରହ କରିଛନ୍ତି। ତାଙ୍କର ଷ୍ଟ୍ରାଇକ ରେଟ ୧୯୩.୦୪। ଏହି ସମୟ ମଧ୍ୟରେ ସେ ୨ଟି ଶତକ ଓ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ସର୍ବାଧିକ ସ୍କୋର ୨୦୪ ରନ।

 

Dharitri – Odisha’s No.1 Odia Daily

 

Share