ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ ଇଣ୍ଡିଆ ପାଇଁ ମନୋନୀତ ହେବାର ସ୍ବପ୍ନକୁ ସାକାର କରିବା ପର୍ଯ୍ୟନ୍ତ ବୈଭବଙ୍କ ପାଇଁ ଏପର୍ଯ୍ୟନ୍ତ ସବୁକିଛି ସୁରୁଖୁରୁରେ ଚାଲିଛି। କିନ୍ତୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଚେତାବନୀ ଦେଇଛନ୍ତି। ଗାଙ୍ଗୁଲି ସୂଚାଇଛନ୍ତି ଯେ, IPL ଏବଂ ଅନ୍ତର୍ଜାତୀୟ କ୍ରିକେଟ ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ଅଛି।

ଆୟରଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ବ୍ୟତୀତ ବୈଭବ ସୂର୍ଯ୍ୟବଂଶୀଙ୍କୁ ୨୦୨୬ ଏସୀୟ କ୍ରୀଡା ପାଇଁ ଟିମ ଇଣ୍ଡିଆ ଦଳ ପାଇଁ ମଧ୍ୟ ଚୟନ କରାଯାଇଛି। ଗାଙ୍ଗୁଲି ଉଲ୍ଲେଖ କରିଛନ୍ତି ଯେ, ବୈଭବ କେବଳ ୧୫ ବର୍ଷ ବୟସର ହୋଇଥିବାରୁ ଲୋକମାନେ ତାଙ୍କଠାରୁ ଚମତ୍କାର ଆଶା କରିବା ଉଚିତ୍‌ ନୁହେଁ। ତାଙ୍କର ବହୁତ କିଛି ଶିଖିବାର ଅଛି ଏବଂ ଏହି ପର୍ଯ୍ୟାୟରେ ଟିମ ଇଣ୍ଡିଆ ପାଇଁ ଖେଳିବା ପାଇଁ ସେ ଅଧିକ ଚାପ ଅନୁଭବ କରିବେ ନାହିଁ।

ଗାଙ୍ଗୁଲି ସତର୍କତାର ଏକ ଟିପ୍ପଣୀ ଦେଇ କହିଛନ୍ତି ଯେ, ଇଂଲଣ୍ଡ ଏବଂ ଆୟରଲାଣ୍ଡର ପରିସ୍ଥିତି ଭାରତର ପରିସ୍ଥିତିଠାରୁ ଭିନ୍ନ ଏବଂ ସ୍ବିଙ୍ଗିଂ ବଲ ଖେଳିବା ବହୁତ ଚ୍ୟାଲେଞ୍ଜିଂ ହୋଇପାରେ।

ଗାଙ୍ଗୁଲି କହିଛନ୍ତି, ସ୍ପଷ୍ଟ ଭାବରେ ଟିମ ଇଣ୍ଡିଆ ପାଇଁ ଖେଳିବା ଭିନ୍ନ ଏବଂ ସେ ଏବେ ଏପରି ପିଚରେ ଖେଳିବେ ଯାହା ଏଠାରେ ଥିବା ପିଚ ଠାରୁ ଭିନ୍ନ। ବଲ ସିମ ହେବ, ଅଧିକ ବାଉନ୍ସ ହେବ ଏବଂ ନୂତନ ବଲ ଗତି କରିବ। ତେଣୁ ପରିସ୍ଥିତି ଭିନ୍ନ ହେବ। କିନ୍ତୁ ବୈଭବଙ୍କ ପାଖରେ ପ୍ରତିଭାର ଅଭାବ ନାହିଁ।
ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସ୍ଥିର ହେବା ପାଇଁ ସମୟ ଦିଆଯିବା ଉଚିତ। ଗାଙ୍ଗୁଲିଙ୍କ ଅନୁସାରେ, ଜଣେ ୧୫ ବର୍ଷୀୟ ଖେଳାଳି ତୁରନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିବେ ବୋଲି ଆଶା କରିବା ଅନୁଚିତ ହେବ।

ଟିମ ଇଣ୍ଡିଆ ଜୁନ ୨୬ ଏବଂ ଜୁନ ୨୮ରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଦୁଇ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବାକୁ ଯାଉଛି। ଏଠାରେ ବୈଭବଙ୍କୁ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ମିଳିପାରେ। ଏହା ପରେ ଦଳ ଇଂଲଣ୍ଡ ଗସ୍ତ ପାଇଁ ଯିବ।

 

Dharitri – Odisha’s No.1 Odia Daily

 

Share