ପ୍ରଥମ ବଲ୍‌ରେ ଚୌକା ମାରିଲେ ବୈଭବ ସୂର୍ଯ୍ୟବଂଶୀ: ବିଦେଶ ମାଟିରେ ୧୨ ବଲ୍‌ରେ କଲେ…

ନୂଆଦିଲ୍ଲୀ, ୯।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଶ୍ରୀଲଙ୍କାର ଚ୍ୟାଲେଞ୍ଜିଂ ପିଚ୍‌ରେ ମଧ୍ୟ ଚମକିଛନ୍ତି। ଦିନିକିଆ ତ୍ରିକୋଣୀୟ ସିରିଜର ପ୍ରଥମ ମ୍ୟାଚ ବର୍ତ୍ତମାନ ଭାରତ ଏଏବଂ ଆୟୋଜକ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି। ଡାମ୍ବୁଲାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀ ପ୍ରଭସିମରନ ସିଂହଙ୍କ ସହିତ ଭାରତ ଏ ପାଇଁ ଇନିଂସ ଓପନିଂ କରିଥିଲେ। ପ୍ରଭସିମରନ ପ୍ରଥମ ଓଭର ଖେଳିବା ପରେ, ବୈଭବ ତାଙ୍କ ଚିରାଚରିତ ଶୈଳୀରେ ଏକ ଚୌକା ମାରି ଦ୍ୱିତୀୟ ଓଭର ଆରମ୍ଭ କରିଥିଲେ।
ଶ୍ରୀଲଙ୍କା ଏର ଦ୍ରୁତ ବୋଲର ଶିରାଜ ଡାମ୍ବୁଲାରେ ଭାରତୀୟ ଇନିଂସର ଦ୍ୱିତୀୟ ଓଭର ପକାଇଥିଲେ। ବୈଭବ ସୂର୍ଯ୍ୟବଂଶୀ ଶିରାଜଙ୍କ ପ୍ରଥମ ବଲ୍‌ରେ ଚୌକା ମାରିଥିଲେ। ସେ ପରବର୍ତ୍ତୀ ସମୟରେ ଏକ ଡଟ ବଲ ଖେଳିଥିଲେ କିନ୍ତୁ ତୃତୀୟ ବଲ୍‌ରେ ଆଉ ଏକ ଚୌକା ମାରିଥିଲେ। ସେହି ଦୁଇଟି ଚୌକା ସହିତ, ବୈଭବ ସେହି ଓଭରରେ ୯ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲେ।

ବୈଭବ ଶ୍ରୀଲଙ୍କା ଗସ୍ତରେ ତାଙ୍କ ଟ୍ରେଡମାର୍କ ଶୈଳୀରେ ବ୍ୟାଟିଂ ଅଭିଯାନ ଆରମ୍ଭ କରିଥିଲେ, କିନ୍ତୁ କ୍ରିଜରେ ଅଳ୍ପ ସମୟ ରହିଥିଲେ। ତାଙ୍କର ଇନିଂସ ମାତ୍ର ୧୨ ବଲ ଚାଲିଥିଲା, ଏହି ସମୟରେ ସେ ତିନୋଟି ଚୌକା ସହିତ ୧୪ ରନ କରିଥିଲେ। ତାଙ୍କୁ ଶିରାଜ ଆଉଟ କରିଥିଲେ। ବୈଭବ ସୂର୍ଯ୍ୟବଂଶୀ ଏବଂ ପ୍ରଭସିମରନ ସିଂହ ୧୬ ରନର ଓପନିଂ ପାର୍ଟନରସିପ କରିଥିଲେ।

 

Dharitri – Odisha’s No.1 Odia Daily

 

Share