ଦିନେ ପୁଅ ପାଇଁ ଜମି ବିକ୍ରି କରିଦେଇଥିଲେ ବାପା: ଜାଣନ୍ତୁ ବିସ୍ମୟ କ୍ରିକେଟର୍‌ ବୈଭବଙ୍କ ବିଷୟରେ କିଛି ଅଜଣା କଥା

ନୂଆଦିଲ୍ଲୀ,୨୯।୪: ରାଜସ୍ଥାନ ରୟାଲ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଏକପାଖିଆ ମ୍ୟାଚ ଜିତିଛି। ବୈଭବ ସୂର୍ଯ୍ୟବଂଶୀ ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଇନିଂସ ମ୍ୟାଚକୁ ସମ୍ପୂର୍ଣ୍ଣ ଭାବରେ ରାଜସ୍ଥାନ ସପକ୍ଷରେ ଆଣି ଦେଇଥିଲା। ଏହି ମ୍ୟାଚ୍‌ରେ ବହୁ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ଯାଇଥିଲା। ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଶତକ ସହିତ ସମସ୍ତଙ୍କ ହୃଦୟ ଜିତିଥିଲେ। ବୈଭବଙ୍କ ବୟସ ୧୪ ବର୍ଷ ୩୨ ଦିନ, କିନ୍ତୁ ସେ ୟୁସୁଫ ପଠାନଙ୍କ ୧୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ବୈଭବ ଆଇପିଏଲରେ ଶତକ ମାରିବାରେ ଦ୍ରୁତତମ ଭାରତୀୟ ହୋଇସାରିଛନ୍ତି।

ସାଉଦି ଆରବର ଜେଦାହରେ ଆଇପିଏଲ ନିଲାମୀରେ ବୈଭବ ସୂର୍ଯ୍ୟବଂଶୀ ସର୍ବକନିଷ୍ଠ ଖେଳାଳି ଭାବରେ ବିକ୍ରି ହୋଇ କୋଟିପତି ପାଲଟିଥିଲେ। ବୈଭବ ୧.୧ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସରେ ସାମିଲ ହୋଇଥିଲେ। ଏହା ସହ ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ରହିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ବୈଭବ ୧୨ ବର୍ଷ ବୟସରେ ରଣଜୀ ଟ୍ରଫିରେ ପଦାର୍ପଣ କରିଥିଲେ। ୧୯ ବର୍ଷରୁ କମ ଭାରତୀୟ ଦଳର ପ୍ରତିନିଧିତ୍ୱ କରି ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୫୮ ବଲ୍‌ରେ ଶତକ ରେକର୍ଡ କରିଥିଲେ ବୈଭବ।

ବୈଭବ ସୂର୍ଯ୍ୟବଂଶୀଙ୍କୁ ୧୦ ବର୍ଷ ବୟସ ହୋଇଥିବାବେଳେ, ପିତା ସଞ୍ଜୀବ ନିଷ୍ପତ୍ତି ନେଇଥିଲେ, ସେ ତାଙ୍କ ପୁଅ କ୍ରିକେଟର ହେବ। ଏହି ସ୍ବପ୍ନକୁ ସାକାର କରିବା ପାଇଁ ସେ ନିଜ ଜମି ବିକ୍ରି କଲେ, କିନ୍ତୁ ସେ ଜାଣି ନ ଥିଲେ ଯେ ତିନି ବର୍ଷ ମଧ୍ୟରେ ତାଙ୍କ ପୁଅ ତାଙ୍କ ସ୍ବପ୍ନକୁ ପୂରଣ କରିବେ।

ସାମସ୍ତିପୁରଠାରୁ ୧୫ କିଲୋମିଟର ଦୂରରେ ଥିବା ମୋତିପୁର ଗ୍ରାମରେ ରହୁଥିବା ସଞ୍ଜୀବଙ୍କ ପୁଅକୁ ରାଜସ୍ଥାନ କିଣିବା ପରେ ସେ ଭାବବ୍ରପଣ ହୋଇପଡିଥିଲେ। ସେ କହିଥିଲେ, ବୈଭବ ଆଉ ତାଙ୍କ ପୁଅ ନୁହଁନ୍ତି ବରଂ ସମଗ୍ର ବିହାରର ପୁଅ। ସଞ୍ଜୀବଙ୍କ ଅନୁଯାୟୀ ତାଙ୍କ ପୁଅ ଆଠ ବର୍ଷ ବୟସରେ କଠିନ ପରିଶ୍ରମ କରିଥିଲେ ଏବଂ ଜିଲାର ୧୬ ବର୍ଷରୁ କମ ଟ୍ରାଏଲରେ ସଫଳତା ହାସଲ କରିଥିଲେ। ସେ କୋଚିଂ ପାଇଁ ପୁଅକୁ ସାମସ୍ତିପୁରକୁ ନେଇଗଲେ, କିନ୍ତୁ ତାଙ୍କୁ ଫେରିବାକୁ ପଡିଲା। ଏହା ପରେ ସେ ତାଙ୍କର ଜମି ବିକ୍ରୟ କଲେ।

ସଞ୍ଜୀବ କହିଛନ୍ତି, ଏପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସିନାହିଁ। ବୈଭବଙ୍କ ବୟସ ସହ ଜଡିତ ବିବାଦ ଉପରେ ସଞ୍ଜୀବ କହିଛନ୍ତି, ଯେତେବେଳେ ତାଙ୍କୁ ସାଢେ ୮ ବର୍ଷ ହୋଇଥିଲା, ସେତେବେଳେ ତାଙ୍କର ହାଡ଼ ବିସିସିଆଇ ଦ୍ୱାରା ପରୀକ୍ଷା କରାଯାଇଥିଲା। ଏ ବିଷୟରେ ମୁଁ କାହାକୁ ଭୟ ନାହିଁ। ଆମେ ସବୁକିଛି ପରୀକ୍ଷା ପାଇଁ ପ୍ରସ୍ତୁତ ଅଛୁ। ବୈଭବଙ୍କ ବୟସ ୧୫ ବର୍ଷ ବୋଲି କୁହାଯାଏ।

ଆଇପିଏଲ ନିଲାମରେ ବୈଭବଙ୍କୁ ରାଜସ୍ଥାନ ରୟାଲ୍ସ ୧.୧ କୋଟି ଟଙ୍କାରେ କିଣିଥିଲା। ଏହି ଖେଳାଳିଙ୍କ ମୂଳ ମୂଲ୍ୟ ୩୦ ଲକ୍ଷ ଟଙ୍କା ଥିଲା ଏବଂ ସେ ତାଙ୍କ ମୂଳ ମୂଲ୍ୟଠାରୁ ପ୍ରାୟ ଚାରି ଗୁଣ ଅଧିକ ବିକ୍ରି ହୋଇଥିଲେ। ସେ ଆଇପିଏଲ ନିଲାମ ଇତିହାସରେ ବିକ୍ରି ହୋଇଥିବା ସର୍ବକନିଷ୍ଠ ଖେଳାଳି ହୋଇଥିଲେ। କେବଳ ୧୩ ବର୍ଷ ୨୪୨ ଦିନ ବୟସରେ ଆଇପିଏଲ ନିଲାମ ପାଇଁ ସର୍ଟଲିଷ୍ଟ ହୋଇଥିବା ସର୍ବକନିଷ୍ଠ ଖେଳାଳି ଭାବରେ ବିହାରର ବୈଭବ ଇତିହାସ ସୃଷ୍ଟି କରିଥିଲେ।

ଘରୋଇ ସର୍କିଟରେ ଏହି ବାମହାତୀ ବ୍ୟାଟ୍ସମ୍ୟାନ ଖୁବ କମ ବୟସରେ ନିଜ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଜାନୁଆରୀ ୨୦୨୪ରେ ବିହାର ପାଇଁ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିବା ପରେ ସେ ସେପ୍ଟେମ୍ବରରେ ଇଣ୍ଡିଆ ଅଣ୍ଡର-୧୯ ବନାମ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଯୁବ ଟେଷ୍ଟ ସିରିଜରେ ଏକ ଚମତ୍କାର ଶତକ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଗାମୀ ଅଣ୍ଡର -୧୯ଏସିଆ କପରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ବୈଭବ ପ୍ରସ୍ତୁତ ଅଛନ୍ତି।

ଭାରତ ଏବଂ ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ମଧ୍ୟରେ ଦୁଇଟି ମ୍ୟାଚ ଅଣଆନୁଷ୍ଠାନିକ ଟେଷ୍ଟ ସିରିଜ ଖେଳାଯାଇଥିଲା। ଏଥିରେ ବୈଭବ ମାତ୍ର ୫୮ ବଲରେ ଶତକ ହାସଲ କରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri