ଦିନେ ପୁଅ ପାଇଁ ଜମି ବିକ୍ରି କରିଦେଇଥିଲେ ବାପା: ଜାଣନ୍ତୁ ବିସ୍ମୟ କ୍ରିକେଟର୍‌ ବୈଭବଙ୍କ ବିଷୟରେ କିଛି ଅଜଣା କଥା

ନୂଆଦିଲ୍ଲୀ,୨୯।୪: ରାଜସ୍ଥାନ ରୟାଲ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଏକପାଖିଆ ମ୍ୟାଚ ଜିତିଛି। ବୈଭବ ସୂର୍ଯ୍ୟବଂଶୀ ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଇନିଂସ ମ୍ୟାଚକୁ ସମ୍ପୂର୍ଣ୍ଣ ଭାବରେ ରାଜସ୍ଥାନ ସପକ୍ଷରେ ଆଣି ଦେଇଥିଲା। ଏହି ମ୍ୟାଚ୍‌ରେ ବହୁ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ଯାଇଥିଲା। ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଶତକ ସହିତ ସମସ୍ତଙ୍କ ହୃଦୟ ଜିତିଥିଲେ। ବୈଭବଙ୍କ ବୟସ ୧୪ ବର୍ଷ ୩୨ ଦିନ, କିନ୍ତୁ ସେ ୟୁସୁଫ ପଠାନଙ୍କ ୧୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ବୈଭବ ଆଇପିଏଲରେ ଶତକ ମାରିବାରେ ଦ୍ରୁତତମ ଭାରତୀୟ ହୋଇସାରିଛନ୍ତି।

ସାଉଦି ଆରବର ଜେଦାହରେ ଆଇପିଏଲ ନିଲାମୀରେ ବୈଭବ ସୂର୍ଯ୍ୟବଂଶୀ ସର୍ବକନିଷ୍ଠ ଖେଳାଳି ଭାବରେ ବିକ୍ରି ହୋଇ କୋଟିପତି ପାଲଟିଥିଲେ। ବୈଭବ ୧.୧ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସରେ ସାମିଲ ହୋଇଥିଲେ। ଏହା ସହ ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ରହିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ବୈଭବ ୧୨ ବର୍ଷ ବୟସରେ ରଣଜୀ ଟ୍ରଫିରେ ପଦାର୍ପଣ କରିଥିଲେ। ୧୯ ବର୍ଷରୁ କମ ଭାରତୀୟ ଦଳର ପ୍ରତିନିଧିତ୍ୱ କରି ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୫୮ ବଲ୍‌ରେ ଶତକ ରେକର୍ଡ କରିଥିଲେ ବୈଭବ।

ବୈଭବ ସୂର୍ଯ୍ୟବଂଶୀଙ୍କୁ ୧୦ ବର୍ଷ ବୟସ ହୋଇଥିବାବେଳେ, ପିତା ସଞ୍ଜୀବ ନିଷ୍ପତ୍ତି ନେଇଥିଲେ, ସେ ତାଙ୍କ ପୁଅ କ୍ରିକେଟର ହେବ। ଏହି ସ୍ବପ୍ନକୁ ସାକାର କରିବା ପାଇଁ ସେ ନିଜ ଜମି ବିକ୍ରି କଲେ, କିନ୍ତୁ ସେ ଜାଣି ନ ଥିଲେ ଯେ ତିନି ବର୍ଷ ମଧ୍ୟରେ ତାଙ୍କ ପୁଅ ତାଙ୍କ ସ୍ବପ୍ନକୁ ପୂରଣ କରିବେ।

ସାମସ୍ତିପୁରଠାରୁ ୧୫ କିଲୋମିଟର ଦୂରରେ ଥିବା ମୋତିପୁର ଗ୍ରାମରେ ରହୁଥିବା ସଞ୍ଜୀବଙ୍କ ପୁଅକୁ ରାଜସ୍ଥାନ କିଣିବା ପରେ ସେ ଭାବବ୍ରପଣ ହୋଇପଡିଥିଲେ। ସେ କହିଥିଲେ, ବୈଭବ ଆଉ ତାଙ୍କ ପୁଅ ନୁହଁନ୍ତି ବରଂ ସମଗ୍ର ବିହାରର ପୁଅ। ସଞ୍ଜୀବଙ୍କ ଅନୁଯାୟୀ ତାଙ୍କ ପୁଅ ଆଠ ବର୍ଷ ବୟସରେ କଠିନ ପରିଶ୍ରମ କରିଥିଲେ ଏବଂ ଜିଲାର ୧୬ ବର୍ଷରୁ କମ ଟ୍ରାଏଲରେ ସଫଳତା ହାସଲ କରିଥିଲେ। ସେ କୋଚିଂ ପାଇଁ ପୁଅକୁ ସାମସ୍ତିପୁରକୁ ନେଇଗଲେ, କିନ୍ତୁ ତାଙ୍କୁ ଫେରିବାକୁ ପଡିଲା। ଏହା ପରେ ସେ ତାଙ୍କର ଜମି ବିକ୍ରୟ କଲେ।

ସଞ୍ଜୀବ କହିଛନ୍ତି, ଏପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସିନାହିଁ। ବୈଭବଙ୍କ ବୟସ ସହ ଜଡିତ ବିବାଦ ଉପରେ ସଞ୍ଜୀବ କହିଛନ୍ତି, ଯେତେବେଳେ ତାଙ୍କୁ ସାଢେ ୮ ବର୍ଷ ହୋଇଥିଲା, ସେତେବେଳେ ତାଙ୍କର ହାଡ଼ ବିସିସିଆଇ ଦ୍ୱାରା ପରୀକ୍ଷା କରାଯାଇଥିଲା। ଏ ବିଷୟରେ ମୁଁ କାହାକୁ ଭୟ ନାହିଁ। ଆମେ ସବୁକିଛି ପରୀକ୍ଷା ପାଇଁ ପ୍ରସ୍ତୁତ ଅଛୁ। ବୈଭବଙ୍କ ବୟସ ୧୫ ବର୍ଷ ବୋଲି କୁହାଯାଏ।

ଆଇପିଏଲ ନିଲାମରେ ବୈଭବଙ୍କୁ ରାଜସ୍ଥାନ ରୟାଲ୍ସ ୧.୧ କୋଟି ଟଙ୍କାରେ କିଣିଥିଲା। ଏହି ଖେଳାଳିଙ୍କ ମୂଳ ମୂଲ୍ୟ ୩୦ ଲକ୍ଷ ଟଙ୍କା ଥିଲା ଏବଂ ସେ ତାଙ୍କ ମୂଳ ମୂଲ୍ୟଠାରୁ ପ୍ରାୟ ଚାରି ଗୁଣ ଅଧିକ ବିକ୍ରି ହୋଇଥିଲେ। ସେ ଆଇପିଏଲ ନିଲାମ ଇତିହାସରେ ବିକ୍ରି ହୋଇଥିବା ସର୍ବକନିଷ୍ଠ ଖେଳାଳି ହୋଇଥିଲେ। କେବଳ ୧୩ ବର୍ଷ ୨୪୨ ଦିନ ବୟସରେ ଆଇପିଏଲ ନିଲାମ ପାଇଁ ସର୍ଟଲିଷ୍ଟ ହୋଇଥିବା ସର୍ବକନିଷ୍ଠ ଖେଳାଳି ଭାବରେ ବିହାରର ବୈଭବ ଇତିହାସ ସୃଷ୍ଟି କରିଥିଲେ।

ଘରୋଇ ସର୍କିଟରେ ଏହି ବାମହାତୀ ବ୍ୟାଟ୍ସମ୍ୟାନ ଖୁବ କମ ବୟସରେ ନିଜ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଜାନୁଆରୀ ୨୦୨୪ରେ ବିହାର ପାଇଁ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିବା ପରେ ସେ ସେପ୍ଟେମ୍ବରରେ ଇଣ୍ଡିଆ ଅଣ୍ଡର-୧୯ ବନାମ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଯୁବ ଟେଷ୍ଟ ସିରିଜରେ ଏକ ଚମତ୍କାର ଶତକ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଗାମୀ ଅଣ୍ଡର -୧୯ଏସିଆ କପରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ବୈଭବ ପ୍ରସ୍ତୁତ ଅଛନ୍ତି।

ଭାରତ ଏବଂ ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ମଧ୍ୟରେ ଦୁଇଟି ମ୍ୟାଚ ଅଣଆନୁଷ୍ଠାନିକ ଟେଷ୍ଟ ସିରିଜ ଖେଳାଯାଇଥିଲା। ଏଥିରେ ବୈଭବ ମାତ୍ର ୫୮ ବଲରେ ଶତକ ହାସଲ କରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri