Categories: Home Leftଖେଳ

ବଡ଼ ସଫଳତା: ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ କଲା ଏହି ଟିମ୍‌

ନୂଆଦିଲ୍ଲୀ,୩୦।୭: ଭାରତର ଯୁବ ବ୍ୟାଟିଂ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ନିଜର ଦ୍ରୁତ କ୍ରିକେଟ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଆଗାମୀ ଦଲୀପ ଟ୍ରଫି ୨୦୨୬ ପାଇଁ ତାଙ୍କୁ ଇଷ୍ଟ ଜୋନ (ପୂର୍ବାଞ୍ଚଳ) ଟିମର ଉପ-କ୍ୟାପ୍ଟେନ ଭାବେ ନିଯୁକ୍ତି ଦିଆଯାଇଛି।

ବେଙ୍ଗାଲୁରୁଠାରେ ଆସନ୍ତା ଅଗଷ୍ଟ ୨୩ ରୁ ଆରମ୍ଭ ହେବାକୁ ଯାଉଥିବା ଏହି ପ୍ରତିଷ୍ଠିତ ରେଡ-ବଲ ଟ୍ରଫି ପାଇଁ ଷ୍ଟାର୍‌ ଖେଳାଳି ଈଶାନ କିଷାନଙ୍କୁ ଇଷ୍ଟ ଜୋନ ଟିମରେ କ୍ୟାପ୍ଟେନ କରାଯାଇଛି। ତାଙ୍କରି ନେତୃତ୍ୱରେ ବୈଭବ ସୂର୍ଯ୍ୟବଂଶୀ ଏହି ଟୁର୍ନାମେଣ୍ଟ ଖେଳିବେ।

ନିକଟରେ ଭାରତୀୟ ଜିମ୍ବାୱେ ଗସ୍ତରେ ଚମତ୍କାର ପ୍ରଦର୍ଶନ କରି ବୈଭବ ‘ପ୍ଲେୟାର ଅଫ ଦ ସିରିଜ’ ପୁରସ୍କାର ହାସଲ କରିଥିଲେ। ଚଳିତ ମାସର ଆରମ୍ଭରେ ସେ ଇଂଲଣ୍ଡ ଗସ୍ତରେ ଯାଇ ନିଜର ଅନ୍ତର୍ଜାତୀୟ କ୍ରିକେଟ ଡେବ୍ୟୁ କରିଥିଲେ। ଘରୋଇ କ୍ରିକେଟ ଏବଂ ଭାରତୀୟ ଦଳ ପକ୍ଷରୁ କ୍ରମାଗତ ଭଲ ପ୍ରଦର୍ଶନ କରିଆସୁଥିବାରୁ, ଏବେ ତାଙ୍କୁ ଏହି ପ୍ରମୁଖ ଘରୋଇ ଟୁର୍ନାମେଣ୍ଟରେ ବଡ଼ ଧରଣର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି।

 

 

Odisha’s No.1 Odia Daily