ଜୟପୁର,୨୫ା୪: ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ (ଆର୍ଆର୍) ଓ ସନରାଇଜର୍ସ ହାଇଦ୍ରାବାଦ୍ (ଏସ୍ଆର୍ଏଚ୍) ପରସ୍ପରକୁ ଭେଟିଛନ୍ତି। ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପ୍ରତିପକ୍ଷ ହାଇଦ୍ରାବାଦ୍ ସମ୍ମୁଖରେ ୨୨୯ ରନର ବିଶାଳ ଟାର୍ଗେଟ ଛିଡ଼ା କରିଛି। ଏହି ମ୍ୟାଚ୍ରେ ହାଇଦ୍ରାବାଦ୍ର ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ ଦଳକୁ ଫେରିଛନ୍ତି। ବୈଭବ ୩୬ ବଲରେ ଶତକ ପୂରଣ କରିଛନ୍ତି, ଯାହାକି ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ଦ୍ୱିତୀୟ ଦ୍ରୁତତମ। ଭାରତୀୟଙ୍କ ମଧ୍ୟରେ ଦ୍ରୁତତମ ଶତକ କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି, ଯାହାକି ସେ ଗତ ବର୍ଷ ହାସଲ କରିଥିଲେ।
ପାଇ ବ୍ୟାଟିଂ କରିଥିବା ରାଜସ୍ଥାନ ପାଇଁ ବୈଭବ ପ୍ରଥମ ଓଭରରେ ପ୍ରଫୁଲ ହିଙ୍ଗେଙ୍କୁ ଲଗାତର ୪ ଛକା ମାରିଥିଲେ। ଟି୨୦ ଇତିହାସରେ ପ୍ରଥମ ଓଭରରେ ପ୍ରଥମ ଥର ବ୍ୟାଟର ଭାବେ ବୈଭବ ୪ ଛକା ଲଗାଇଥିଲେ। ଯଶସ୍ୱୀ ଜୟସ୍ୱାଲ (୮) ଆଉଟ୍ ହେବା ପରେ ବୈଭବ, ଧ୍ରୁବ ଜୁରେଲ ଦ୍ୱିତୀୟ ଉଇକେଟରେ ୧୧୨ ରନ ଯୋଡ଼ିଥିଲେ। ଜୁରେଲ (୩୫ ବଲ, ୫୧ ରନ୍, ୮ ଚୌକା ଓ ୧ ଛକା) ଅର୍ଦ୍ଧଶତକ ଓ ବୈଭବ ୩୬ ବଲରେ ଶତକ ପୂରଣ କରିବା ପରେ ଆଉଟ୍ ହୋଇଥିଲେ। ବୈଭବ ୩୭ ବଲରେ ୫ ଚୌକା ଓ ୧୨ ଛକା ସହାୟତାରେ ୧୦୩ ରନ କରି ଆଉଟ୍ ହୋଇଥିଲେ।
ଏହା ଆଇପିଏଲ୍ରେ ତାଙ୍କର ଦ୍ୱିତୀୟ ଶତକ। ଅଧିନାୟକ ରିଆନ ପରାଗ(୭) ଫେଲ୍ ମାରିଥିବା ବେଳେ ଡୋନୋଭାନ ଫରେରା ୧୬ ବଲରେ ୩୩ (୩ ଲେଖାଏ ଚୌକା ଓ ଛକା) ରନ କରି ଆଉଟ୍ ହୋଇଥିଲେ। ଫଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୨୮ ରନ କରିଥିଲା।