ଦିୟା-ବୈଭବଙ୍କ ବିବାହ ପରେ ଏକ୍ସ ଓ୍ବାଇଫ୍‌ ଦେଲେ ଏମିତି ପ୍ରତିକ୍ରିୟା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ସୋମବାର ପ୍ରତିଷ୍ଠିତ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଦୁଇଜଣ ଏହି ବିବାହ ପାଇଁ ଖୁବ୍‌ ଉତ୍ସାହିତ ଥିଲେ। ବର୍ତ୍ତମାନ ବୈଭବଙ୍କ ଏକ୍ସ ଓ୍ବାଇଫ୍‌ ସୁନୈନା ଦୁଇଜଣଙ୍କ ବିବାହକୁ ନେଇ ମୁହଁ ଖୋଲିଛନ୍ତି। ସୁନୈନା ଜଣେ ଯୋଗ ଏବଂ ଲାଇଫ୍‌ଷ୍ଟାଇଲ କୋଚ୍‌ ଅଟନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି।
ସେ କହିଛନ୍ତି, ମୋ ଏକ୍ସ ହଜବ୍ୟାଣ୍ଡ ବୈଭବ ଦିୟାଙ୍କୁ ବିବାହ କରିଛନ୍ତି। ମୋତେ ଏନେଇ ବହୁତ ମେସେଜ ଆସୁଛି। କାରଣ ମୁଁ ଏବଂ ସମାୟରା ଠିକ୍‌ ଅଛୁ କି ନାହିଁ। ପ୍ରଥମେ ମୋତେ ମନେ ପକାଇଥିବାରୁ ଧନ୍ୟବାଦ। ମୁଁ ସମ୍ପୂର୍ଣ୍ଣ ଠିକ୍‌ ଅଛି। ମୋ ଝିଅ ବି ଖୁବ୍‌ ଖୁସି। କାରଣ ଏବେ ଆମ ପରିବାର ବଢ଼ିଗଲା। ସମାୟରା, ତାଙ୍କ ପିତା ଏବଂ ଦିୟାଙ୍କ ପାଇଁ ମୁଁ ବହୁତ ଖୁସି।

ଦିୟା ବୈଭବଙ୍କ ପୂର୍ବରୁ ସାହିଲ ସାଂଘାଙ୍କୁ ବିବାହ କରିଥିଲେ। ୧୧ବର୍ଷ ପରେ ୨୦୧୯ରେ ଦୁଇଜଣ ଅଲଗା ହୋଇଯାଇଥିଲେ।

Share