ଦଳ ଛାଡ଼ିବା ପରେ ନିଲମ୍ବନ ହେଲେ ଭଗବାନ

ଭୁବନେଶ୍ୱର,୫।୧(ବ୍ୟୁରୋ) ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ ଦର୍ଶାଇ ପୁରୀ ଜିଲା ବ୍ରହ୍ମଗିରି ମଣ୍ଡଳ ସଭାପତି ଭଗବାନ ନାୟକଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ଏନେଇ ଦଳର ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍‌ ଦାସ ସୂଚନା ଦେଇଛନ୍ତି ା ଅନ୍ୟପଟେ ମିଳିଥିବା ସୂଚନା ମୁତାବକ ଭଗବାନ ଗତ ୩୧ ତାରିଖରେ ପୁରୀ ଜିଲା ସଭାପତି ଏବଂ ବ୍ରହ୍ମଗିରି ବିଧାୟକଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଥିଲେ। ସେ ତାଙ୍କ ବ୍ୟକ୍ତିଗତ କାରଣରୁ ଦଳ ଛାଡିବା ସହିତ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଜଣାଇଥିଲେ।