ବିଚାରପତି-ଆଇନଜୀବୀ-ଶିକ୍ଷକ-ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିଆଯିବ କରୋନା ଟିକା

ଲୁଧିଆନା,୧୬।୩: ପଞ୍ଜାବରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଲୁଧିଆନା ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ସହିତ ବ୍ୟାଙ୍କ କର୍ମଚାରୀ, ବେସରକାରୀ ସଂଗଠନରେ କାମ କରୁଥିବା ବ୍ୟକ୍ତି ବିଶେଷ, ଖାଦ୍ୟ ଶସ୍ୟ ସମିତି କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସବୁ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ଟିକାକରଣରେ ପ୍ରାଥମିକତା ଦିଆଯାଉ ନ ଥିବାବଳେ ଲୁଧିଆନା ପ୍ରଶାସନ ଏଭଳି କରିବାକୁ ଯୋଜନା କରିଛି।

Share