ଭାକ୍ସିନ୍‌ କୂଟନୀତି ବିଫଳ: ନେବାକୁ ଅମଙ୍ଗ ହେଲା ପାଲେଷ୍ଟାଇନ୍‌…

ଜେରୁଜେଲମ୍‌,୧୯।୬: କରୋନା ମହାମାରୀ ସଂକ୍ରମଣ ସମୟରେ  ପାଲେଷ୍ଟାଇନ୍‌କୁ ୧୪ ଲକ୍ଷ ଫାଇଜର ଭାକ୍ସିନ୍‌ ପଠାଇବାକୁ ଇସ୍ରାଏଲ୍‌ ଘୋଷଣା କରିଥିଲା। ଏସବୁ ଭାକ୍ସିନ୍‌ କିଛି ଦିନ ପରେ ଏକ୍ସପାୟର ହୋଇଯିବ। ତେଣୁ ଏହାକୁ ନଷ୍ଟ ନ କରି ପଡୋଶୀ ପାଲେଷ୍ଟାଇନ୍‌ ଦେବା ପାଇଁ ଇସ୍ରାଏଲ୍‌ର ନୂଆ ସରକାର କହିଥିଲେ। ତେବେ ଇସ୍ରାଏଲ୍‌ ଏଭଳି ଘୋଷଣା କରିବାର ୨୪ ଘଣ୍ଟା ମଧ୍ୟରେ ପାଲେଷ୍ଟାଇନ୍‌ ଉତ୍ତର ଦେଇଛି। କମ୍‌ ଦିନରେ ଏକ୍ସପାୟର ହେଉଥିବା ଫାଇଜର ଭାକ୍ସିନ୍‌ ନେବାକୁ ପାଲେଷ୍ଟାଇନ୍‌ ରୋକ୍‌ ଠୋକ୍‌ ମନା କରି ଦେଇଛି। ଫଳରେ ଦୁଇଦେଶ ମଧ୍ୟରେ ହୋଇଥିବା ଫାଇଜର ଭାକ୍ସିନ୍‌ ବୁଝାମଣା ରଦ୍ଦ ହୋଇ ଯାଇଛି। ଇସ୍ରାଏଲ୍‌ ପକ୍ଷରୁ ଫାଇଜର ଭାକ୍ସିନ୍‌ ପ୍ରଦାନ ନେଇ କରାଯାଇଥିବା କୂଟନୀତି ଶେଷରେ ବିଫଳ ହୋଇଛି। ଫାଇଜର ଭାକ୍ସିନ୍‌ ଜୁଲାଇ ଅବା ଅଗଷ୍ଟରେ ଏକ୍ସପାୟର ହେଉଥିବା ଇସ୍ରାଏଲ୍‌ ପକ୍ଷରୁ ପ୍ରଥମେ କୁହାଯାଇଥିଲା। ତେବେ ପରେ ଜଣାପଡ଼ିଥିଲା ଯେ, ଏସବୁ ଭାକ୍ସିନ୍‌ ଜୁନ୍‌ରେ ହିଁ ଏକ୍ସପାୟର ହେଉଛି। ଏହାକୁ ନେଇ ପାଲେଷ୍ଟାଇନ୍‌ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

 

Share